ଆଳୁ ଖୋଳୁ ଖୋଳୁ ମହାଦେବ

ନିଶା କାରବାର ଏବଂ ନିଶା ସେବନରେ ସଂପୃକ୍ତ ଥିବା ଅଭିଯୋଗରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ(ଏନସିବି) ବଳିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିବା ପରେ ଯୁବ ଚଳଚିତ୍ର ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଏବେ ନୁଆ ମୋଡ ନେଇଛି ବୋଲି କୁହାଯାଇପାରିବ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏବେ ରାଜପୁତଙ୍କ ମୃତ୍ୟୁର ତଦନ୍ତକୁ ନେଇ ମୁମ୍ବାଇ ଓ ବିହାର ପୋଲିସ ମୁହାଁ ମୁହି ହେବା ପରେ ସିବିଆଇ ଏବେ ତଦନ୍ତ ପ୍ରକି୍ରୟା ଆରମ୍ଭ କରିଛି । ତେବେ ନିଶା କାରବାର ନେଇ ସୁଶାନ୍ତ ଆତ୍ମହତ୍ୟା କରିଥିବା ନେଇ ଚର୍ଚ୍ଚା ଜୋର ଧରିବା ପରେ ଏନସିବି ତଦନ୍ତ କରୁଛି । ଏନସିବି ବହୁଥର ଜେରା କରିବା ପରେ ରିୟାଙ୍କ ଭାଇ ସୌଭିକ ଓ ଅନ୍ୟ ୪ଜଣଙ୍କୁ ଗିରଫ କରିବା ପରେ ଗତ ମଙ୍ଗଳବାର ଦିନ ରିୟାଙ୍କୁ ଗିରଫ କରିଛି । ସମସ୍ତେ ଏବେ ଜେଲରେ ଅଛନ୍ତି । ଅବଶ୍ୟ ନିଶାକାରବାରରେ ସଂପୃକ୍ତ ଥିବା ଜଣେ ନାମୀ ଦାମୀ ଚଳଚ୍ଚିତ୍ର ଅଭିନେତ୍ରୀ ଗିରଫ ହେବା ଘଟଣା ପ୍ରଥମେ ନୁହେଁ କି ନୁଆ ନୁହେଁ । ପୁର୍ବରୁ ୨୦୦୧ ମସିହାରେ ଅଭିନେତା ଫରଦିନ ଖାଁ ଗିରଫ ହୋଇଥିଲେ । ଏବେ ଯୁବ ଅଭିନେତା ସୁଶାନ୍ତଙ୍କ ରହସ୍ୟ ଜନକ ଆତ୍ମହତ୍ୟା ଘଟଣାରେ ଆଳୁ ଖୋଳୁ ଖୋଳୁ ମହାଦେବ ପରି ରିୟା ନିଶା କାରବାର ଚଳାଇଥିବା ଏବଂ ସେବନ କରୁଥିବା ଏନସିବି ଦ୍ୱାରା ସ୍ପଷ୍ଟ ହେବା ପରେ ତାଙ୍କୁ ଗିରଫ କରିଛି । ଜେରା ବେଳେ ମଧ୍ୟ ବଲିଉଡର ୨୨ଜଣ ନାମୀଦାମୀ କଳାକାର ନିଶାସେବନ ଓ କାରବାର କରୁଥିବା ସୁଚନା ଦେଇଛନ୍ତି । ସେମାନଙ୍କ ନାମ ଏନସିବି କିମ୍ବା ତଦନ୍ତକାରୀ ସଂସ୍ଥା ପ୍ରକାଶ କରିନଥିଲେ ମଧ୍ୟ ସେମାନେ ଯେ, କଡା ନଜରରେ ଅଛନ୍ତି, ଏହା ନିଶ୍ଚିିତ । କହିବା ବାହୁଲ୍ୟଯେ, ଆମ ଦେଶରେ ଚଳଚ୍ଚିତ୍ର ଅଭିନେତା ହୁଅନ୍ତୁ ବା ସେଲିବ୍ରିଟି ହୁଅନ୍ତୁ ଅତିଲୋକ ପ୍ରିୟ । ଲୋକ ପି୍ରୟତାର ଛାୟା ତଳେ ସେମାନେ ଅପରାଧିକ କାରବାରରେ ସଂପୃକ୍ତହେବା କିଛି ଅସମ୍ଭବ ନୁହେଁ । ରାତାରାତି କୋଟି ପତି ହେବା ନିଶା ସମସ୍ତଙ୍କର ରହିଛି । ଏଥିରୁ ଅଭିନେତା