କରୋନା ମହାମାରୀ ଯେ କେବଳ ଓଡ଼ିଶାରେ ବା ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲାରେ କିମ୍ବା ରାଉଲକେଲାରେ ବୃଦ୍ଧି ପାଉଛି, ତାହାକ ହିବା ଠିକ୍ ନୁହେଁ । ବରଂ ସମଗ୍ର ପୃଥିବୀରେ ନିଜର ପ୍ରକୋପ ଦେଖାଇବା ସହିତ ଏଥିରେ ଲକ୍ଷ୍ୟାଧିକ ବ୍ୟକ୍ତି ମୃତ୍ୟୁ ବରଣ କରିବା ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ପଜେଟିଭ ଚିହ୍ନଟ ହେବା ଏବେ ନୀତିଦିନିଆ ଘଟଣା ପାଲଟିଲାଣି । ଏକଦା ଭାରତର ପଡୋଶୀ ରାଷ୍ଟ୍ର ଚାଇନାର ଉହାନରୁ ପ୍ରଥମେ କରୋନା ପଜେଟିଭ ଭୂତାଣୁ ଦ୍ୱାରା ଲୋକେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ବିଶ୍ୱର ସବୁ ଦେଶକୁ ବିଜୁଲି ଭଳି ବ୍ୟପିବାରେ ଲାଗିଥିଲା । ସର୍ବଶେଷରେ ଏବେ ଏହି ମହାମାରୀ ଭାରତରେ ଏହାର କାୟା ବୃଦ୍ଧି କରୁଛି । ହଜାର ହଜାର ସଂଖ୍ୟାରେ ବିଭିନ୍ନ ରାଜ୍ୟର ଲୋକ ପଜେଟିଭ ଚିହ୍ନଟ ହେବା ପରେ ଏହା ରାଷ୍ଟ୍ରୟ ଅର୍ଥନୀତିକୁ ନିଜ ପାଦରେ ଦଳି ଚକଟି ଦେବାରେ ଲାଗିଛି ବୋଲି କୁହାଯାଇପାରେ । ସାମଜିକ ଜୀବନର ପ୍ରତେକ ପର୍ଯ୍ୟାୟ ଏବେ କରୋନା କବଳିତ । ଯେତେବେଳେ କୌଣସି ମହାମାରୀ ସାମାଜିକ ବ୍ୟବସ୍ଥା, ରୀତିନୀତି ଏବଂ ଦୈନଦିନ ଚଳଣୀ ସମେତ ଅର୍ଥନୈତିକ କ୍ଷେତ୍ରକୁ ଆକ୍ରାନ୍ତ କରେ, ସେତେବେଳେ ବ୍ୟକ୍ତି ବା ରାଷ୍ଟ୍ରର ଆର୍ଥିକ ବଳ ଓ ମୁକାବିଲା କରିବାର ସାହସ ସମେତ ବଂଚିବାର ମହତ୍ୱ ଲକ୍ଷ୍ୟ ଧୁଳିସାତ ହୋଇଯାଇଥାଏ । ଏବେ କରୋନା ଭୂତାଣୁ ଯେପରି ଭାବେ ସାରା ବିଶ୍ୱକୁ ଆକ୍ରାନ୍ତ କରିଛି, ସେଥିରେ ବିଶ୍ୱବାସୀଙ୍କ ସାମର୍ଥ୍ୟ ହ୍ରାସ ପାଇବାରେ ଲାଗିଛି । ଅବଶ୍ୟ ଇତି ମଧ୍ୟରେ ଅନେକ ରାଷ୍ଟ୍ର କୋଭିଟ ଟିକା ବାହାର କରିଥିବା ଦାବି କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ତାହା ମାର୍କେଟକୁ ଆସିପାରିଲା ନାହିଁ । ଏବେ ଦେଖିବାର କଥା, ବିନା ଟିକାରେ କେବଳ ସଙ୍ଗରୋଧ ଓ ସାମାଜିକ ଦୁରତ୍ୱ ରକ୍ଷା ସହିତ ମାସ୍କ ପିନ୍ଧି କୋଭିଡ ଠାରୁ ମଣିଷ ଦୁରେଇ ରହିବା କେତେ ଦୁର ସମ୍ଭବ? ଅବଶ୍ୟ ଏହ ଦ୍ୱାରା ମହାମାରୀକୁ ଦୁରେଇ ଦିଆଗଲେ, ଏହା ସମାଜ ପାଇଁ ମଙ୍ଗଳକର । କିନ୍ତୁ ଯଦି କରୋନା ପ୍ରକୋପ ଅବ୍ୟାହତ ରହେ, ତେବେ ଭାରତର ସେହି ଯୁଗଯୁଗର ବିଶ୍ୱାସକୁ ନେଇ ମଣିଷ ଯଦି ଆଗକୁ ପ୍ରକୃତି ସହିତ ସନ୍ଧିକରି ଶିଖେ ଏବଂ ପ୍ରକୃତିକୁ ବାରମ୍ବାର ଧର୍ଷଣ କରିବାରୁ ନିବୃତ ରହେ, ତେବେ ପ୍ରକୃତି ମାଧ୍ୟମରେ ଭଗବାନ କୌଣସି ଅଲୌକିକ ପଦକ୍ଷେପ ନେବା ସହିତ ପ୍ରକୃତି ମାଡରେ କରୋନା ବିଶ୍ୱରୁ ନିରବରେ ଦୁରେଇ ଯିବା ଆଦୌ ଅସମ୍ଭବ ବା ଅସ୍ୱାଭାବିକ ନୁହେଁ ।