କ୍ରାଇମ ବ୍ରାଂଚ ଓ ଇଡିରୁ ଲୋକାୟୁକ୍ତ ତଦନ୍ତ


ରାଜ୍ୟ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟୁଛି । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ତାଙ୍କର ପ୍ରତିନିଧି ରୁପେ ପୁର୍ବରୁ ଦାୟୀତ୍ୱରେ ଥିବା ଓ ପରବର୍ତୀ ସମୟରେ ଗୋପାଳପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ମନ୍ତ୍ରୀ ରହିଥିବା ଏବଂ ୧୯୧୯ ନିର୍ବାଚନ ଜିତିଥିବା ପ୍ରଦୀପ ପାଣିଗ୍ରାହୀ ଏବେ ଜେଲରେ । ଏହା ପ୍ରଦୀପଙ୍କ ରାଜନୀତି ଓ ବିଜେଡିର ଦଳୀୟ ଦୃଷ୍ଟି ଭଙ୍ଗୀକୁ ନେଇ ବିଚାର କଲେ, ଏକ ବିଡମ୍ବନା ବ୍ୟତିତ ଆଉ କ’ଣ ବା ହୋଇପାରେ? ଦଳର ମୁଖିଆଙ୍କ ପାଖଲୋକ ରୁପେ ବେଶ ଜଣାଶୁଣା ଶ୍ରୀ ପାଣୀଗ୍ରାହୀ ତାଙ୍କ କନ୍ୟାର ବିବାହ ରାଜ୍ୟର ବନ ବିଭାଗ ଏସିସିଏଫ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ କରିବାକୁ ସ୍ଥିର କରିବା ସହିତ ଏଥିଲାଗି ରାଜ୍ୟ ବାହାରେ ନିର୍ବନ୍ଧ ଉତ୍ସବ ଆୟୋଜନ କରାଯାଉଥିଲା ବେଳେ ବାରମ୍ବାର ଅଭୟକାନ୍ତ ଓ ପ୍ରଦୀପ ଭଡାରେ ବିମାନ ନେବା ଉଭୟଙ୍କୁ ଦାଣ୍ଡରେ ପକାଇଦେଇଛି ବୋଲି କୁହାଯାଏ । ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ପ୍ରଦତ ରିପୋର୍ଟ ଉପରେ ରାଜ୍ୟ ସରକାର ଦୃଷ୍ଟି ଦେବା ଲାଗି କୁହାଯିବା ସହିତ ଦୁର୍ନୀତୀର ଗନ୍ତାଘର ରାଜ୍ୟ କ୍ରାଇମ ବ୍ରାଂଚ ଚଢାଉରେ ଖୋଲି ଯାଇଥିଲା । ଏପରିକି ପ୍ରଦୀପ, ଅଭୟ ଓ ଆକାଶଙ୍କ ବ୍ୟାଙ୍କ ଆକାଉଂଟରୁ ପାରସ୍ପରିକ ସମ୍ପର୍କ ମଧ୍ୟରେ ଟଙ୍କା ଲେଣଦେଣର ଗୁରୁତ୍ୱ ପୁର୍ଣ୍ଣ ଭୁମିକା ଥିବା ବେଶ ବାରି ହୋଇପଡିଥିଲା । ବହୁ କୋଟି ଟଙ୍କାର ମାଲିକ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶଙ୍କୁ ଭୁଲ ବାଟରେ ଶ୍ରୀ ପାଣିଗ୍ରାହୀ ପରିଚାଳିତ କରିଥିବା ଅଭିଯୋଗ ଉପରେ ତଦନ୍ତ ଜାରି ରହିଥିôଲା ବେଳେ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଭାବି ଜ୍ୱାଇଁ ଓ ଭାବି ସମୁଦୀଙ୍କ ଭବିଷ୍ୟତକୁ ନେଇ ଏବେ ହିସାବକିତାବ କରୁଥିବା ସ୍ୱଭାବିକ । ତେବେ କଥାରେ ଅଛି, “ଟେକାଟିଏ ମାରିଥିଲେ ପଥରଟିଏ ଥୁଆ” । ସେହିପରି ଏବେ ପ୍ରଦୀପ ପାଣିଗ୍ରାହୀ ପ୍ରଥମେ କ୍ରାଇମ ବ୍ରାଂଚ, ଦ୍ୱିତୀୟରେ ଇଡି ଓ ତୃତୀୟରେ ଏବେ ଲୋକାୟୁକ୍ତଙ୍କ ତଦନ୍ତର ସାମ୍ନା କରିବାକୁ ଯାଉଛନ୍ତି । ଆଗାମୀ ସମୟ ହିଁ କହିବ, ଲୋକାୟୁକ୍ତ ତଦନ୍ତ ନିଦେ୍ର୍ଧଶ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ସୃଷ୍ଟି କରିଥିବା ରେକର୍ଡରୁ ରାଜ୍ୟବାସୀଙ୍କୁ କେତେ ସୁଫଳ ମିଳୁଛି!

Comments (0)
Add Comment