କୃଷକ ଆନ୍ଦୋଳନ


ନୂତନ କୃଷି ଆଇନକୁ ବିରୋଧ କରୁଥିବା ଦେଶର ବହୁ କୃଷକ ସଂଗଠନର ଉଦ୍ବେଗକୁ ନେଇ କେନ୍ଦ୍ରସରକାର ଏହି ଆଇନର ସାଂଶୋଧନ ନିମିତ ବୁଧବାର ଯେଉଁ ଲିଖିତ ପ୍ରସ୍ତାବ ୧୩ଟି ପ୍ରମୁଖ କୃଷକ ସଂଗଠନକୁ ଦେଇଥିଲେ, ସେହି ସଂଗଠନ ନେତାମାନେ ଏ ସମ୍ପର୍କରେ ବ୍ୟାପକ ଆଲୋଚନା ଓ ତର୍ଜମା ପରେ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ଯେପରି ଠିକ୍ ନିଷ୍ପତି ବୋଲି କହିବା ସ୍ପୃହଣୀୟ ନୁହେଁ, ଠିକ୍ ସେହିପରି ଦେଶର ‘ଅନ୍ନଦାତା’ ରୂପେ ପରିଚିତ କୃଷକବର୍ଗ ପକ୍ଷରୁ ଆନ୍ଦୋଳନ ଚାଲୁ ରହିଥିଲା ବେଳେ ଗଣତନ୍ତ୍ରର ପ୍ରସ୍ତାବିତ ନୂତନ ମନ୍ଦିର ଶିଳାନ୍ୟାସ ସ୍ପୃହଣୀୟ ହେଲେ ମଧ୍ୟ ଗ୍ରହଣୀୟ ହୋଇନପାରେ । ଗଣତନ୍ତ୍ର କହିଲେ ସାଧାରଣତଃ ଜନତାଙ୍କ ଶାସନକୁ ବୁଝାଇଥାଏ । ଏହା ପ୍ରତ୍ୟକ୍ଷ ବା ପରୋକ୍ଷରେ ଚାଲିପାରେ । ଆମ ଦେଶରେ ଏହା ଏବେ ପରୋକ୍ଷରେ ଚାଲିଛି । ଗ୍ରାମପଂଚାୟତ ଠାରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ପର୍ଯ୍ୟନ୍ତ ସବୁର ସଦସ୍ୟମାନଙ୍କୁ ସାଧାରଣ ଜନତା ଭୋଟ ଦେଇ ନିର୍ବାଚିତ କରାଇବା ସହ ଏହି ଲୋକପ୍ରତିଦିଧିମାନେ ଶାସନ ପରିଚାଳନା କରୁଛନ୍ତି । ଯଦି ନୂତନ କୃଷି ଆଇନକୁ ଭାରତ ଭଳି କୃଷି ଭିତିକ ରାଷ୍ଟ୍ରର କୃଷକମାନେ ମିଳିତ ଭାବେ ବିରୋଧ କରୁଥିବା । ଏବର ପ୍ରମୁଖ ସମସ୍ୟା; ତେବେ ଏହାର ସମାଧାନ ବ୍ୟବସ୍ଥା ସର୍ବପ୍ରଥମେ କରାଯିବା ଆବଶ୍ୟକ । କେନ୍ଦ୍ରସରକାର କୃଷକ ସମସ୍ୟାର ସମାଧାନ ଲାଗି ଯେ ଉଦ୍ୟମ କରିନାହାନ୍ତି ବା କରୁନାହାନ୍ତି, ତାହା ନୁହେଁ । ବରଂ କେନ୍ଦ୍ରସରକାରଙ୍କ ପକ୍ଷରୁ କୃଷକ ସଂଗଠନ ନେତାମାନଙ୍କୁ ଆଲୋଚନା ପାଇଁ ପ୍ରଥମେ ଡକାଯାଇଥିଲା ବେଳେ ଏହା ବିଫଳ ହୋଇଥିଲା । ଏପରିକି ସରକାରଙ୍କ ପକ୍ଷରୁ ଉପସ୍ଥିତ କେନ୍ଦ୍ରଗୃହମନ୍ତ୍ରୀ ନୂଆକୃଷି ଆଇନ ପ୍ରତ୍ୟାହାର ସପକ୍ଷରେ କେନ୍ଦ୍ର ନାହିଁ ବୋଲି ସୂଚନା ଦେବା ସହିତ ଲିଖିତ ସଂଶୋଧନ ପ୍ରସ୍ତାବ ପରେ ପଠାଇବାକୁ କହିଥିଲେ ଓ ତାହା ହିଁ କରାଯାଇଥିଲା ।
ତେବେ ପ୍ରଶ୍ନଟି ହେଉଛି, କୃଷକ ଆନେ୍ଦାଳନ ଜୋରଦାର ହେବାକୁ ଏହି ସଂଗଠନର ନେତାମାନେ ଦେଇଥିବା ଚେତାବନିରେ ୧୨ ତାରିଖ ଦିନ ଦିଲ୍ଲୀ-ଜୟପୁର ରାଜପଥ ଅବରୋଧ ପାଇଁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରସରକାର କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିବା ଲାଗି ନୂତନ ଆଇନ ସପକ୍ଷରେ ଥିବାରୁ ଉଭୟ ଦିଲ୍ଲୀ ସିଂହାସନ ଓ ସାଧାରଣ କୃଷକ ଏବେ ମୁହାଁମୁହିଁ ହୋଇ ରହିଛନ୍ତି । କିନ୍ତୁ ଇତିହାସ କହେ, କୌଣସି ନିଷ୍ପତି କେବେହେଲେ ମୁହାଁମୁହିଁ ଅବସ୍ଥାରୁ ଆସିନାହିଁ । ବରଂ ବାରମ୍ବାର ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଲାଗି ଆପେ ଆପେ ବାଟ ଖୋଲିଥାଏ ବୋଲି ସମସ୍ତେ ଜାଣନ୍ତି । ତେଣୁ କେନ୍ଦ୍ର କ୍ୟାବିନେଟରେ ରହିଥିବା ବରିଷ୍ଠ ମନ୍ତ୍ରୀ, କୃଷକ ନେତା ଓ ଚାଷୀପୁଅ ମାନଙ୍କୁ ବିଚାର ଆଲୋଚନାରେ ସାମିଲ କରିବା ଆବଶ୍ୟକତା ରହିଛି । ବିଳମ୍ବରେ ହେଲେ ମଧ୍ୟ, ଯଦି ଆଲୋଚନା ମଧ୍ୟ ଦେଇ ସମସ୍ୟାର ସମାଧାନ ପନ୍ଥା ନିରୂପଣ କରାଯାଇପାରୁଛି, ତେବେ ତାହା ମଧ୍ୟ କରାଯାଇପାରେ ।

Comments (0)
Add Comment