ଆଜି କାରଗିଲ ଯୁଦ୍ଧ- ଅପରେସନ୍ ବିଜୟକୁ ୨୧ବର୍ଷ ହେଲା। ୧୯୯୯ ଜୁଲାଇ ୨୬ରେ ପାକିସ୍ତାନକୁ ପରାଜିତ କରି କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା ଭାରତ। ୧୮ହଜାର ଫୁଟ ଉଚ୍ଚରେ ପ୍ରାୟ ୨ମାସ କାଳ ଚାଲିଥିବା ଏହି ଯୁଦ୍ଧରେ ଭାରତୀୟ ସେନା ଯେପରି ପ୍ରବଳ ପରାକ୍ରମ ପ୍ରଦର୍ଶନ କରିଥିଲା, ଦେଶବାସୀ ଏଥିରେ ଏବେ ବି ଗର୍ବ ଅନୁଭବ କରନ୍ତି। ବିଜୟ ଦିବସରେ କାରଗିଲ ଯୁଦ୍ଧ ସଂକ୍ରାନ୍ତ କେତେକ ସ୍ୱତନ୍ତ୍ର କାହାଣୀ …
କାରଗିଲ ବିଜୟ ଗାଥାରେ ବନ୍ଧୁର ସହଯୋଗ
କାରଗିଲ ବିଜୟ ଗାଥାରେ ବନ୍ଧୁର ସହଯୋଗ । ତା ବିନା ସହଜ ନଥିଲା ପାକିସ୍ତାନକୁ ହରାଇବା । ଏହା ପଛରେ ଥିଲା ଆମ ବନ୍ଧୁ ରାଷ୍ଟ୍ରଙ୍କ ସକ୍ରିୟ ସହଯୋଗ । ଭରସାଯୋଗ୍ୟ ବନ୍ଧୁ ରାଷ୍ଟ୍ର ହେଉଛି ଇସ୍ରାଏଲ, ଏ ହେଉଛି ଭାରତର ସେହି ବନ୍ଧୁ ରାଷ୍ଟ୍ର ଯିଏ କାରଗିଲ ଯୁଦ୍ଧରେ ସାହାର୍ଯ୍ୟ କରିବା ଲାଗି କାରଗିଲର ପାକିସ୍ତାନର ଅନୁରୋଧକୁ ସିଧାସଳଖ ପ୍ରତ୍ୟାଖାନ କରିଦେଇଥିଲା । କାରଗିଲ ଯୁଦ୍ଧ ଚାଲିଥିବା ବେଳେ ଭାରତରେ ବାଧାହୋଇ ଛିଡା ହୋଇଥିଲା ପ୍ରକୃତି । ଭାରତ ଲାଗି ଏହି ଯୁଦ୍ଧ ଜିତିବା ସେତେଟା ସହଜ ନଥିଲା , ଏହା ପଛରେ ଥିଲା ଭୌଗଳିକ କାରଣ । ଆମର ଶତ୍ରୁ ଥିଲା ହିମାଳୟର ସୂଉଚ୍ଚ ପାହାଡର ଶିଖରରେ ଓ ଆମ ସେନା ଥିଲେ ଢେର୍ ତଳେ । ଶତ୍ରୁର ଟାର୍ଗେଟକୁ ସହଜରେ ଆସିଯାଉଥିଲେ ଆମ ସେନା କିନ୍ତୁ ଆମ ଅସ୍ତ୍ରଶସ୍ତ୍ର ଠିକ ଭାବେ ଶତ୍ରୁକୁ ଆକ୍ରମଣ କରିବାରେ ସକ୍ଷମ ହେଉନଥିଲେ । କାରଣ ଆମକୁ ଜଣାନଥିଲା ଶତ୍ରୁର ସଠିକ ଠିକଣା । ଜଣା ନଥିଲା ଶତ୍ରୁର ପ୍ରକୃତ ଅବସ୍ଥି୍ତି । ଆମ ମିସାଇଲ ଓ ତୋପ ଗୁଡିକ ଲକ୍ଷହିନ ଭାବେ ଫାଇରିଂ କରି ଚାଲିଥିଲେ । ପୁଣି ଏତେ ଉଚ୍ଚକୁ ଫାଇରିଂ କରିବା ପାଇଁ ଭାରତ ପାଖରେ ନଥିଲା ପର୍ଯ୍ୟାପ୍ତ ପରିମାଣର ଉପଯୁକ୍ତ ଓ ଆଧୁନିକ ଯୁଦ୍ଧାଅସ୍ତ୍ର । ଏଭଳି ସ୍ଥିତିରେ ଭାରତୀୟ ସେନାକୁ ସହଯୋଗ ର ହାତ ବଢାଇଲା ଇସ୍ରାଏଲ । ଭାରତକୁ ଇସ୍ରାଏଲ ଯୋଗାଇଲା କିଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଓ ପ୍ରଯୁକ୍ତି । ଯୁଦ୍ଧଭୂମିରେ କମାଲ କରିଥିଲା ଇସ୍ରାଏଲ ର ହେରାନ ଓ ସଚୁଆର ୟୁଏଭି ମାନବ ରହିତ ବିମାନ । ଏଗୁଡିକ ଭାରତୀୟ ସେନା ପାଖରେ ପହଂଚାଇଲେ ପାହଡରେ ବସିଥିବା ଶତ୍ରୁର ପକୃତ ଠିକଣା । କେବଳ ସେତିକି ନୂହେ ଏହି ସମୟରେ କାମରେ ଆସିଥିଲା ଇସ୍ରାଏଲର ଅତ୍ୟାଧୁନିକ ସାଟେଲାଇଟ୍ । ଇସ୍ରାଏଲ ସାଟେଲାଇଟ ଚିତ୍ର ଦ୍ୱାରା ଭାରତୀୟ ସେନା ଶତ୍ରୁକୁ ସଠିକଭାବେ ଟାର୍ଗେଟ କରିବାରେ ସଖ୍ୟମ ହୋଇଥିଲା । ସେ ସମୟରେ ଭାରତୀୟ ବୋଫୋରସ୍ ଓ ତୋପରେ ଫାଇରିଂ ହେଉଥିବା ଗୋଳା ବାରୁଦବି ଇସ୍ରାଏଲରୁ ଆସିଥିଲା । ପୁଣି ଭାରତୀୟ ବାୟୁସେନାର ମିରାଜ୍ ୨୦୦୦ଏଚ୍ ବିମାନ ଲାଗି ଲେଜର ଗାର୍ଡ ବି ଯୋଗାଇଥିଲା ଇସ୍ରାଏଲ
କାରଗିଲ୍ ଯୁଦ୍ଧରେ ଭାରତୀୟ ବାୟୁସେନା ବିରତ୍ୱର କାହାଣୀ
ଏମିତି ଦୂରତା ଯେଉଁଠିକୁ ଆମ ଆଖି ପାଇବନି । ଭୂମିଠାରୁ ସେମାନେ ଥିଲେ ହଜାର ହଜାର ଫୁଟ ଉଚ୍ଚରେ । କିଏ ୩୦ ହଜାର ତ ଆଉ କିଏ ୩୬ହଜାର ଫୁଟ୍ ଉଚ୍ଚରେ ସେମାନଙ୍କର ବିରତ୍ୱର କାହାଣୀ ଲେଖାଯାଉଥିଲା ଟାଇଗର ହିଲ୍ଲ୍ , ତ୍ୱରଲିନ୍ ଓ କାରଗିଲର ପର୍ବତ ଶିଖରରେ । ସେମାନେ ହେଉଛନ୍ତି ଭାରତୀୟ ବାୟୁସେନା ।୨୧ ମେ ୧୯୯୯ ପ୍ରଥମ ଦିନ ବାୟୁସେନାର ବିମାନ ଦ୍ରାସ କାରଗିଲ ବାଟାଲିୟନିକ୍ ର ଚତ୍ର ଉତୋଳନ କରିବାରୁ ଜଣାଡିଲା ଯେ ଶତ୍ରୁ ଭାରତୀୟ ସୀମାର ୩୦ କିଲୋମିଟର ଭିତରକୁ ପଶିଆସିଛି । ଆଉ ୧୫୦ ମିଟର ଅଂଚଳରେ ଆସ୍ଥାନ ଜମାଇ ବସିଛି ।