ଗଣତନ୍ତ୍ରରେ ହଲଚଲ

ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁ ସବୁ ଦେଶରେ ପ୍ରଚଳିତ, ତନ୍ମଧ୍ୟରେ ସର୍ବାଗ୍ରେ ରହିଥିବା ରାଷ୍ଟ୍ର ଗୁଡିକ ହେଲେ ମୁଖ୍ୟତଃ, ବ୍ରିଟେନ୍, ଆମେରିକା,ଫ୍ରାନ୍ସ ଓ ଭାରତ । ଯଦିଓ ଆହୁରି ବହୁ ଦେଶରେ ଗଣତନ୍ତ୍ର ରହିଛି, କିନ୍ତୁ ଗଣତାନ୍ତ୍ରିକ ଇତିହାସ ରହିଥିବା ରାଷ୍ଟ୍ର କହିଲେ, ସାଧାରଣତଃ ଉପରୋକ୍ତ ଦେଶ ଗୁଡ଼ିକୁ ବୁଝାଇଥାଏ । ସମ୍ପ୍ରତି ଗଣତନ୍ତ୍ରର ମର୍ଯ୍ୟାଦା ରହିଥିବା ରାଷ୍ଟ୍ର କହିଲେ ଏହା ମୁଖ୍ୟତଃ ‘ୟୁନାଇଟେଡ ଷ୍ଟେଟ୍ସ ଅଫ ଆମେରିକା’କୁ ବୁଝାଇଥାଏ । ଗଣତନ୍ତ୍ରର ସୁଶାସନ ଯୋଗୁ ଏବଂ ସାଧାରଣ ଲୋକଙ୍କ ଗଣତନ୍ତ୍ର ପ୍ରତି ରହିଥିବା ଅହେତୁକ ସମ୍ପର୍କ ତଥା ଏହା ଦେଶର ରାଜନିତି, ଅର୍ଥନିତି ଓ ସମାଜ ବ୍ୟବସ୍ତାକୁ ଶକ୍ତିଶାଳି କରିବା ସହ ବିଶ୍ୱର ସବୁଠାରୁ ବଳଶାଳି ରାଷ୍ଟ୍ର ରୂପେ ବେଶ ଜଣାଶୁଣା । ସେଠାରେ ସଦ୍ୟ ହୋଇ ଯାଇଥିବା ନିର୍ବାଚନରେ ଯେପରି ଭାବେ ରାଷ୍ଟ୍ରପତି ପଦବିରେ ଥାଇ ଡୋନାଲ୍ଡ ଟ୍ରାମ୍ପ କେତେକ ବିବାଦୀୟ ପ୍ରସଙ୍ଗ ଯୋଗୁ ତାଙ୍କର ପ୍ରତିଦ୍ୱନ୍ଦୀ ତଥା ବିଜେତା ଡେମୋକ୍ରାଟିକ ପାଟିର ଜୋସେଫ ଆର୍ ବାଇଡେନ୍ଙ୍କଠାରୁ ପରାସ୍ତ ହେଲେ, ତାହା ଆମେରିକାର ରାଜନିତିକୁ ଯେ ଭବିଷ୍ୟତରେ ଏକ ନୂଆ ମୋଡ ନେବ ତାହା ନିଶ୍ଚିତ । ୭୮ ବର୍ଷ ବୟସ୍କ ବାଇଡେନ୍ ତାଙ୍କର ଦ୍ୱିତୀୟ ପତ୍ନୀ ତଥା ଫାଟ୍ ଲେଡି ଜିଲ୍ ଡାଇଡେନ୍ଙ୍କ ସହ ଶପଥ ନେଲା ବେଳେ ସ୍ପଷ୍ଟ କହିଛନ୍ତି ଯେ, ଆମେ ସମସ୍ତେ ଏକାଠି ହୋଇ ଆସନ୍ତୁ ଆମେରିକାକୁ ଆଗକୁ ନେବା ଓ ଏକତା ରହିଲେ ଆମେ ଅନେକ କିଛି କରିପାରିବା । ଗଣତାନ୍ତ୍ରିକ ଆଭିମୁଖ୍ୟକୁ ପ୍ରଥମରୁ ପରିଷ୍କାରଭାବେ ଜଣାଇବାକୁ ମଧ୍ୟ ବାଇଡେନ୍ ଭୁଲିନଥିଲେ । ଆମେରିକା ଇତିହାସରେ ସବୁଠାରୁ ବୟସ୍କ ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ସୁଚାଇ ଦେଇଥିଲେ ଯେ, ମୁଁ ଏ ଦେଶର