ଆଲୋ ସଖି, ଅପଣା ମହତ ଆପେ ରଖି

ଗଣତନ୍ତ୍ରର ପିବତ୍ର ମନ୍ଦିର ବିଧାନସଭାରେ ଗତ ଶନିବାର ଦିନ ମୁଖ୍ୟ ବିରୋଧି ଦଳ ବିଜେପିର ୩ଜଣ ବରିଷ୍ଠ ସଦସ୍ୟ ଯେଉଁମାନଙ୍କ ମଧ୍ୟରେ ଜଣେ ବିରୋଧି ଦଳର ଉପନେତା, ଜଣେ ବିରୋଧି ଦଳର ମୁଖ୍ୟ ସଚେତକ ଏବଂ ଜଣେ ପୁର୍ବତନ ମନ୍ତ୍ରୀ ଅଛନ୍ତି, ଯେଉଁଭଳି ଗୃହରେ ଅଚରଣ କରିଛନ୍ତି ଏବଂ ଗୃହ ବାହାରେ ଯେଉଁଭଳି କରିଛନ୍ତି, ତାହା କେବଳ ସେମାନଙ୍କ ପଦମର୍ଯ୍ୟାଦକୁ କଳଙ୍କିତ କରିନାହିଁ । ଓଡିଶାର ଭୋଟଦାତାଙ୍କୁ ଅପମାନିତ କରିଛନ୍ତି । ନିସନେ୍ଦହରେ କୁହାଯାଇପାରିବ ପବିତ୍ର ଗୃହରେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ବାଚସ୍ପତିଙ୍କ ଉପରକୁ ଚପଲ, ମାଇକ୍ରୋଫୋନ, ପେନଷ୍ଟାଣ୍ଡ, ଡଷ୍ଟବିନ ଫିଙ୍ଗି ନିଜ ଅଜ୍ଞାତା, ଅଭଦ୍ରାମି ପ୍ରଦର୍ଶନ କରିଛନ୍ତି । ସୁଚନା ଯୋଗ୍ୟ ଯେ, ନେତାଙ୍କ ଉପରକୁ ସିଧାସଳଖ ଜନତା ଜୋତା, ଚପଲ ଫିଙ୍ଗିବା ଆମ ଦେଶରେ କିଛି ନୁଆ ନୁହେଁ । ସେହିପରି ବିଧାନସଭାରେ ଠେଲାପେଲା, ଧସ୍ତାଧସ୍ତି, ମୁଥ ମରାମରି, ମାଇକ୍ରୋଫୋନ ଭଙ୍ଗା ଘଟଣା ମଧ୍ୟ ନୁଆ ନୁହେଁ । ଅତିତରେ ପାର୍ଲିଆମେଂଟଠାରୁ ଅରମ୍ଭ କରି ବିଭିନ୍ନ ରାଜ୍ୟର ବିଧାନସଭାରେ ଏଭଳି ଅଶୋଭନୀୟ ଘଟଣା ଘଟିବାର ବହୁ ନଜର ରହିଛି । ମାତ୍ର ପବିତ୍ର ଗୃହରେ ଲୋକପ୍ରତିନିଧିମାନେ ଗୃହର ମୁଖ୍ୟ ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବା ବିଧାନସଭା ଇତିହାସରେ ପ୍ରଥମ ଘଟଣା । ଯାହାକି ଅତି ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ଏହି ଘଟଣାରେ ସମ୍ପୃକ୍ତ ବିଧାୟକମାନେ ଅନୁତପ୍ତ ନ ହୋଇ ନିଜ ଦୁଷ୍କର୍ମ ଯଥାର୍ଥ ବୋଲି ଦର୍ଶାଇ ଯେଉଁଭଳି ବୟାନବାଗୀ ଦେଇଛନ୍ତି, ତାହା ଲଜ୍ୟାହିନତାର ସମସ୍ତ ସରହଦ ଉଲଙ୍ଘନ କରିଛନ୍ତି ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ଆମେ ଉଲ୍ଲେଖ କରିବାକୁ ଚାହିଁବୁ ଯେ, ଦେଶରେ ଭାରତୀୟ ଜନତା ପାର୍ଟି (ବିଜେପି) ହେଉଛି ଏକ ଶୃଙ୍ଖଳିତ ଓ ବୌଦ୍ଧିକ ସମ୍ପନ୍ନ ରାଜନୈିତକ ଦଳ ଭାବେ ପରିଚିତ । ଯେଉଁ ଦଳରେ ଶ୍ୟାମ ପ୍ରସାଦ ମୁଖାର୍ଜୀ, ଦୀନ ଦୟାଲ ଉପାଧ୍ୟୟ, ନାନାଜୀ ଦେଶମୁଖ, ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡଭାନୀ, ସର୍ବୋପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରି ମହାନ ବୌଦ୍ଧିକ ସମ୍ପନ୍ନ ନେତା ଥିଲେ ଓ ଅଛନ୍ତି । ଯେଉଁମାନଙ୍କ ଆଚରଣ ଓ ଉଚାରଣ ଓ ବୌଦ୍ଧିକତା ପାଇଁ ବିଜେପି ଆଜି ଦେଶରେ ୧ନମ୍ବର ଦଳ ଓ ଶାସନ କ୍ଷମତାରେ ରହିଛି । ସେହି ଦଳ ଦଳୀୟ ବିଧାୟକଙ୍କର ଗୃହ ମଧ୍ୟରେ ଆଚରଣ ଓ ଉଚ୍ଚ ଉଚାରଣ ନେଇ ନୀରବ ରହିବା ଯେତିକି ବିସ୍ମୟ ଜନକ, ସେତିକି ଚିନ୍ତାଜନକ ମଧ୍ୟ । ଅନ୍ୟର ପକ୍ଷରେ ଦଳ ସେମାନଙ୍କୁ ସମର୍ଥନ ଦେବା ମଧ୍ୟ ଚିନ୍ତାଜନକ । କେବଳ ଏତିକି ନୁହେଁ, ଅହିଁସାର ପ୍ରତୀକ, ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୁର୍ତୀ ତଳେ ଧାରଶ ଦେବା ଆଉ ଏକ ବିଡମ୍ବନା । ତେବେ ଏପରି ଅହୋରାତ୍ର ଧାରଣା ନିଜ କୃତକର୍ମର ପ୍ରାୟଶ୍ଚିତ ପାଇଁ ନାଁ ନିଜ ଆଚରଣରେ ଯଥାର୍ଥତା ଦର୍ଶାଇବା ପାଇଁ!!! ଏହା ସତ୍ୟଯେ, ଗଣତନ୍ତ୍ରର ପବିତ୍ର ମନ୍ଦିର ବିଧାନସଭାରେ ପାର୍ଲିଆମେଂଟ ହଉ, ଏବେ ଆଉ ଆଲୋଚନାର କ୍ଷେତ୍ର ହୋଇ ରହିନାହିଁ । ବୌଦ୍ଧକତା ସମ୍ପୁର୍ଣ୍ଣ ଉଠେଇ ଯିବାକୁ ବସିଥିବା ବେଳେ ପବିତ୍ର ଗୃହ ଏକପ୍ରକାରର ରଣକ୍ଷେତ୍ରରେ ପରିଗଣିତ ହୋଇଗଲାଣି । କଥାକଥାରେ ବିଧାୟକମାନେ ଯେପରି ଗୃହର ମଧ୍ୟଭାଗକୁ ପଶିଆସି ହୋହଲା ହଟ୍ଟଗୋଳ କରୁଛନ୍ତି ତାହା ଗୃହ ଏବଂ ସଦସ୍ୟମାନଙ୍କର ବୌଦ୍ଧିକତା ପବିତ୍ରତାକୁ ନଷ୍ଟ ଭ୍ରଷ୍ଟ କରିଦେଇଛି । ଅତିତରେ ଏଥିରେ ବ୍ୟଥିତ ହୋଇ ପୁର୍ବତନ ରାଷ୍ଟ୍ରପତି ତଥା ଭାରତର ଭାରତରତ୍ନ ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀ ଲୋକପ୍ରତିନିଧିମାନଙ୍କୁ କଡା ଚେତାବନୀ ଦେବାକୁ କୁଣ୍ଠାବୋଧ କରିନଥିଲେ । ପାର୍ଲିଆମେଂଟ ହଉ ବା ବିଧାନସଭା ହେଉ ହେୁଛି ଆଲୋଚନା