କହି ହେଉଛି ନା’ ସହି ହେଉଛି


ଦୀର୍ଘ ୧୦ ମାସ ଧର ସାରା ବିଶ୍ୱ କରୋନା ମହାମାରୀ ଦ୍ୱାରା ପୀଡିତ ଥିଲା ବେଳେ ଏଥିରୁ ଭାରତ ମଧ୍ୟ ବାଦ ପଡିନଥିଲା । ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ମହାମାରୀ ଯୋଗୁ ସାଧାରଣ ଜୀବନ ପ୍ରାୟତଃ ସ୍ଥାଣୁ ହୋଇପଡିଥିଲା । ସାରା ରାଜ୍ୟରେ ଅନ୍ଲକ୍ର ପ୍ରଭାବ ଗତ ଦେଢ଼ମାସ ଧରି କିଛି କିଛି ଅନୁଭୂତ ହୋଇଥିଲା ବେଳେ ଏହା ସାଧାରଣ ଲୋକଙ୍କୁ ଆପାତକାଳୀନ ପରିସ୍ଥିତି ସହ କିପରି ଖାପ ଖୁଆଇ ଚଳିବ, ସେ ସମ୍ପର୍କରେ କିଛିଟା ଅନୁଭୂତି ପ୍ରଦାନ କରିଥିଲା । ତେଣୁ କ୍ରମଶଃ ସାମାଜିକ କଟକଣା କୋହଳ ହେବାକୁ ଲାଗିଲା । ଏବେ ଓଡ଼ିଶା ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ କରିଥିବା ସୁପାରିଶ କହେ, ଆଉ ସପ୍ତାହକ ପରେ ୨୨ ତାରିଖରୁ ଶ୍ରୀମନ୍ଦିର ଖୋଲିବା ସହିତ ବଡ଼ଠାକୁର ଶ୍ରୀ ଜଗନ୍ନାଥଙ୍କ ସମେତ ଚତୁଃର୍ଦ୍ଧା ଶ୍ରୀବିଗ୍ରହଙ୍କ ଦର୍ଶନ କରିହେବ । ଯଦି କୌଣସି କାରଣରୁ ଏହା ହୋଇନପାରିଲା ତେବେ ୨୮ ତାରିଖ ଭିତରେ ମନ୍ଦିର ଖୋଳିବା ସ୍ଥିରନିଶ୍ଚିତ । ଏହି ସୂଚନା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଦେଇଥିଲା ବେଳେ ସେ ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ପ୍ରଥମ ସପ୍ତାହର ଅର୍ଦ୍ଧାଧିକ ଦିନ କେବଳ ପୁରୀବାସୀ ଭକ୍ତମାନେ ଦର୍ଶନ କରିପାରିବେ । ନୂଆ ବର୍ଷରେ ପ୍ରଥମ ଦୁଇ ଦିନ ଶ୍ରୀମନ୍ଦିର ବନ୍ଦ ରହିବ । ନୂଆ ବର୍ଷର ୩ ତାରିଖରୁ ରାଜ୍ୟର ଅନ୍ୟ ଅଂଚଳ ବାସୀ ଓ ଭିନ୍ନ ରାଜ୍ୟର ଲୋକମାନେ ବଡ଼ଠାକୁରଙ୍କ ଦର୍ଶନ କରିପାରିବେ । ଦର୍ଶନ ବ୍ୟବସ୍ଥା ପାଇଁ ଏସଓପି ଜାରି କରାଯିବ । ତେବେ ପୁରୀ ସହର ବାହାରୁ ଯେତେ ଭକ୍ତ ଓ ପର୍ଯ୍ୟଟକ ଆସିବେ, ସେମାନଙ୍କୁ କୋଭିଡ ନେଗେଟିଭ ରିପୋଟ ଆଣି ଆସିବାକୁ ପଡିବ । ଏହା ବ୍ୟତିତ ମାସ୍କ ପିନ୍ଧିବା ଓ ସାନିଟାଇଜର ଲଗାଇବା ବାଧ୍ୟତାମୂଳକ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଖୋଲିବା ନେଇ ଯେତେ ଗୁଡିଏ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରିଛନ୍ତି, ସେଥିରେ କୌଣସି ଭକ୍ତ ଶନ୍ତୁଷ୍ଟ ଥିଲା ଭଳି ଜଣା ପଡୁନାହିଁ । ପୁରୀ ଶ୍ରୀମନ୍ଦିର ପ୍ରଶାସନ ମାସ୍କ ପିନ୍ଧିବା ଓ ସାନିଟାଇଜର ବ୍ୟବହାର କରିବା ଉପରେ ସମ୍ପ୍ରତି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏପରିକି ୬୫ ବଷର୍ର ବରିÂ ନାଗରିକ ବା ପିଲାମାନଙ୍କୁ ମନ୍ଦିର ଆସିବା ପାଇଁ ବନ୍ଦ ରଖାଯାଇଥିଲା ବେଳେ ଏବେ ମନ୍ଦିର ଖୋଲିବା ସପକ୍ଷରେ ଯେତେ ଗୁଡିଏ ଯୁକ୍ତ୍ି କରାଯାଉଛି, ତାହାକୁ ଅନୁଧ୍ୟନ କଲେ ମନେ ହୁଏ ମାର୍ଚ୍ଚ ଶେଷ ସୁଦ୍ଧା ଶ୍ରୀମନ୍ଦିରକୁ ସମସ୍ଥଙ୍କ ପାଇଁ ଖୋଲାଯିବା ନିଷ୍ପତି ନିରବତା ମଧ୍ୟରେ ଏକ ପ୍ରକାର ସ୍ଥିର ହୋଇଛି ବୋଲି ଅନୁମାନ କରାଯାଇପାରେ । ଅବଶ୍ୟ ଟିକା ଆସିବା ସହିତ ଶ୍ରୀମନ୍ଦିର ଓ ଅନ୍ୟ ରାଜ୍ୟ ମନ୍ଦିର ଗୁଡିକ ଖୁବ୍ ଶିଘ୍ର ଖୋଲିଯିବ ।

Comments (0)
Add Comment