ତମାଖୁ ବ୍ୟବହାର ସମ୍ପୂର୍ଣ ନିଷିଦ୍ଧ ହେଉ

୧୯୮୭ ମସିହା ଠାରୁ ପ୍ରତ୍ୟେକ ବର୍ଷ ମଇ ମାସର ୩୧ ତାରିଖ ଦିନକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୁପେ ପାଳନ କରା ଯାଉଅଛି । ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇ ଏହାର ବ୍ୟବହାରକୁ ବିଶ୍ୱ ସ୍ତରରେ ସୀମିତ ଅଥବା ସମ୍ପୂର୍ଣ ନିଷିଦ୍ଧ ଉଦେଶ୍ୟରେ ସଚେତନତା ସୃଷ୍ଟି କରାଇବା ଏହି ଦିବସ ପାଳନର ମୂଖ୍ୟ ଲକ୍ଷ । ବିଶ୍ୱ ସ୍ୱାସ୍ଥ ସଙ୍ଗଠନ (ଡଐଙ)ର ସଭ୍ୟ ରାଷ୍ଟ୍ରମାନଙ୍କ ଦ୍ୱାରା ଡକ୍ଟrକ୍ଷୟ ଘକ୍ଟ ଞକ୍ଟଭବମମକ୍ଟ ଊବଚ୍ଚ(ଡଘଞଊ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ପାଳିତ ହେଉଅଛି । ସାଧାରଣତଃ ତମାଖୁ ଦୁଇଟି ଉପାୟରେ ବ୍ୟବହୃତ ହୁଏ । ପ୍ରଥମଟି ଧୂମପାନ ଜରିଆରେ,ଯଥା-ସିଗାରେଟ,ବିଡି,ହୁକା ଧୂଆଁପତ୍ର ଇତ୍ୟାଦି ,ଏବଂ ଦ୍ୱିତୀୟଟି ଚର୍ବଣ ଜରିଆରେ,ଯଥା- ପାନ, ପୁଡିଆ, ଗୁଟଖା, ଚିମୋ ତଥା ପାନରେ ବ୍ୟବହୃତ ଗୁଣ୍ଡି, ଚୁନ, ଜର୍ଦ୍ଧା ଇତ୍ୟାଦି । ଏ ସବୁ ଦ୍ରବ୍ୟ ବ୍ୟବହାରକାରୀ ମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ପ୍ରାୟ ଆଠ ମିଲିୟନ ଅର୍ଥାତ ଅଶୀ ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ସର୍ବୋପରି ତମାଖୁ ବ୍ୟବହାର ନକରି ମଧ୍ୟ ବ୍ୟବହାରୀଙ୍କ ପରୋକ୍ଷ ସଂସ୍ପର୍ଶରେ ଆସି ବର୍ଷକୁ ୧.୨ ମିଲିୟନ ବା ବାର ଲକ୍ଷ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତେଣୁ ଏହି ମୃତ୍ୟୁ ସଂଖ୍ୟାରୁ ଅନୁମେୟ ଯେ ତମାଖୁ ସେବନ କେତେ ଭୟଙ୍କର । ବର୍ତମାନ ଆମେ ତମାଖୁ ବ୍ୟବହାର ଜନିତ ସ୍ୱାସ୍ଥ ସମସ୍ୟାଗୁଡିକ କ’ଣ, ସେ ବିଷୟରେ ଆଲୋଚନା କରିବା ।