୨୬ ମେ ୧୯୯୯ ଶତ୍ରୁ କୁ ପାନେ ଚଖାଇବାକୁ ଆଦେଶ ମିଳିଲା ବାୟୁସେନାକୁ । ଆରମ୍ଭ ହେଲା ଅପରେସନ ସଫେଦ ସାଗର । ପ୍ରଥମେ ଉଡାଣ କଲେ ମିଗ୍ ୨୭ ଓ ମିଗ୍ ୨୧ କଭର ଦେବା ଲାଗି ସାଥିରେ ଗଲା ମିଗ୍ ୨୯ । ଶତ୍ରୁ ଥିଲା ୧୮ହଜାର ଫୁଟ ଉଚ୍ଚରେ ।୨୭ ଓ ୨୮ ମେ ରେ ବାୟୁସେନା ହରାଇଲା ଗୋଟିଏ ଲେଖାଏଁ ମିଗ୍ ୨୭ ଓ ମିଗ୍ ୨୧ । ଏଥିରେ ସବୁଠୁ ବଡ କ୍ଷତି ଥିଲା ଏମଆଇ ୧୭ ହେଲିକପଟର । ତେବେ ଏହପରେ ଅଧିକ ସତର୍କ ହୋଇଗଲା ଏୟାରଫୋର୍ସ , ହଟାଇ ନେଇଗଲା ସମସ୍ତ ହେଲିକପଟର । ମଇଦାନକୁ ଓହ୍ଲାଇଲା ଅଗ୍ନିବର୍ଷି ମିରାଜ ୨୦୦୦ । ଯାହା ଅଧିକ ଉଚ୍ଚକୁ ଉଡିପାରୁଥିଲା । ଏଥିରେ ଥିଲା ଅତ୍ୟାଧୁନିକ ଉପକରଣ ।୨୪ ଜୁନ ୧୯୯୯ ମିରାଜ ଆରମ୍ଭ କଲା ଲେଜର ଗାଇଡେଡ୍ର ବମ୍ ର ବର୍ଷା । ସେପଟେ ତଳୁ ଶତ୍ରୁ ଉପରେ ଅଗ୍ନିବର୍ଷା କରୁଥାନ୍ତି ସ୍ଥଳସେନାର ବୁଫର୍ସ । ଉଭୟ ପଟୁ ଆକ୍ରମଣ ଦ୍ୱାରା ତ୍ୱରଲିନ୍, ଟାଇଗର ହିଲ୍ ଓ ଏହା ଆଖପାଖ ପାହାଡ ଉପରେ ଶତ୍ରୁ ପାଇଁ ରହିବା ମୁସକିଲ ହୋଇଗଲା । ହେଲେ ସେତେବେଳେ ଭାରତୀୟ ବାୟୁସେନା ପାଖରେ ନଥିଲା ଜିିପିଏସ ଗାଇଡେଡ୍ ମିସାଇଲ୍ ସିସ୍ଟମ । ତଥାପି ଆମ ବିର ପାଇଲଟ ହ୍ୟାଣ୍ଡହେଲ୍ଡ ଜିପିଏସ ଦ୍ୱାରା । ଶତ୍ରୁର ଅବସ୍ଥିତି ଠାବ କରି କରୁଥିଲେ ବୋମା ମାଡ , ଆଉ ଶତ୍ରୁ ପାଇଁ ଏହା ଥିଲା ବୁଝିବା ବାହାରେ ।ସେପଟେ କାରର୍ଗିଲ ରେ ମଇଦାନକୁ ଓହ୍ଲାଇବାକୁ ସିଧାସଳଖ ମନା କରିଦେଇଥିଲା ପାକିସ୍ତାନୀ ବାୟୁସେନା । କାରଣ ଅରେସନ ସଂର୍କରେ ପାକିସ୍ତାନର ଏୟାଫୋର୍ସ ମୁଖ୍ୟଙ୍କୁ ଜଣାଇନଥିଲେ ତତ୍କାଳିନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ପରବେସ୍ ମୁସାରଫ୍ । ଏପରିକି ଅପରେସନ ସଂପର୍କରେ ସେ ଦେଶର ସରକାର ଙ୍କୁ ଅଜଣା ଥିଲା ବୋଲି ଶୁଣାଯାଏ ।ସେଥିପାଇଁ ଯୁଦ୍ଧବେଳେ ସ୍ଥଳସେନାକୁ ସହଯୋଗ କରିବାକୁ ମନା କରିଦେଇଥିଲା ପାକିସ୍ତାନୀ ବାୟୁସେନା । ୫୨୭ ଯବାନଙ୍କ ବଳିଦାନ ୬୦ ଦିନରୁ ଅଧିକ ସମୟର ଅବିଶ୍ୱସନିୟ ସଘର୍ଷ ।