ସମସ୍ତଙ୍କ ପାଇଁ ରାଷ୍ଟ୍ରପତି । ମତେ ଯେଉଁମାନେ ଭୋଟ୍ ଦେଇଛନ୍ତି ଓ ନଦେଇଛନ୍ତି ସେମାନଙ୍କର ମଧ୍ୟ । ଅନ୍ୟ ରାଷ୍ଟ୍ର ଗୁଡିକ ସହ ସୁସମ୍ପର୍କ ଉପରେ ଗୁରୁତ୍ୱ ପ୍ରଦାନ କରି ସେ ଯାହା ଘୋଷଣା କରିଥିଲେ, ତାହା ମଧ୍ୟ ସକରାତ୍ମକ ରହିଥିଲା । ପ୍ୟାରିସ ଜଳବାୟୁ ବୁଝାମଣାରେ ଆମେରିକା ପୁନର୍ବାର ସାମିଲ୍ ହେବା ସହିତ ବିଶ୍ୱ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ(ହୁ)କୁ ପୂର୍ବବତଃ ପାଣ୍ଠି ଯୋଗାଇ ଦେବ । ମୁସଲିମ ବହୁଳ ରାଷ୍ଟ୍ର ଗୁଡିକରୁ ନାଗରିକମାନଙ୍କ ଆସିବା ନେଇ ହୋଇଥିବା କଟକଣାକୁ ଉଚ୍ଛେଦ କରାଯିବ । ସେହିପରି ଆମେରିକାରେ ରହିଆସୁଥିବା ବିଦେଶି ନାଗରିକମାନଙ୍କୁ ଅବୈଧ ଅବସ୍ତାରେ ନରଖି ନାଗରିକତ। ପ୍ରଦାନ ନେଇ ନୂଆ ନିତି ନିଧାରଣ କରାଯିବ । ରାଷ୍ଟ୍ରପତି ସରକାରି କାର୍ଯ୍ୟାଳୟ ମଧ୍ୟରେ ସମସ୍ତ ପ୍ରଶାସନିକ ଅଧିକାରୀମାନେ ପ୍ରଥମ ୧୦୦ କାର୍ଯ୍ୟଦିବସରେ ମାସ୍କ ପିନ୍ଦିବା ବାଧ୍ୟତାମୂଳକ କରାଯିବ । ତେବେ ଏଠାରେ ଆମର କହିବା କଥା ହେଲା ଯେ, ବାଇଡେନ୍ଙ୍କ ଶପଥି ଗ୍ରହଣ ଓ ଅବିଭାଷଣ କରୋନା ମହାମାରୀ ପରବର୍ତୀ ଆମେରିକା ପାଇଁ ଏକ ମଇଲମ୍ ସଦୁଶ ବୋଲି କୁହାଯାଇପାରେ । ଏ ସବୁ ସତ୍ୱେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଯେପରିଭାବେ ବାଇଡେନ୍ଙ୍କୁ ନଭେଟି ଓ ପରମ୍ପରାକୁ ଖାତିର ନକରି ରାଷ୍ଟ୍ରପତି ଭବନ (ହ୍ୱାଇଟ୍ ହାଉସ୍) ଛାଡିଲେ, ତାହା ଆମେରିକାର ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ସମୀକ୍ଷା କରିବା ଆବଶ୍ୟକତା ରଖୁଛି । ଏହିପରି ଟ୍ରମ୍ପ ମଧ୍ୟ ପ୍ରକାରାନ୍ତରେ ଆଉ ଏକ ‘ପାଟ୍ରିୟଟ୍’ ନାମକ ନୂତନ ରାଜନୈତିକ ଦଳ ଗଠନ କରିବେ ବୋଲି କହିବା ଦ୍ୱାରା ଗଣତନ୍ତ୍ରରେ ଏହା ସାମାନ୍ୟ ହଲ୍ଚଲ୍ ସୃଷ୍ଟି କରିଛି କହିଲେ ଅତୁ୍ୟକ୍ତି ହେବନାହିଁ । କିନ୍ତୁ ଯେପରି ଭାବେ ସେ ନିଜେ ଢେ଼ାଲକୁ ବେକରେ ପକାଇ ନିଜେ ପିଟିଛନ୍ତି, ତାହା ସୌଜନ୍ୟତା ବାହାରେ ବୋଲି କହିଲେ ଠିକ୍ ନହୋଇପାରେ, କିନ୍ତୁ ଭୁଲ୍ ହେବ ନାହିଁ । ସେ ଦାବି କରିଛନ୍ତି ଯେ, ତାଙ୍କୁ ଓ ତାଙ୍କ କାମକୁ ୯୧ ପ୍ରତିଶତ ଶିକୃତି ମିଳିଛି କରୋନା ମୁକାବିଲା କ୍ଷତ୍ରରେ ୯ମାସ ମଧ୍ୟରେ ଟିକା ପ୍ରସ୍ତୁତ କରାଯାଇଛି ଓ ନିଯୁକ୍ତି କ୍ଷେତ୍ରରେ ଅନେକ କିଛି ସଫଳତା ପାଇଥିଲା ବେଳେ ସେ ନିଜେ ଜୀବନର ସର୍ବାଧିକ ସମ୍ମାନ ଲାଭ କରିଛନ୍ତି । ଏହି ସଫତ ଗ୍ରହଣ ଉତ୍ସବରେ ବାଇଡେନ୍ ଶପଥ ନେବା ପୂର୍ବରୁ ଆମେରିକା ରାଜନୀତିରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ବଂଶୋଦ୍ଭବ କମାଳ ହାରିଶ୍ ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଗୌରବ ଲାଭ କରିଛନ୍ତି । ଭାରତୀୟ ମା’ ଓ ଜାମାଇକା ବାପାଙ୍କ ଠାରୁ ଭୂମିଷ୍ଠ କମଳା ହାଭାର୍ଡ ୟୁନିଭର୍ସିଟିରୁ ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ଏବଂ କାଲିଫର୍ଣ୍ଣିୟାର ହାଷ୍ଟିଙ୍ଗସ କଲେଜରୁ ଆଇନରୋ ଶିକ୍ଷା ଲାଭ କରିଥିଲା ବେଳେ ତାଙ୍କର ସ୍ୱାମୀ ହେଉଛନ୍ତି ଡୌଗ ଏମହଫ ଏବଂ ସେ ଗୋଟିଏ କନ୍ୟାର ଜନନୀ । ଏଠାରେ କୁହାଯାଇପରେ, ଉଭୟ ନୂତନ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରମାଣ କରିଦେଇଛନ୍ତି ଯେ ଦୃଢ଼ମନା ହେଲେ ସବୁକିଛି କରିହେବ । ସମସ୍ତେ ଜାଣନ୍ତି, ଠିକ୍ ନିର୍ବାଚନ ପୂର୍ବରୁ ଆମେରିକାରେ କୃଷ୍ଣକାୟଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଓ ତଥାପି ହାରିସ୍ ଜିତିବା ତାଙ୍କର ଦୃଢ଼ କାର୍ଯ୍ୟଶୈଳୀର ପ୍ରମାଣ ଦିଏ । ସେହିପରି ତିନି ଥର ରାଷ୍ଟ୍ରପତି ପଦପାଇଁ ଲଢ଼ି ତୃତୀୟ ଥର ବାଇଡେନ୍ ସଫଳତା ହାସଲ କରିବା ପ୍ରମାଣ କରେ ଯେ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ଅବିରତ୍ କାର୍ଯ୍ୟକରିବା ଆବଶ୍ୟକ ।

Comments (0)
Add Comment