କେଉଁ ବାଟରେ ତୁ’ ଖସିବୁ ଖସ୍

ସମ୍ପ୍ରତି ଓଡ଼ିଶାରେ ଏବଂ ଭାରତବର୍ଷରେ କରୋନା ମହାମାରୀ ଯେପରି ମଣିଷ ସମାଜକୁ ତଳିତଳାନ୍ତ କରିଚାଲିଛି, ତାହା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଲିଖିତ ଗଳ୍ପ ‘ପେଟେଂଟ ମେଡିସିନି’ର ଗୀତିନାଟ୍ୟ ପରବର୍ତୀ ସମୟରେ ବିଭିନ୍ନ ଜାଗାରେ ପ୍ରଦର୍ଶିତ ହୋଇ ବ୍ୟାପକ ଜନାଦୃତି ହାସଲ କରିଥିବା କଥା ସ୍ମରଣ କରାଇଦିଏ । ସେଥିରେ ଥିବା ଏକ ପଂକ୍ତି ହେଲା, ‘ଏପଟେ ଦଶକୁ ସେପଟେ ଦଶ, କେଉଁ ବାଟରେ ତୁ’ ଖସିବୁ ଖସ୍’ କଥା ମନେପକାଇବା ସହିତ କରୋନାକୁ ନେଇ କିଲବିଲ ହେଉଥିବା ସାମାଜିକ ଜୀବନ କିପରି ଅବ୍ୟବସ୍ଥିତ ହେବାକୁ ଯାଉଛି, ତାହା ମନରେ ରେଖାପାତ କରିଥାଏ । ଏପରିକି ଆଜି କେତେକ ଖବର କାଗଜରେ ଖବର ପ୍ରକାଶ ପାଇଛି ଯେ, ମଣିଷ କିପରି ନିଜେ ବଂଚିବା ଲାଗି ଅନ୍ୟକୁ ହତ୍ୟା କରିବାକୁ ନିମିଷେ ମାତ୍ର ସମୟ ଲାଗୁଛି ଏବଂ ଅନ୍ୟର ପରିବାରକୁ ବିନା ବିଚାରରେ ଅସହାୟ କରିଦେଉଛି । ଗଞ୍ଜାମ ଜିଲ୍ଲାର ସୋରଡା ଥାନା ଅନ୍ତର୍ଗତ ବୋରସିଂ ଗ୍ରାମର ୨୩ ବର୍ଷ ବୟସ୍କ ନୀଳାଂଚଳ ପ୍ରଧାନ କେରଳରେ କାମ କରୁଥିବା ବେଳେ ଗାଁ’କୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଫେରିଥିଲେ । ଏବେ ତାଙ୍କୁ ହତ୍ୟା କରାଯାଇଥିବା ଓ ମୁଣ୍ଡକୁ ଶରୀରରୁ ଅଲାଗାକରି ଫୋପାଡି ଦିଆଯାଇଥିବା ଖବର ବହାରିଛି ଯାହା ଅତ୍ୟନ୍ତ ଦୁଖଃ ଦାୟକ କେବଳ ସେତିକି ନୁହେଁ । ଏବେ ମୃତ୍ୟୁ ସଂଖ୍ୟା ଦୈନିକ ହାରାହାରି ୩ରେ ପହଂଚିଥିଲା ବେଳେ ପଜେଟିଭ ସଂଖ୍ୟା ହାରାହାରି ଏକ ହଜାରରୁ ୧୧ ଶହରେ ପହଂଚିଛି । ଦେଶରେ ମଧ୍ୟ ପଜେଟିଭ ସଂଖ୍ୟା ହାରାହାରି ୩୦ ହଜାରରୁ ୪୦ ହଜାର ମଧ୍ୟରେ ରହୁଛି ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୩୧ ହଜାର ଟପିବା ଯେପରି ସଧାରଣ କଥା ନୁହେଁ, ଠିକ୍ ସେହିପରି ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁ ଆନେକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାର ଏବଂ ଅନେକ ନିମ୍ନ ମଧ୍ୟବିତ ପରିବାର ଆର୍ଥିକ ଦୁର୍ଗତି ମଧ୍ୟରେ ‘ଢୋକେ ପିଇ ଦଣ୍ଡେ ଜିଇ’ ଅବସ୍ଥାରେ କାଳାତିପାତ କରୁଛନ୍ତି । ଗୋଟିଏ ପଟେ କରୋନା ବ୍ୟାପୁଥିବାରୁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଆବଶ୍ୟକତା ରହିଥିଲା ବେଳେ ଅନ୍ୟ ପଟେ ଗରିବ, ଦିନ ମଜୁରିଆ, ଖଟିଖିଆ ଓ ନିମ୍ନ ମଧ୍ୟବିତ ପରିବାର ରୋଜଗାର ଅଭାବରୁ ଲକ୍ଡାଉନ୍ ଓ ସଟ୍ଡାଉନ୍ କେବେ ଉଠିବ, ତାକୁ ଅନାଇ ବସିଛନ୍ତି । ମୋଟାମୋଟି ଭାବେ ସମାନ ଏବେ ତ୍ରିଶଙ୍କୁ ଅବସ୍ଥାରେ ରହିଛି ଓ ଖସିବାକୁ ବାଟ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ତଥାପି ଆଶା ଅଛି, ଦିନ ପରେ ରାତି ଓ ଅନ୍ଧାର ପରେ ଆଲୁଅ ଭଳି କରୋନା ମଧ୍ୟ ଭଲ ହୋଇଯିବ ଏବଂ ସେଥିଲାଗି ଟିକା ଖୁବ୍ଶିଘ୍ର ବଜାରକୁ ଆସିବ । ତେବେ ଆଗାମୀ ସମୟ ହିଁ କହିବ, ଆଗକୁ କ’ଣ ହେବ!ୂଚନା ଦେଇଛନ୍ତି ।

Comments (0)
Add Comment