ବିଶ୍ୱର ସବୁଠୁ ଉଚ୍ଚରେ ଲଢାଯାଇଥିବା ଯୁଦ୍ଧରେ ଭାରତୀୟ ଯବାନ ଲେଖିଲେ ବିରତ୍ୱର ବିରଗାଥା । ୨୬ ଜୁଲାଇରେ କାରର୍ଗିଲ ର ପ୍ରତି ପର୍ବତରେ ଶିଖରରେ ଉଡୁଥିଲା ଆମ ପ୍ରିୟ ତ୍ରିରଙ୍ଗା ।
ଏହି ଯୁଦ୍ଧ ସହିତ ଯୋଡି ହୋଇଛି ଅନେକ ତଥ୍ୟ,କଣ ରହିଛି ଅଜଣା ତଥ୍ୟ
କାରର୍ଗିଲ କୁ ନେଇ ଏମିତି କିଛି ତଥ୍ୟ ରହିଛି ଯାହା ଅନେକଙ୍କୁ ଏବେବେ ଅଜଣା । ଏହା ହେଉଛି ବିଶ୍ୱର ସବୁଠୁ ଉଚ୍ଚ ପେଟ୍ରୋଲିଂ ଫିଲ୍ଡ ରେ ଲଢାଯାଇଥିବା ଯୁଦ୍ଧ ମଧ୍ୟରୁ ଅନ୍ୟତମ । ଭୂମିରୁ ୫ହଜାର ମିଟର ଉପରେ କଠିନ ପରିସ୍ଥିତିରେ ଲଢାଯାଇଥିଲା ଏହି ଯୁଦ୍ଧ । ମୁଖ୍ୟ ଯୁଦ୍ଧ କ୍ଷେତ୍ରରେ ମୃତୟନ ଥିଲେ ୩୦ହଜାର ସୈନିକ । ଏଥିରେ ଭାରତର ୫୨୭ ଜବାନ ସହିଦ ହୋଇଥିବା ବେଳେ ଆହତ ହୋଇଥିଲେ ୧୩୬୩ । ଅପରେସନ ବିଜୟରେ ସାମିଲ ହୋଇଥିଲେ ଭାରତର ୨ଲକ୍ଷ ଜବାନ । ଭାରତ ସହିତ ଯୁଦ୍ଧ ବେଳେ ପାକିସ୍ତାନ ସେନା ସହିତ ସାମିଲ ଥିଲେ ମୁଜାହିଦିନ ଆତଙ୍କବାଦୀ । ଡେରିରେ ହେଲେବି ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱା ସରିକ୍ କାରର୍ଗିଲ ଯୁଦ୍ଧ ସଂପର୍କିତ ଭୁଲ ମାନିଥିଲେ ।ଯୁଦ୍ଧ ଦ୍ୱାରା ପାକିସ୍ତାନ କବଜାରେ ଥିବା ଅଂଚଳରେ ୩୦ ହଜାର ଲୋକ ଓ ଭାରତ ସୀମାରେ ଥିବା ୨୦ହଜାର ଲୋକ ପ୍ରଭାବିତ ହୋଇଥିଲେ । କରର୍ଗିଲ ଯୁଦ୍ଧର କିଛି ସପ୍ତାହ ପୂର୍ବରୁ ପାକସ୍ତାନର ପରବେସ୍ ମୁସାରଫ ଏକ ହେଲିକପଟର ରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ ।ଭାରତ ପିୟନ୍ତ୍ରଣରେ ଥିବା ପ୍ରାୟ ୧୧ କିଲୋମିଟର ଭିତରକୁ ପ୍ରବେଶ କରିଥିଲେ । ଏପରିକି ସେମାନେ ମୁସ୍ତାକର ନାମକ ସ୍ଥାନରେ ରାତି ବିତାଇଥିଲେ । ୧୯୯୮ରୁ କାର୍ଗିଲ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ପାକିସ୍ତାନ । ଏଥିପାଇଁ ସେ ୫ହଜାର ଯବାନଙ୍କୁ ପ୍ରସ୍ତୁତ ବି କରିଥିଲା । କାର୍ଗିଲ ଯୁଦ୍ଧ ସମୟରେ ପାକିସ୍ତାର ଏୟାରଫୋର୍ସ ମୁଖ୍ୟକୁ ଅବଗତ କରାଯାଇନଥିଲା । କାର୍ଗିଲ ଯୁଦ୍ଧରେ ଆର୍ଟିଲେରିରୁ ପ୍ରାୟ ୨ଲକ୍ଷ ୫୦ହଜାର ଗୋଲା ଓ ରକେର୍ଟ ମାଡ କରାଯାଇଥିଲା । ୩ଶହ ରୁ ଅଧିକ ତୋପ ମୋଟର ଓ ରର୍କେଟ ଲଂଚରୁ ପ୍ରତିଦିନ ୫ହଜାର ଗୋଳା ମାଡ କରାଯାଉଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ଥିଲା ପ୍ରଥମ ଯୁଦ୍ଧ ଯେଉଁଥିରେ ଗୋଟିଏ ଦେଶ ଅନ୍ୟ ଉପରେ ଏତେ ପରିମାଣରେ ଗୁଳି ଗୋଳା ବର୍ଷା କରିଥିଲା ।
ସହିଦ ହେଲେ ଭାରତମାତାର ୫ଶହ ବୀର ଯବାନ,ଆହତ ହେଲେ ୧୩୬୩ ଜଣ
୩ମେ ୧୯୯୯ କାଶ୍ମୀର କାର୍ଗିଲ ର ଏକ ପାହାଡ ଉପରେ ପାକିସ୍ତାନୀ ସେନାର ଅନୁପ୍ରବେଶୀ କ୍ରମେ ପ୍ରଥମେ ଜଣାପଡିଲା । ସମ୍ପୃକ୍ତ ଅଂଚଳକୁ ମେଣ୍ଡା ଚରାଇବାକୁ ଯାଇଥିବା କେତେକେ ସ୍ଥାନୀୟ ବାସିନ୍ଦା ସେନାକୁ ଖବର ଦେଇଥିଲେ ଯେ ସେସବୁ ଅଂଚଳରେ କିଛି ଲୋକ ସିବିର ସ୍ଥାପନ କରି ରହିଛନ୍ତି ।୫ ମେ ୧୯୯୯ ପ୍ରଥମେ ଏହାକୁ ଆତଙ୍କବାଦୀ ଅଣୁପ୍ରବେଶ ବୋଲି ବିଶ୍ୱାସ କରାଯାଉଥିଲା । ତେବେ ଖବର ସଂଗ୍ରହ ଲାଗି ଏହି ଦିନ ସେନାର ଏକ ପାଟ୍ରୋଲିଂ ଦଳ ସେହି ଅଂଚଳକୁ ପଠାଗଲା । କିନ୍ତୁ ଏହି ଦଳରେ ଯାଇଥିବା ୫ଜଣ ଜବାନଙ୍କୁ ଧରି ପାକିସ୍ତାନୀ ସେନା ସେମାନଙ୍କୁ ନିର୍ଯ୍ୟାତନା ଦେବା ସହ ନିର୍ମମ ଭାବେ ହତ୍ୟା କଲେ । ୧୦ ମେ ୧୯୯୯ କାର୍ଗିଲର ଦ୍ରାର୍ସ, କର୍କସର ଓ ମୁସ୍କହ ଅଂଚଳରେ ମଧ୍ୟ ପାକିସ୍ତାନୀ ସେନାର ଅନୁପ୍ରବେଶ ସମ୍ପର୍କରେ ଜଣାପଡିଲା । ଭାରତୀୟ ସେନାର ଅଧିକ ଯବାନଙ୍କୁ କାରର୍ଗିଲ ପଠାଗଲା । ତେବେ ପାହାଡ ଉପରେ ସିବିର କରି ରହିଥିବା ପାକିସ୍ତାନୀ ସେନା ଭାରତୀୟ ସେନାକୁ ପ୍ରବଳ ଆକ୍ରମଣ କଲେ ।