ଅଭିନେତ୍ରୀ ବାଦ ପଡିବେ କିପରି ? ଆମ ଦେଶରେ ନିଶା କାରବାର ଏବଂ ନିଶା ସେବନ ନିଶିଦ୍ଧ, ବେଆଇନ ଏବଂ ଦଣ୍ଡନୀୟ ଅପରାଧ ଭାବେ ରହିଛି । ତେବେ କଷ୍ଟ କରି ନୁହେଁ, ଅସଦ ଉପାୟରେ ଉପାର୍ଜନ ରାତାରାତୀ ବିଶାଳୀ କରିବପାରିବ । ନିଶା କାରବାର ଓ ସେବନ ହେଉଛି, ଏଥିରୁ ଏକ ମାଧ୍ୟମ । କହିବା ବାହୁଲ୍ୟ ଯେ, ବଲିଉଡରେ ନିଶା କାରବାର ଚାଲୁଥିବା ନେଇ ୩ଜଣ ପ୍ରତିÂିତ ବ୍ୟକ୍ତିି କେନ୍ଦ୍ର ସରକାରଙ୍କୁ ନିବେଦନ କରିବା ପରେ ସରକାର ଏବେ କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଏନସିବିକୁ ନିୟୋଜିତ କରିବାର ଉଦେ୍ଧଶ୍ୟ ହେଉଛି ବଲିଉଡକୁ ନିଶାକାରବାରରୁ ମୁକ୍ତ କରିବା । ରିୟାଙ୍କ ସୁଚନା ଅନୁସାରେ କେବଳ ୨୨ଜଣ ନୁହନ୍ତି, ଆହୁରି ଅନେକଙ୍କ ନାମ ପଦାକୁ ଆସିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।ଏହା ସତ୍ୟଯେ, ରାତାରାତି ଧନୀ ହେବା ନିଶା ଏବେ କେବଳ ଅଭିନେତା, ଅଭିନେତ୍ରୀ ନୁହନ୍ତି ଉଚ୍ଚଶିକ୍ଷିତ ଯୁବ ପିଢିକୁ ବିପଥଗାମୀ କରିଛି । ଯେଉଁଥିପାଇଁକି ଅପରାଧ ପରେ ଅପରାଧ ଘଟିଚାଲିଛି । ଲୋକ ପି୍ରୟତାର ଆଳରେ ରିୟା ବୋଧହୁଏ, ଏଭଳି ବେଆଇନ କାରବାର ଚଳାଇଥିଲେ । ଶୁଣାଯାଏ ଯେ, ମୃତ ସୁଶାନ୍ତ ନିଶା ସେବନରେ ଅଭ୍ୟସ୍ତ ଥିଲେ । ରିୟା ହିଁ ତାଙ୍କୁ ନିଶା ଯୋଗାଇ ଦେଉଥିଲେ । କୁହାଯାଇଛି ଯେ, ୧୦ଗ୍ରାମ ଚରସ କିଣିବା ଅଭିଯୋଗରେ ରିୟାଙ୍କୁ ଗିରଫ କରାଯାଇଛି । ଏହା ନିଶ୍ଚିତ ଯେ, ମଣିଷ ନିଶା ଖାଏ, ମାତ୍ର ନିଶା ଯେତେବେଳେ ମଣିଷକୁ ଖାଏ, ସେତେବେଳେ ହିତାହିତ ଜ୍ଞାନ ହରାଏ, ଅପରାଧ ଘଟାଏ କିମ୍ବା ଶେଷରେ ମୃତ୍ୟୁ ବରଣ କରେ । ନିଶା ସେବନ ଯୋଗୁଁ ଏବଂ ନିଶା କାରବାର ଦେଶରେ ବର୍ଷରେ ଲକ୍ଷାଧିକ ଲୋକଙ୍କ ଜୀବନ ନିଏ, ଯାହାକି ଜାତୀୟ ଅପରଧ ବୁ୍ୟରୋ ରେକର୍ଡ କହେ । ନିଶା କାରବାରକୁ ରୋକିବା ଲାଗି ପୋଲିସ-ଗୋଇନ୍ଦା ସଂସ୍ଥାକୁ ଆହୁରି ସକି୍ରୟ କରାଯିବା ଆବଶ୍ୟକ । ରିୟାଙ୍କ ନିଶା ଦ୍ରବ୍ୟ ସେବନ ଓ କାରବାର ଏବେ ସମସ୍ତଙ୍କୁ ଚଳଚ୍ଚିତ୍ର କାହାଣି ଭାବେ ଲାଗିବା ସ୍ୱଭାବିକ । ଚଳଚ୍ଚିତ୍ରରେ ଦର୍ଶକ ଦେଖୁଥିବା ଅପରାଧିକ ଦୃଶ୍ୟ ଠାରୁ ଏହା କୌଣଷି ଗୁଣରେ କମ୍ ନୁହେଁ ।

Comments (0)
Add Comment