କେହି ରହିନାହିଁ ରହିବେ ନାହିଁଟି…

ଓଲିଉଡ ଜଗତର ଅନ୍ୟ ଏକ ଉଜ୍ଜଳତମ ତାରକା ଆଉ ନାହାନ୍ତି । ୭୦ ବର୍ଷ ବୟସରେ ତାଙ୍କର ସୋମବାର ରାଜଧାନୀର କେୟାର ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ପତ୍ନୀ ତଥା ଅଭିନେତ୍ରୀ ତନ୍ଦ୍ର ରାୟ ଏବଂ କନ୍ୟା ଜସ୍ମିନ ମୃତ୍ୟୁ ସର୍ଯ୍ୟନିକଟରେ ଉପସ୍ଥିତ ଥିଲେ । ମଧୁମୟରେ ଆକ୍ରାନ୍ତ ବିଜୟ ମହାନ୍ତିଙ୍କ ଛାରିରେ ଯନ୍ତ୍ରଣା ଯୋଗୁ ପ୍ରାୟ ଦେଢମାସ ତଳେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଥାଇ କିଛି ଦିନ ଚିକିତ୍ସା ହେବା ପରେ ସେ ଓଡ଼ିଶା ଆସିବାକୁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଏଠାକୁ ଗତମାସରେ ଅଣାଯାଇଥିଲା ହଠାତ୍ ସୋମବାର ସନ୍ଧ୍ୟା ବେଳେ ଗୁରୁତ୍ୱର ଅବସ୍ତାରେ କେୟାର ହସ୍ପିଟାଲ ନିଆଯାଇଥିଲା ଓ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । କେନ୍ଦ୍ରପଡାରେ ୧୯୫୦ ଏପ୍ରିଲ ୮ରେ ଜନ୍ମ ହୋଇଥିବା । ଏହି ମହାନ କଳାକାର ତାଙ୍କ ଜିବନ କାଧ୍ୟରେ ପ୍ରାୟ ଢେଡଶହରୁ ଅଧିକ ଚଳଚିତ୍ର ଓ ଧାରବାହିକ ସମେତ ସତାଧିକ ନାଟକରେ ଅଭିନୟ କରିଥିବା । ବେଳେ ଏବେ ସେ ଆଉ ଇହଧାନରେ ନାହାନ୍ତି । ବର୍ତମାନର ଅନ୍ୟତମ ବିଶିଷ୍ଟି ଅଭିନେତା କୁନା ତି୍ରପାଠୀ ଶୋକପ୍ରକାଶ କରି ଯାହା କହିଛନ୍ତି, ତାହା ଅଭିନେତା ଅଭିନେତ୍ରୀ ହେବାକୁ ମନସ୍ଥ କରିଥିବା ଛାତ୍ର ଛାତ୍ରୀମାନେ ଜାଣିବା ଓ ସକରାତ୍ମକ ଢ଼ଙ୍ଗରେ ଗ୍ରହଣ କରିବା ଉଚିତ । ଶ୍ରୀ ତ୍ରିପାଠୀ ଏକଦା କାଙ୍କ ପ୍ରଥମ ଚଳଚ୍ଚିତ୍ରରେ ବିଜୟ ମହାନ୍ତିଙ୍କ ସହ ଅଭିନୟର ସୁଯୋଗ ପାଇଥିଲେ । ସୁଟିଂ ପରେ ଶ୍ରୀ ମହାନ୍ତି ବସିଥିବା ଚୌଉକି ନିକଟରେ ପଡିଥିବା ଆଉ ଏକ ଚୌକିରେ ବସିବଡିଥିଲେ । ଏହା ପରେ ବିଜୟ ମହାନ୍ତି କହିଥିଲେ, ‘ତୁମେ କ’ଣ ଆସି ମୋପାଖରେ ବସିଯାଉଛ? ତୁମର ସେତିକି ଲେବୁଲ୍ ହୋଇନି ଯେ ମୋ ପାଖରେ ବସିବ’ । ବେହୁ ବର୍ଷ ପରେ ଆଉ ଏକ କାର୍ଯ୍ୟକ୍ରମରେ କୁନା ତ୍ରିପାଟୀଙ୍କୁ ଦେଖି ବସିବା ପାଇଁ ଶ୍ରୀ ମହାନ୍ତି ଡାକିବାରୁ ସେ କହିଥିଲେ, ‘ବିଜୟ ଭାଇ, ଆପଣ ମତେ ମନା କରିଥିଲେ ଆପଣଙ୍କ ପାଖରେ ବସିବାକୁ’ । ଉତରରେ ସେ ଶୁଣିଥିଲେ, ‘ମୁଁ ସେମିତି ନକହିଥିଲେ ତୁ ଆଜି ଏତେ ସଂଘର୍ଷ କରି ଏତେ ସଫଳତା ପାଇନଥାନ୍ତୁ’ । ସେଥିଲାଗି ଶୋକପ୍ରକାଶ କରି କୁନା ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ବ୍ୟକ୍ତିଗତ ଭାବେ ମୁଁ ବଡ଼ ଭାଇଙ୍କୁ ହରାଇ ଆଜି ନିସ୍ୱ । ସତ୍ୟନଗର ଶ୍ନଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଏହି ମହାନ କଳାକରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସମସ୍ତେ ଦିନେ ନା ଦିନେ ଧରାଧାମରୁ ନିଜର ଅଭିନୟ ସାରି ବାହୁଡିବା ନିଶ୍ଚିତ । ସେଥିପାଇଁ କବି ଲେଖିଛନ୍ତି, ‘କେହି ରହିନାହିଁ ରହିବେ ନାହିଁଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ’ । କେବଳ ମଣିଷ ଯେଉଁ କାମ ସମାଜର ହିତ ଲାଗି ବା ସାମାଜିକ ବ୍ୟବସ୍ଥାର ସଂସ୍କାର ଲାଗି କରିଯାଇଥିବ, ସେତିକି ହିଁ ଧରାଧାମରେ ଓ ଆଗାମୀ ପିଢ଼ୀ ମନରେ ତଥା ହୃଦୟରେ ଚିରଦିନ ଲାଗି ଏକ ତାରକା ସଦୃଶ ଜାଜୁଲ୍ୟମାନ ହୋଇ ରହିବ ।

Comments (0)
Add Comment