୨୬ ମେ ୧୯୯୯ ପାହାଡ ଉପରେ ଥିବା ପାକିସ୍ତାନୀ ସେନାକୁ କଡା ଜବାବ ଦେବାକୁ ଆକ୍ରମଣ ଆରମ୍ଭ କଲା ଭାରତୀୟ ବାୟୁସେନା । ୨୭ ମେ ୧୯୯୯ ଭାରତୀୟ ବାୟୁସେନାର ଦୁଇଟି ବିମାନ ଏମଆଇଜି ୨୧ ଓ ଏମଆଇଜି ୨୭ କୁ ନଷ୍ଟ କରିଦେଲା ପାକିସ୍ତାନୀ ସେନା । ଫାଇଟ୍ ଲେଫଟନାଂଟ ନଚିକେତାଙ୍କୁ ବନ୍ଦୀ କଲା ପାକିସ୍ତାନୀ ସେନା । ୨୮ ମେ ୧୯୯୯ ଭାରତୀୟ ବାୟୁସେନାର ଏମଆଇ ୧୭ ହେଲିକପଟର କୁ ମଧ୍ୟ ନଷ୍ଟ କଲା ପାକିସ୍ତାନୀ ସେନା । ୧ଜୁନ୍ ୧୯୯୯ ଜାତୀୟ ରାଜପଥ ‘୧ଏ’ ଉପରେ ପାକିସ୍ତାନୀ ସେନା ପ୍ରବଳ ଗୁଳିଗୋଳା ସହ ଆକ୍ରମଣ ଆରମ୍ଭ କଲା । ୫ଜୁନ୍ ୧୯୯୯ କାରର୍ଗିଲରେ ପାକିସ୍ତାନୀ ସେନାର ସମ୍ପୃକ୍ତି ନେଇ କେତେକ କାଗଜ ପତ୍ରକୁ ସର୍ବସାଧାରଣରେ ପ୍ରକାଶ କଲା ଭାରତୀୟ ସେନା । ୬ଜୁନ୍ ୧୯୯୯ ଭାରତୀୟ ସେନା ଆରମ୍ଭ କଲା ଯୋରଦାର ଆକ୍ରମଣ ।୯ଜୁନ୍ ୧୯୯୯ ବାଟାଲିକ୍ ସେକ୍ଟରରେ ଦୁଇଟି ମୁଖ୍ୟ ପୋଜିସନରେ ଭାରତକୁ ମିଳିଲା ପ୍ରଥମ ସଫଳତା । ୧୧ ଜୁନ୍ ୧୯୯୯ ଚୀନ ଗସ୍ତରେ ଥିବା ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ପରବେସ୍ ମୁଶାରଫଙ୍କ ସହ ପାକିସ୍ତାନରତ୍ତତତ୍କାଳିନ ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ଲେପ୍ଟନାଂଟ ଜେନେରାଲ ଅଜିଜ୍ ଖାନଙ୍କ ବାର୍ତାଳାପ ସମ୍ପର୍କିତ ଏକ ରେକଡିଂ ଜାରି କଲା ଭାରତ । ଯେଉଁଥିରେ ପ୍ରମାଣିତ ହୋଇଗଲା କାରର୍ଗିଲ ପାକିସ୍ତାନୀ ସେନାର ଏକ ସୁନିୟନ୍ତ୍ରୀତ ଷଡଯନ୍ତ୍ର । ୧୩ ଜୁନ୍ ୧୯୯୯ ତଆସ୍ ସେକ୍ଟରର ତଲୋଲଂ ଶୃଘକୁ ଅକ୍ତିଆର କଲା ଭାରତୀୟସେନା । ୧୫ ଜୁନ୍ ୧୯୯୯ ଆମେରିକା ରାଷ୍ଟ୍ର ବିଲ୍ କ୍ଲିଙ୍ଗଟନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱା ସରିଫଙ୍କ ସହ ଟେଲିଫୋନ୍ କଥାବାର୍ତାରେ ତାଙ୍କୁ କାରର୍ଗିଲ ରୁ ହଟିଯିବା ଲାଗି କହିଲେ । ୨୯ ଜୁନ୍ ୧୯୯୯ ଟାଇଗର ହିଲ୍ ଟିକଟ ଦୁଇଟି ମୁଖ୍ୟ ପୋଷ୍ଟ୍ ପଏଂଟ ୫୦୬୦ ଓ ପଏଂଟ ୫୧୦୦ କୁ ଦଖଲ କଲା ଭାରତ । ୨ଜୁଲାଇ ୧୯୯୯ କାରର୍ଗିଲରେ ତ୍ରିସ୍ତରୀୟ ଆକ୍ରମଣ ଆରମ୍ଭ କଲା ଭାରତୀୟ ସେନା । ୪ଜୁଲାଇ ୧୯୯୯ ଭାରତୀୟ ସେନାକୁ ମିଳିଲା ବଡ ସଫଳତା । ଦିର୍ଘ ୧୧ ଘଂଟାର ଲଢେଇ ପରେ ସାମରିକ ଦୃଷ୍ଟିରୁ ଗୁରୁତ୍ୱୂର୍ଣ୍ଣ ଟାଇଗର ହିଲ୍କୁ ପୁନ୍ନ ଅଧିକାର କଲା ଭାରତ । ୫ଜୁଲାଇ ୧୯୯୯ ଦ୍ରାସ ଅଂଚଳକୁ ମଧ୍ୟ ନିଜ କବ୍ଜାକୁ ନେଲା ଭାରତୀୟ ସେନା । ସେପଟେ କ୍ଲିଂଟନଙ୍କ ସହ ସାକ୍ଷାତ ପରେ କାରର୍ଗିଲରୁ ସେନା ପ୍ରତ୍ୟାହାର ସମ୍ପର୍କରେ ଘୋଷଣା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱା ସରିଫ୍ ।୧୧ଜୁଲାଇ ୧୯୯୯ ଭାରତ ବାଟାଲିକର ଅନେକ ମୁଖ୍ୟ ଶୃଙ୍ଗ ଦଖଲ କଲା । ପଛକୁ ହଟିବା ଆରମ୍ଭ କଲା ପାକ୍ ସେନା ।୧୪ ଜୁଲାଇ ୧୯୯୯ କାରର୍ଗିଲରେ ଅପରେସନ ବିଜୟ ସଫଳ ହେଲା ବୋଲି ଘୋଷଣା କଲେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ । ୨୬ ଜୁଲାଇ ୧୯୯୯ ଅନୁପ୍ରବେଶକାରୀ ପାକିସ୍ତାନୀ ସେନା କାରର୍ଗିଲରୁ ସମ୍ପୂଣ୍ଣଭାବେ ବିଦାୟ ହୋଇଛି ବୋଲି ଘୋଷଣା କଲା ଭାରତୀୟ ସେନା । ସଫଳତାର ସହ ଶେଷ ହେଲା ଅପରେସନ ବିଜର୍ୟ ।
କେବଳ ସହିଦ ସ୍ମାରକର ପଥର ଉପରେ ନୂହେଁ । କାରର୍ଗିଲ ଯବାନଙ୍କ ସ୍ଥାନ ପ୍ରତି ଭାରତୀୟଙ୍କ ହୃଦୟରେ । ଏମାନେତ ନିଜ କର୍ତବ୍ୟ ।ଳନ କରି ମାତୃଭୂମିର ସମ୍ମାନରେ ଆଂଚ ଆଣିବାକୁ ଦେଲେନି । କିନ୍ତୁ ନିଜ ଜୀବନର ପ୍ରତିଟି କ୍ଷେତ୍ରରେ ଜନ୍ମଭୂମିର ସମ୍ମାନକୁ ରକ୍ଷା କରିବା ପାଇଁ ଅବଶ୍ୟକିୟ କର୍ତବ୍ୟ କରୁଛୁ ତ । କାର୍ଗିଲର ଏହି ଅକୁହା କାହାଣୀ ଜାଣିବା ପରେ ଆମେ ସମସ୍ତେ ଏହା ନିଶ୍ଚିତ ଭାବରେ ଚିନ୍ତା କରିବା ଉଚିତ ।