ଗଣତନ୍ତ୍ର ପ୍ରତି ଉପହାସ

ରାଜସ୍ଥାନରେ ଏବେ ଯେଉଁ ଭଳି ହଟଚମଟ ଚାଲିଛି, ତାହା କେବଳ ଗଣତନ୍ତ୍ର ପ୍ରତି ଉପହାସ ନୁହେଁ, ଜନ ଦେଶ ପ୍ରତି ବିଦୃପ ବୋଲି ନିଃସନେ୍ଦହରେ କୁହାଯାଇପାରିବ । କହିବା ବାହୁଲ୍ୟଯେ, ରାଜସ୍ଥାନରେ ଏବେ ଯେଉଁର୍ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ତାହା କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ବରଖାସ୍ତ ଉପ-ମୁଖ୍ୟମନ୍ତ୍ରୀ ଶଚିନ ପାଇଲଟଙ୍କ ମଧ୍ୟରେ କ୍ଷମତା ଲଢେଇର ଫଳ । ଗୋଟଏ ପ୍ରତି କ୍ଷମତା ପାଇଁ ଦଳ ମଧ୍ୟରେ ଲଢେଇ । ଅନ୍ୟ ପଟେ ରାଜ୍ୟର ଦୁଇ ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ ଓ ମୂଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବଳ କଷା କଷି ଯୋଗୁଁ ରାଜ୍ୟ ଏବେ ସାମ୍ବିଧାନିକ ସଂକଟ ଆଡକୁ ମୁହାଁଉଛି । କେବଳ ଏତିକି ଦୁହେଁ ଲୋକଙ୍କଦ୍ୱାରା ନିର୍ବାଚିତ ଲୋକପ୍ରତିନିଧିମାନେ ଏବେ ଜୟପୁର ବାହୋରେ କଡା ନଜର ବନ୍ଦୀରେ ଅଛନ୍ତି । ଏଥିରୁ କୌଣସି ଦଳ ବାଦ ପଡି ନାହନ୍ତି । କଂଗ୍ରେସର ଅନୁଗତ ତଥା ମୂଖ୍ୟମନ୍ତ୍ରୀଙ୍କ ସମର୍ଥକ ବିଧାୟକ ମାନଙ୍କୁ ଜୟପୁରରୁ ୫୦୦କିମି ଦୁରରେ ଏକ ପାଞ୍ଚତାରକା ବିଳାସ ପୂର୍ଣ୍ଣ ହୋଟେଲରେ କଡା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ ବିଧାୟକମାନେ ହରିୟାଣାର ଏକ ହୋଟେଳରେ ରହିଛନ୍ତି । ସେହିପରି ମୂଖ୍ୟ ବିଧାୟକ ଦଳର କେତେକ ବିଧାୟକ ପୋଅର ବନ୍ଦରରେ ଏକ ଚାକଚକ୍ୟ ହୋଟେଲରେ କଡା ନଜର ବଳୟ ମଧ୍ୟରେ ଅବସ୍ଥାନ କରୁଛନ୍ତି । ବିଧାୟକମାନଙ୍କୁ ଘୋଡା ବେପାରରୁ ସୁରକ୍ଷା ଦେବା ପାଇଁ ଦୁଇ ପ୍ରମୁଖ ଦଳ ଓ କଂଗ୍ରେସର ବିଦ୍ରୋହୀ ଗୋଷ୍ଠୀର ରଣକୌଶଳ ବ୍ୟତିତ ଅନ୍ୟ କିଛି ନୁହେଁ । ଏହା ସତ୍ୟଯେ, ଦଳ ବଦଳ ନିରୋଧ ଆଇନ ସତ୍ୱେ ଏବେ ଘୋଡା ବେପାର ସ୍ୱରୁପ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଏବଂ ବିଧାୟକମାନଙ୍କକୁ ଚାକଚକ୍ୟ ସୌଖିନ ବସରେ ଅନ୍ୟ ସ୍ଥାନକୁ ନେଇ ରଖିବା ଏବେ ଏକ ରାଜନୈତିକ ପରମ୍ପରାରେ ପରିଣତ ହୋଇଛି ବୋଲି କହିଲେ ହୁଏତ ଭୁଲ ହେବ ନାହିଁ । ଏହା ସ୍ପଷ୍ଟ ସଂକେତ ହେଉଛି ଯେ, ନିଜ ନିଜର ବିଧାୟକମାନଙ୍କ ଉପରେ କୌଣସି ଦଳର ଆସ୍ଥା ବିଶ୍ୱାସ ନାହିଁ । ତେଣୁ ସ୍ୱାର୍ଥନ୍ୱେଷୀ ବିଧାୟକମାନଙ୍କୁ ବାନ୍ଧି ରଖିବା ପାଇଁ ହୋଟେଲର ରାଜନୀତିର ଆଶ୍ରୟ ନେବାକୁ ସବୁ ଦଳ ବାଧ୍ୟ ହୋଇଥିବା କୁହାଯାଇପାରେ । ଆସନ୍ତା ୧୪ ତାରିଖ ଦିନ ବିଧାନସଭାରେ ମୂଖ୍ୟମନ୍ତ୍ରୀ ଗେହଲଟ ଶକ୍ତି ପରିକ୍ଷା ନେବାକୁ ଯାଉଛନ୍ତି । ନିଜ ସରକାରକୁ ରକ୍ଷା କରିବା ପାଇଁ ଅନୁଗତ ଶାସକ ଦଳ ପ୍ରୟାସ ଜାରି ରଖିଥିବା