ଏହା ଠିକ୍

ପୁରୀ ସହର ଅନ୍ତର୍ଗତ ବାସେଳି ସାହି ଥାନା ହାଜତ ମୃତ୍ୟୁ ଘଟଣା ଏବେ ବିରାଟ ରୂପ ଧାରଣ କରିଛି । ପୁରୀ ସମେତ ସୁନ୍ଦରଗଡ଼ ଜିଲ୍ଲାର ବିରମୁତ୍ରପୁର ଥାନାରେ ମଧ୍ୟ ଅନୁରୂପ ଘଟଣା ଘଟିଥିବା ପ୍ରକାଶ । କିନ୍ତୁ ପୁରୀରେ ଏହା ବ୍ୟତିତ ଅନ୍ୟ ଏକ ଘଟଣା ସମାନ ଡଙ୍ଗରେ ଘଟିଥିବାରୁ ଏଥିନେଇ ସହରରେ ଆଲୋଡନ ସୃଷ୍ଟି ହୋଇଛି । ଜଣକର ହାଜତ ମୃତ୍ୟୁ ପରେ ଜେଲରେ ଥିବା ଆଉ ୫ ଜଣଙ୍କୁ ମାଡ଼ମରାଯିବା ସହିତ ଅନ୍ୟ ଜେଲକୁ ପଠାଇ ଦିଆଯିବାରୁ ସେଠାରେ କତୃପକ୍ଷ ଜେଲ୍କୁ ଯିବାଲାଗି ସେମାନଙ୍କୁ ଅନୁମତି ଦେବା ପରିବର୍ତେ ଗୁରୁତର ଅବସ୍ଥାରେ ଥିବା ଅଭିଯୁକ୍ତମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଇଦେବା ପରେ ଉକ୍ତ ଘଟଣା ସର୍ବସାଧାରଣଙ୍କ ଆଖି ଆଗକୁ ଆସିଥିଲା ବେଳେ ନବନିଯୁକ୍ତ ଏସ୍ପି କନୱର ବିସାଳ ସିଂ ଏହା ପୂର୍ବରୁ କେ.ରମେଶ ନାମଙ୍କ ବ୍ୟକ୍ତିଙ୍କ ହାଜତ ଭିତରେ ମୃତ୍ୟୁ ନେଇ ବ୍ୟାପକ ପଚାରାଉଚରା କରି ଘଟଣା ସମ୍ପର୍କରେ ଅବଗତ ହୋଇରିଛନ୍ତି । ଏପରିକି ଏହି ହାଜତ ମୃତ୍ୟୁ ଘଟଣା ନେଇ ବିଚାରବିଭାଗୀୟ ତଦନ୍ତ ଲାଗି କରିବା ଲାଗି ସେ ରାଜ୍ୟ ସରକାର ନିକଟକୁ ପତ୍ର ଲେଖିଥିବା ପ୍ରକାଶ । ଏ ସମ୍ପର୍କରେ ପୁରୀ ଜିଲ୍ଳା ଏସ୍ପି ବିଶାଳ ସିଂ ଗଣମାଧ୍ୟମକୁ ଜଣାଇଛନ୍ତି ଯେ, ଏହା ଏକ ସମ୍ବେଦନଶୀଳ ଘଟଣା । ତେଣୁ ଦିଆଯାଇଥିବା ରିପୋର୍ଟ ନେଇ ସରକାର ଖୁବ୍ ଶୀଘ୍ର ଚିଡାନ୍ତ ନିଷ୍ପତି ନେବେ ପୋଲିସ କରିଥିବା ତଦନ୍ତ ସମ୍ପର୍କରେ ସୂଚାଇ ଦେବାକୁ ଯାଇ ସେ ମଧ୍ୟ ଗଣମଧ୍ୟମକୁ କହିଛନ୍ତି ଯେ, ଜାତୀୟ ମାନବାଧିକାର କମିଶନରଙ୍କ ପ୍ରେରିତ ନିଦେ୍ର୍ଧଶାବଳି ଅନୁଯାଇ କରାଯାଉଥିବା ତଦନ୍ତର ତଦାରଖ ବିଭାଗୀୟ ବରିଷ୍ଠ ଅଧିକାରି ମାନେ ଜାରି ରଖିଛନ୍ତି । ସେହିପରି ଥାନା ହାଜତରେ କେତେକ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ନିର୍ଯାତନା ଦିଆଯାଉଥିବା ସମ୍ପର୍କରେ କରାଯାଇଥିବା ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ଏସ୍ପି ଜଣାଇଛନ୍ତି ଯେ ଏହି ଘଟଣାର ତଦନ୍ତ କେନ୍ଦ୍ରାଞ୍ଚଳ ଆଇଜିଙ୍କ ଦ୍ୱାରା କରାଯାଉଛି ଓ ତାଙ୍କ ରିପୋର୍ଟକୁ ଭିତିକରି ଆବଶ୍ୟକୀୟ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରାଯିବ । ତେବେ ସହରଭିତରେ ଘଟୁଥିବା ଅପରାଧ ବନ୍ଦକରିବା ଲାଗି ଦିଆଯାଉଥିବା ନିଦେ୍ର୍ଧଶାବଳିରେ ଶ୍ରୀ ମନ୍ଦିର ଆସୁଥିବା ଭକ୍ତଙ୍କ ସୁରକ୍ଷା ଓ ନିରାପତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ । ଏହା ବ୍ୟତିତ ପୁରୀ ସହରକୁ ସମ୍ପୁନ୍ନ ଅପରାଧ ମୁକ୍ତ କରିବାଲାଗି ଆରମ୍ଭ ହୋଇଥିବା ପଦକ୍ଷପ ଗୁଡ଼ିକ ଜାରିରହିବ ବୋଲି ମତ ପ୍ରକାଶ କରି ସେ ମଧ୍ୟ କହିଛନ୍ତି ଯେ, ସହରଭିତରେ ଅପରାଧ ନିୟନ୍ତଣ ସେତିକି ବେଳେ ସହଯୋଗ ହେବ, ଯେତେବେଳେ ପୋଲିସ ଓ ଜନସାଧାରଣଙ୍କ ମତରେ ଦୁରୋତ୍ୱ କମିବ ।ତେବେ ଏଠାରେ ଆମର କହିବାର କଥା ହେଲା ଯେ, କେ.ରମେଶ କେଉଁ ଧରଣର ଅପରାଧି ଥିଲେ ଓ ପୂର୍ବରୁ କେତୋଟି ଅପରାଧିକ ମାମଲା ତାଙ୍କନାମରେ କେତୋଟି ଥାନାରେ ଦରଜ କରାଯାଇଛି, ସେ ସମ୍ପର୍କରେ ସର୍ବ ପ୍ରଥମେ ପୁରୀ ପୋଲିସ ଜାଣିବା ବାଞ୍ଚନୀୟ । ସାଧାରଣ ଜନତା ଏପରି ଘଟଣା ଉପରେ ନିଜଆଡୁ ଦୃଷ୍ଟି ଦେବା ଆବଶ୍ୟକ । ପୋଲିସ ଓ ସାମାଜିକ ବ୍ୟବସ୍ଥା ତଥା ସାଧାରଣ ଲୋକଙ୍କ ମଧ୍ୟରେ ରହିଥିବା ଦୁରତ୍ୱକୁ ଦୁରେଇ ଦିଆଯିବା ଉଚିତ । ତା’ କରାଯାଇପାରିଲେ ହାଜତ ମୃତ୍ୟୁ ନିୟନ୍ତଣାଧିନ କରିହେବ । ଏପରି ହୋଇପାରିଲେ ସାମାଜିକ ସ୍ଥରରେ ଅପରାଧ ନିୟନ୍ତ୍ରଣ କରିବା ସହଜ ହୋଇପାରିବ । ପୁରୀରେ ବିଶ୍ୱ ପ୍ରସିଦ୍ଧ ଶ୍ରୀମନ୍ଦିର ଦେଖିବା ଲାଗି ଦୈନିକ ହଜାର ହଜାର ଭକ୍ତ ରୁଣ୍ଡହେଉଥିଲା ବେଳେ ସେମାନେ ଯେପରି ଶୃଙ୍ଖଳିତ ଭାବେ ଠାକୁର ଦର୍ଶନ କରିପାରିବେ, ସେଥି ପ୍ରତି ପୋଲିସ କଡ଼ା ଦୃଷ୍ଟି ରଖିବ । ଆଉ ମଧ୍ୟ ଆମେ ଜୋର ଦେଇ କହିପାରୁ, ଯାହା ସତ ଓ ଠିକ୍, ତାହା କେବେହେଲେ ଯେ କୌଣସି ଚାପର ବଶବର୍ତୀ ହୋଇ ପରିବନାହିଁ । ସେହିପରି ଅପରାଧ ଯେତେ ଛୋଟ ହେଉ ବା ବଡ଼, ତାହା ଧର୍ତବ୍ୟ । ଯେ କୌଣସି ମାମଳାରେ ଅଭିଯୁକ୍ତକୁ ଠିକ୍ ଭାବେ ଧରିବା ଏବଂ ଦେଶର ଆଇନ ଅନୁଯାୟୀ ସେ କରିଥିବା ଅପରାଧ ସମ୍ପର୍କିତ ସମସ୍ତ ବଳିଷ୍ଠ ସାକ୍ଷୀପ୍ରମାଣ ସଂଗ୍ରହ କରାଯିବା ଏହି ଦୃଷ୍ଟିକୋଣରୁ ଆବଶ୍ୟକ ଯେ, ତତ୍ ଦ୍ୱାରା ଅପରାଧିକୁ ଉପଯୁକ୍ତ ଦଣ୍ଡ କୋର୍ଟରେ ମିଳିବା ସମ୍ଭବପର ହେବା ସହିତ ସେ ଭବିଷ୍ୟତରେ ଏପରି ଅପରାଧମୂଳକ କାର୍ଯ୍ୟ କରିବ ନାହିଁ । ତେଣୁ ସଂକ୍ଷିପ୍ତରେ କହିଲେ, ଆମେ ଭଗବଦ ଗୀତାରେ ରହିଥିବା ଆପ୍ତବାକ୍ୟକୁ ଉଦ୍ଧୃତ କରି ଏହା କହିପାରୁ ଯେ, ଯାହା ହୋଇଛି ଠିକ୍ ହୋଇଛି, ଯାହା ହେଉଛି ଠିକ୍ ହେଉଛି ଏବଂ ଯାହା ହେବ ଠିକ୍ ହେବ ।

Comments (0)
Add Comment