(୧) ତମାଖୁ ସେବନ ସର୍ବ ପ୍ରଥମେ ଶ୍ୱାସଯନ୍ତ୍ର ଉପରେ କୁପ୍ରଭାବ ପକାଇ କର୍କଟ ତଥା କ୍ରମାଗତ ଶା୍ୱସକ୍ରିୟା ର ସମସ୍ୟା ପରି ଭୟଙ୍କର ରୋଗ ସୃଷ୍ଟି କରାଇଥାଏ । ଫୁସଫୁସ କର୍କଟର ମୁଖ୍ୟ କାରଣ ତମାଖୁ ସେବନ ଏବଂ ଫୁସଫୁସ କର୍କଟ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଦୁଇ ତୃତୀୟାଶଂ ତମାଖୁ ସେବନକାରୀ । (୨)ତମାଖୁ ସେବନକାରୀ ମଧ୍ୟ (ଉଙଚଊ)ଉଷrକ୍ଟଦ୍ଭସମ ଙଭଗ୍ଦଗ୍ଧrଙ୍କମଗ୍ଧସଙ୍ଖର ଚଙ୍କକ୍ଷଜ୍ଞକ୍ଟଦ୍ଭବrଚ୍ଚ ଊସଗ୍ଦରବଗ୍ଦର ବା ଶ୍ୱାସକ୍ରିୟାରେ ଯନ୍ତ୍ରଣା ଅନୁଭବ କରିବା ପରି ଅଣାୟତ ରୋଗରେ ଆକ୍ରାନ୍ତ ହୁଅନ୍ତି । ଏହି ରୋଗରେ ଯନ୍ତ୍ରଣା ଦାୟକ କାଶ ଏବଂ ଶ୍ୱାସକ୍ରିୟାରେ ଭୀଷଣ କଷ୍ଟ ଅନୁଭୁତ ହୁଏ । (୩)ଯେଉଁମାନେ ସାଧାରଣତଃ କମ ବୟସରୁ ତମାଖୁ ସେବନ ବା ଧୂମପାନ କରନ୍ତି, ସେମାନଙ୍କର ଫୁସଫୁସ ଅଭିବୃଦ୍ଧିରେ ସମସ୍ୟା ପରିଲକ୍ଷିତ ହୁଏ । ଶିଶୁମାନେ ଯେଉଁମାନେ ଧୂମପାନ କରନ୍ତି ନାହିଁ, କିନ୍ତୁ ତାଙ୍କ ଘରେ ଅନ୍ୟ କୌଣସି ବ୍ୟକ୍ତି ଧୂମପାନରେ ଅଭ୍ୟସ୍ତ ଥାନ୍ତି, ତଥା ସର୍ବସାଧାରଣ ସ୍ଥାନ ମାନଙ୍କରେ ଧୂମପାନ ଜନୀତ ପରୋକ୍ଷ ପ୍ରଭାବରେ ପ୍ରଭାବିତ ହୋଇ ଶ୍ୱାସ, ଫୁସଫୁସ ପ୍ରଦାହ ଏବଂ ଧଇଁକାଶ ପରି ମାରାତ୍ମକ ରୋଗରେ ଆକ୍ରାନ୍ତ ହୁଅନ୍ତି । (୪)ତମାଖୁ ସେବନକାରୀ ମାଆମାନଙ୍କଠାରୁ ଜନ୍ମିତ ସନ୍ତାନ ମଧ୍ୟ ଆକ୍ରାମ୍ଣରୁ ବାଦ ପଡନ୍ତି ନାହିଁ । ସର୍ବେକ୍ଷଣରୁ ଜଣାଯାଏ ଯେ ବର୍ଷକୁ ଷାଠିଏ ହଜାର ଶିଶୁ ଧୂମପାନର ପରୋକ୍ଷ ପ୍ରଭାବରେ ପ୍ରଭାବିତ ହୋଇ, ଶା୍ୱସକ୍ରିୟା ଜନିତ ରୋଗରେ ପାଂଚ ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରୁଛନ୍ତି । (୫) ଆଜିକାଲି ବଜାରରେ ମିଳୁଥିବା ବିଷାକ୍ତ ଗୁଟ୍ଖା ସେବନ ଦ୍ୱାରା ଅଧିକାଂଶ ବ୍ୟକ୍ତି ମୁଖ ଗହ୍ୱର କର୍କଟ ପରି ଭୟଙ୍କର ରୋଗର ଶିକାର ହେଉଛନ୍ତି । (୬)ତମାଖୁ ସେବନ ଯକ୍ଷ୍ମା, ହୃଦ୍ଘାତ, ଉଚ୍ଚ ରକ୍ତଚାପ, କାର୍ଯ୍ୟ ଦକ୍ଷତା ହ୍ରାସ, ରକ୍ତବାହୀ ନଳୀର ସଙ୍କୋଚନ, ଶରୀର ମଧ୍ୟରେ ରକ୍ତ ଜମାଟ ତଥା ମସ୍ତିଷ୍କ ପକ୍ଷାଘାତ ପରି ସମସ୍ୟାର ସୃଷ୍ଟିକାରୀ । (୭)ଧୁମପାନ ଦ୍ୱାରା ଗୃହ୍ୟାଭନ୍ତର ବାୟୁ ପ୍ରଦୂଷଣ ଏକ ଭୟଙ୍କର ବିପଦ ସୃଷ୍ଟି କରିଥାଏ । କାରଣ ଏହି ଧୂମରେ ଥିବା ୭୦୦୦ ରସାୟନ ମଧ୍ୟରୁ ୬୯ ରସାୟନ ଅତ୍ୟନ୍ତ ଭୟଙ୍କର, ଯାହାକି କର୍କଟ ରୋଗ ସୃଷ୍ଟିର ମୁଖ୍ୟ କାରଣ । ଧୂମପାନରୁ ନିର୍ଗତ ଧୁମ କିଛି ସମୟ ପରେ ଆଖିକୁ ଦୃଶ୍ୟମାନ ହେଉନଥିଲେ କିମ୍ବା ଆଘ୍ରାଣରେ ଜଣା ପଡୁନଥିଲେ ମଧ୍ୟଏହାର ବିଷାକ୍ତ ପ୍ରଭାବ ବାୟୁ ମଣ୍ଡଳରେ ୫ ଘଂଟା ପର୍ଯ୍ୟନ୍ତ ବଳବତର ରହେ ।
ଅଗ୍ନିର ତୀବ୍ରତା ଜାଣି ମଧ୍ୟ ଯେପରି ପତଙ୍ଗ ସେଥିରେ ଝାସ ଦେଇ ମୃତ୍ୟୁବରଣ କରିଥାଏ, ସେହିପରି ତମାଖୁ ବ୍ୟବହାର ଜନିତ ଭୟଙ୍କର ପରିଣାମକୁ ଜାଣି ମଧ୍ୟ ଲୋକମାନେ ସେଥିପ୍ରତି ଆକୃଷ୍ଟ ହେବାର କାରଣ ହେଲା-

(୧) ଅପ୍ରାପ୍ତ ବୟସ୍କମାନଙ୍କର କୁସଙ୍ଗ ମିଶ୍ରଣ ତମାଖୁ ଅଭ୍ୟାସର ଏକ ପ୍ରଧାନ କାରଣ । ସାଧାରଣତଃ ଲକ୍ଷ କରାଯାଏ ଯେ ଯେଉଁମାନେ ନିଶାଶକ୍ତ, ସେମାନେ ଅନ୍ୟମାନଙ୍କୁ ସେହି ପଥର ପଥିକ ହେବାପାଇଁ, ବାରମ୍ବାର ପ୍ରର୍ବତାଇ ଥାନ୍ତି । ତେଣୁ କମ ବୟସର ପିଲାମାନେ ଅପରିପକ୍ୱ ମସ୍ତିଷ୍କରେ ଭଲ ମନ୍ଦ ଜାଣି ନପାରିବା ଯୋଗୁଁ ଏହି ଫାଶରେ ଛନ୍ଦି ହୋଇ ଯାଇଥାନ୍ତି । ଏହାର କୁପରିଣାମ ଅନୁଭବ କରିବା ବେଳକୁ ଅଭ୍ୟାସ ଛାଡିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । (୨) କେତେକ ବ୍ୟକ୍ତି ପାରିବାରିକ ତଥା ସାମାଜିକ ସମସ୍ୟାର ଚାପରୁ ସାମୟିକ ମୁକ୍ତି ନିମନ୍ତେ, ମାନସିକ ଉତେଜନା ବୃଦ୍ଧି ନିମିତ ତମାଖୁର ଆଶ୍ରୟ ନେଇଥାନ୍ତି । (୩)ତମାଖୁ ଉତ୍ପାଦନକାରୀମାନଙ୍କର ଆକର୍ଷଣୀୟ ଲୋଭନୀୟ ପ୍ରଚାର ପ୍ରସାର ଦ୍ୱାରା ଯୁବସମାଜ ବହୁଳ ଭାବରେ ଆକର୍ଷିତ ହୋଇ ଏଇ କୁଅଭ୍ୟାସର ଶିକାର ହୋଇଥାନ୍ତି । (୪) ତମାଖୁ ବିକ୍ରୟ ଲବ୍ଧ ଟିକସ ସରକାରଙ୍କର ଏକ ଉତମ ଆୟ ବ୍ୟବସ୍ଥା ହୋଇଥିବାରୁ, ସରକାର ଏହାର ବିକ୍ରୟ ଉପରେ କୌଣସି କଟକଣା ଜାରି ନକରି ଏହାର ପ୍ରସାରକୁ ପରୋକ୍ଷରେ ପ୍ରୋତ୍ସାହିତ କରୁଅଛନ୍ତି ।
ତମାଖୁ ସେବନର ଭୟଙ୍କର ଫଳାଫଳକୁ ଉପଲବ୍ଧି କରି ଆଜି ଏହାର ବ୍ୟବହାର ହ୍ରାସ କିମ୍ବା ସମ୍ପୂର୍ଣ ନିଷିଦ୍ଧ କରାଇବାର ଯଥେଷ୍ଟ ଆବଶ୍ୟକତା ରହିଅଛି । ଏଥି ନିମନ୍ତେ କେତୋଟି ସମ୍ଭାବ୍ୟ ପଦକ୍ଷେପ ଉପରେ ଆଲୋଚନା କରିବା (୧) ସର୍ବପ୍ରଥମେ ତମାଖୁ ବ୍ୟବହାର ଜନିତ ଭୟାବହତାକୁ ଅନୁଧ୍୍ୟାନ କରି ଏହାକୁ ବ୍ୟବହାର ନକରିବାର ଦୃଢ ମାନସିକତାହିଁ ଏ ଦିଗରେ ଏକ ବଳିଷ୍ଠ ପଦକ୍ଷେପ । ଇଛା ଶକ୍ତି ଦୃଢ କରିଲେ ଏ କୁଅଭ୍ୟାସରୁ ମୁକ୍ତି ପାଇବାର ପଥ ସୁଗମ ହୋଇ ପାରିବ । (୨) ସରକାର ଆନ୍ତରିକତାର ସହିତ ଯଦି ଏହାର ଉତ୍ପାଦନ ଉପରେ କଠୋର କଟକଣା ଲାଗୁ କରନ୍ତେ, ତେବେ ବ୍ୟବହାର ସମ୍ପୂର୍ଣ ବନ୍ଦ ହୋଇଯାଇ ପାରନ୍ତା । (୩) ଧୂମପାନ କରୁନଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ଧୁମପାନର ପରୋକ୍ଷ ପ୍ରଭାବ ପଡୁଥିବାରୁ, ଜନଗହଳିପୂର୍ଣ ସାଧାରଣ ସ୍ଥାନ ମାନଙ୍କରେ ଏହାର ବ୍ୟବହାରକୁ ସମ୍ପୂର୍ଣ ନିଷିଦ୍ଧ କରାଯାଇ, ଖିଲାପିମାନଙ୍କୁ କଠୋର ଦଣ୍ଡ ପରିସରଭୁକ୍ତ କରାଇଲେ ଅନେକାଂଶରେ ସୁଫଳ ମିଳନ୍ତା । (୪) ସାଧାରଣତଃ କମ୍ ବୟସର ପିଲାମାନେ ତମାଖୁ ବ୍ୟବହାର ପ୍ରତି ଆକୃଷ୍ଟ ହେଉଥିବାରୁ, ବୟସ୍କ ବ୍ୟକ୍ତି, ଶିକ୍ଷକ ଓ ଗୁରୁଜନ ମାନେ କୋମଳମତି ପିଲାମାନଙ୍କ ସମ୍ମୁଖରେ ତମାଖୁ ସେବନ ବର୍ଜନ କରିବା ଉଚିତ୍ ଏବଂ ସେମାନଙ୍କ ଦ୍ୱାରା ଏସବୁ ଦ୍ରବ୍ୟ କ୍ରୟ କରାଇବା ଅନୁଚିତ୍ । (୫) ତମାଖୁ ସେବନ ନିମନ୍ତେ କରାଯାଉ ଥିବା ବ୍ୟୟର ଆକଳନ ପ୍ରାୟ କେହି କରି ନଥାନ୍ତି । କଥାରେ ଅଛି ପାନ ବିଡି ନୁହେଁ ଛୋଟିଆ ନିଶା, ଜଣା ପଡେ ନାହିଁ ଟାଣେ ପଇସା । ଜୀବନରେ ଏଦିଗରେ ଯେତିକି ବ୍ୟୟ କରାଯାଉଛି, ସେଥିରେ କୌଣସି ଏକ ବଡ କାର୍ଯ୍ୟ କରା ଯାଇପାରନ୍ତା । ଯଦି ଏହି ସତ୍ୟତାକୁ ଜଣେ ବ୍ୟକ୍ତ ଉପଲବ୍ଧି କରିପାରନ୍ତା,ତେବେ ସେ ତମାଖୁ ସେବନରୁ ନିବୃତ ରହି ପାରନ୍ତା । (୬) ବିଦ୍ୟାଳୟ ସ୍ତରରେ ତମାଖୁ ସେବନର ଭୟାବହ ପରିଣତି ବିଷୟରେ କ୍ୱିଜ୍, ପ୍ରବନ୍ଧ, ଚିତ୍ରାଙ୍କନ ତଥା ତର୍କ ପ୍ରତିଯୋଗିତାର ଆୟୋଜନ କରାଇ ପିଲାମାନଙ୍କ ମନରେ ସଚେତନତା ବୃଦ୍ଧି କରାଇଲେ ଅନେକାଂଶରେ ସୁଫଳ ମିଳିପାରନ୍ତା । (୭) ପ୍ରଶାସନର ଆନ୍ତରିକ ପ୍ରଚେଷ୍ଟା ଏବଂ ଜନସାଧାରଣଙ୍କ ଦୃଢ ମାନସିକତା ଏ ଦିଗରେ ସର୍ବାଗ୍ରେ ଆବଶ୍ୟକ ।
ତେଣୁ ଏ ଦେଶର ପ୍ରତ୍ୟେକ ନାଗରିକ,ମାନବ ସମାଜକୁ ଏକ ସୁନିଶ୍ଚିତ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ, ତମାଖୁ ବ୍ୟବହାର ହ୍ରାସ ତଥା ସମ୍ପୂର୍ଣ ନିଷିଦ୍ଧ ନିମନ୍ତେ ଶତ ପ୍ରତିଶତ ପ୍ରୟାସ ଜାରି ରଖିବାକୁ ଶପଥ ନେବା ଉଚିତ ।ତମାଖୁ ବ୍ୟବହାର ସମ୍ପୂର୍ଣ ନିଷିଦ୍ଧ ହେଉ

Comments (0)
Add Comment