ବେଳେ ମୂଖ୍ୟ ବିରୋଧି ଦଳ ସରକାରକୁ କ୍ଷମତା ଚୁ୍ୟତ କରିବା ପାଇଁ ଗୋଟି ଚାଳନାରେ ବ୍ୟସ୍ତଥିବା ମନେହୁଏ । ଅଥଚ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଏବଂ ଆକ୍ରାନ୍ତ ବଢିଚାଲିଥିବା ବେଳେ ଏବେ ବଞ୍ଚାଇବା ଏବଂ ହଟାଇବା କାର୍ଯ୍ୟରେ ଲୋକପ୍ରତିନିଧିମାନେ ବ୍ୟସ୍ତ ଅଛନ୍ତି । ଅନ୍ୟ ପକ୍ଷରେ ନିର୍ବାଚିତ ସରକାର ବିଧାନସଭା ଡକାଇବା ଅଧିକାର ରହିଛି । ଏହା ସମ୍ବିଧାନ ସମ୍ମତ ଥିôବା ବେଳୋ ସୁପ୍ରିମକୋର୍ଟ ମଧ୍ୟ ଏକ ରାୟରେ ସ୍ପଷ୍ଟ କରିଦେଇଛନ୍ତି । ବିଧାନସଭା ହେଉ ବା ପାର୍ଲିଆମେଂଟ ହେଉ, ରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କର ଇଛାଧିନ କ୍ଷମତା ସୀମିତ ରହିଛି । ଏହା ନିଶ୍ଚିତ ଯେ, ଯେତେବେଳେ ସରକାରରେ ଅସ୍ଥିରତା ଆଶଙ୍କା ଦେଖାଦିଏ, ସେତେବେଳେ ବିଧାନସଭାରେ ଶକ୍ତି ପରୀକ୍ଷା ଦେବାପାଇଁ ରାଜ୍ୟପାଳ ବିଧାନ ସଭା ଡାକିପାରିବେ ବା ସରକାରଙ୍କୁ ଅନୁମତି ଦେବା ସମ୍ବିଧାନର ନିଦେ୍ର୍ଧଶ । ମାତ୍ର ରାଜ୍ୟପାଳ ବିଧାନସଭା ଅଧିବେଶନ ପାଇଁ ରାଜ୍ୟ ସରକାରଙ୍କ ସୁପାରିସକୁ ଆଗ୍ରହ୍ୟ କରିବା ସମ୍ବିଧାନର ଉଳଙ୍ଘନ ବୋଲି କୁହାଯାଇପାରିବ । ମନ୍ତ୍ରୀମଣ୍ଡଳ ସୁପାରିଶ ଅନୁସାରେ ରାଜ୍ୟପାଳ କାର୍ଯ୍ୟ କରନ୍ତି, ଏହା ବିଧାନସଭାରେ ସ୍ପଷ୍ଟଭାବେ ଉଲ୍ଲେଖ ଥିବା ବେଳେ ରାଜ୍ୟପାଳଙ୍କ ଭୁମିକା ବିସ୍ମୟଜନକ ମନେହୁଏ । ତେବେ ଆଉ ଏକ ଉଲ୍ଲେଖନୀୟ ଘଟଣା ହେଉଛି, ବିଦ୍ରୋହୀ ଗୋଷ୍ଠୀ ଏବେ ସାଲିସ କରିବା ମୁଡରେ ଥିବା ମନେହେଉଛି ବିଦ୍ରୋହୀ ଦଳର ନେତା ରାହୁଲ ଏବଂ ପି୍ରୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରିବା ପରେ ରାଜନୈତିକ ଦୃଶ୍ୟପଟ ବଦଳିବାରେ ଲାଗିଛି । ଯଦି ଏହା ସତ୍ୟ ହୁଏ ତେବେ କଂଗ୍ରେସ ବିଧାୟକ ଦଳ ହେବା ନିଶ୍ଚିତ । ଆସନ୍ତା ୧୪ ତାରିଖ ଦିନ ବିଧାନସଭାରେ ଗେହଲଟ ସରକାର ଶକ୍ତି ପରୀକ୍ଷାରେ ଉତିନ୍ନ ହୋଇଛନ୍ତି । ଉଭୟ ସନ୍ତୁଷ୍ଟ ଓ ଅସନ୍ତୁଷ୍ଟ ଗୋଷ୍ଠୀ ଏକାଠି ହୋଇଛନ୍ତି । ଗେହଲଟ-ପାଇଲଟ ଏକତ୍ର ହୋଇଛନ୍ତି । ସରକାର ଅଳ୍ପକେ ବର୍ତିଯାଇଛି । କଂଗ୍ରେସ ଏକ ରହିଛି । ଏବଂ ରହିବ । ତେବେ ବିରୋଧି ଦଳର ଷଡଯନ୍ତ୍ର କାଟୁ କରିନଥିବା ଦଳର ବିଧାୟକ ମାନେ ବରିଷ୍ଠ ଯୁକ୍ତି ବାଢିଥିଲେ । ତେବେ ସଚ୍ଚିନ ପାଇଲଟ୍ ଯେଉଁ ଭଳି ପଦକ୍ଷେପ ଗ୍ରହଣ କଲେ ଦଳକୁ କେବଳ ଲୋକ ହସା ହେବାକୁ ପଡିଛି ବୋଲି ନି ସନେ୍ଧହରେ କୁହାଯାଇପାରେ । ରାଜସ୍ଥାନର ରାଜନୀତି କୁ ଏବେ ‘ଆରେ ଢମଣା-ବୁଲି ବୁଲି ଏବେ ସେହି ଅଗଣା’ ବୋଲି କହିଲେ ହୁଏତ ଭୁଲ ହୋଇ ନପାରେ । ଏହା ଗଣ ତନ୍ତ୍ରପ୍ରତି ଉପହାସ ବ୍ୟତିତ ଅନ୍ୟ କିଛି ନୁହେଁ ।

Comments (0)
Add Comment