କ୍ଷେତ୍ର ରଣକ୍ଷେତ୍ର ନୁହେଁ କି ବିଶୃଙ୍ଖଜନିତ ଆଚରଣର କ୍ଷେତ୍ର ନୁହେଁ । ଗୃହର ଅଧିବେସନ ସମୟରେ ଜନସାଧାରଣ ବେଶ କିଛି ଆଶା କରିନାହାନ୍ତି । ମାତ୍ର ଲୋକପ୍ରତିନିଧିମାନେ ଯେଉଁଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ସେଥିରେ ଜନସାଧାରଣଙ୍କୁ ନିରାଶ ହେବାକୁ ପଡୁଛି ।
ଏହା ଅବଶ୍ୟ ସତ୍ୟଯେ, ଗରତନ୍ତ୍ରର ପବିତ୍ର ମନ୍ଦିର ସଂଖ୍ୟା ଖେଳରେ ବଳିୟାନ । ସଂଖ୍ୟା ଗରିଷ୍ଠତା ବଳରେ ଶାସକ ଦଳ ଯାହା କିଛି କରିବାର ନଜୀର ଆମ ଦେଶରେ ଅଭାବ ନାହିଁ । ଯାହାର ପ୍ରଭାବରେ ବିରୋଧିଦଳ ନ୍ୟାୟ ବାନିଜର ହକ୍ ନପାଇବା ସ୍ୱଭାବିକ । ବିଭିନ୍ନ ପ୍ରସଙ୍ଗରେ କହିବାକୁ ବିରୋଧି ଦଳ ଜନତାଙ୍କୁ ସୁଯୋଗ ନ ମିଳିବା, ତରବରିଆ ଭାବେ ଯେକୌଣସି ବିଲ୍୍ ଗୃହିତ କରାଇନେବା ଏକ ନିତିଦିନିଆ ଘଟଣାରେ ପରିଗଣିତ ହୋଇଛି । ଯାହାର ପ୍ରତିବାଦ ହେବା ଉଚିତ, ମାତ୍ର ଭଙ୍ଗାରୁଜା, ଫିଙ୍ଗା ଫୋପଡା ମାଧ୍ୟମରେ ନୁହେଁ । ବୌଦ୍ଧିକ ପ୍ରତିବାଦ ହେବା ଆବଶ୍ୟକ । ଫିଙ୍ଗା ଫୋପଡା ହେଉଛି ପିଲାଣିଆମୀ ଯାହାକି ଲୋକପ୍ରତିନିଧିମାନଙ୍କ ନିକଟରେ ଶୋଭାପାଏନି । ଅନ୍ୟ ପକ୍ଷରେ ବାଚସ୍ପତି ହେଉଛନ୍ତି ନ୍ୟାୟ, ନିଷ୍ପକ୍ଷତାର ପ୍ରତିକ । ସେ ଦଳୀୟ ହୋଇଥିଲେ ମଧ୍ୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିବା ପରେ ନିଷ୍ପକ୍ଷ ବା ନିର୍ଦ୍ଧଳୀୟର ପ୍ରତୀକ ହୋଇଥାନ୍ତି । ସମସ୍ତଙ୍କୁ ଅର୍ଥାତ ଶାସକ ଓ ବିରୋଧିଙ୍କୁ ସମାନ ଦୃଷ୍ଟିରେ ଦେଖିବା, ନ୍ୟାୟ ଦେବା ତାଙ୍କର କର୍ତବ୍ୟ ଯାହାକି ଆମର ସମ୍ବିଧାନର ନିଦେ୍ର୍ଧଶ । ମାତ୍ର ଏଥିରେ ବହୁ ବ୍ୟତିକ୍ରମର ନଜୀର ରହିଛି । ଯେଉଁଥିପାଇଁକି ବାଚସ୍ପତିଙ୍କୁ ଅଦାଲତର କାଠଗଡାରେ ଛିଡାହେବାକୁ ପଡିଛି । ପିବତ୍ର ଗୃହର ମର୍ଯ୍ୟଦା ରକ୍ଷା ଲୋକପ୍ରତିନିଧିମାନଙ୍କର ପରମ କର୍ତବ୍ୟ ହେଉନାହିଁ । ଅନ୍ୟଥା ଜନସାଧାରଣ କ୍ଷମାଦେବେ ନାହିଁ । କଥାରେ ଅଛି ‘ଆଲୋ ସଖୀ ଅପଣା ମହତ ଆପେ ରଖି’

Comments (0)
Add Comment