ତ୍ୟାଗର ମହିମା

ଦିକ ମନ୍ତ୍ରରେ ଅଛି- ‘ସର୍ବେ ଭବନ୍ତୁ ସୁଖିନଃ… ’ ଅର୍ଥାତ୍ ସମସ୍ତେ ସୁଖରେ ରୁହନ୍ତୁ । ମନ୍ତ୍ରଦ୍ରଷ୍ଟା ଋଷିମାନେ ତପସ୍ୟା କରୁଥିଲେ । ସେ ତପସ୍ୟା କେବଳ ନିଜପାଇଁ ନଥିଲା; ଥିଲା ସଂସାର ପାଇଁ । ସେମାନେ ପରମାତ୍ମାଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ କାମନା କରୁଥିଲେ । ତା’ରି ଭିତରେ ପ୍ରାର୍ଥନାକାରୀର କଲ୍ୟାଣ ବି ଲୁଚିକରି ଥାଏ । ଏହା ଦ୍ୱାରା କାହାରି ପ୍ରତି ଈର୍ଷାଦ୍ୱେଷ ରହେନାହିଁ । ଆମେ ବି ପ୍ରାର୍ଥନା କରୁ, କିନ୍ତୁ ଆମ ପ୍ରାର୍ଥନାରେ ଥାଏ କେବଳ ନିଜେ ଓ ନିଜ ପରିବାରର କଥା । ଜଗତ ପାଇଁ ଯିଏ ତ୍ୟାଗ କରନ୍ତି ସେମାନଙ୍କୁ ହିଁ ତ୍ୟାଗୀ କୁହାଯାଇପାରେ । ତ୍ରେତୟା ଯୁଗର କଥା । ହରିଶ୍ଚନ୍ଦ୍ର ନାମରେ ଜଣେ ପ୍ରତାପୀ ଦାନୀ ରାଜା ଥିଲେ । ସେ ପ୍ରଜାମାନଙ୍କୁ ନିଜର ପୁଅପରି ଦେଖୁଥିଲେ । ବର୍ଷେ ତାଙ୍କ ରାଜ୍ୟରେ ବର୍ଷା ହେଲାନାହିଁ । ପାଣି ଅଭାବରୁ ମରୁଡ଼ି ହେଲା । ଚାଷବାସ ନଷ୍ଟ ହେଲା । ହଜାରହଜାର ଲୋକଙ୍କର ପ୍ରାଣହାନି ଘଟୁଥାଏ । କୁଳଗୁରୁ ବିଶିଷ୍ଠ ରାଜା ହରିଶ୍ଚନ୍ଦ୍ରଙ୍କୁ କହିଲେ- ତୁମେ ନରମେଧ ଯଜ୍ଞଟିଏ କର । ଇନ୍ଦ୍ର ସନ୍ତୁଷ୍ଟ ହେବେ । ରାଜ୍ୟରେ ବର୍ଷା ହେବା ନରମେଧ ଯଜ୍ଞ କଥା ଶୁଣି ରାଜାଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ନରମେଧ ଯଜ୍ଞରେ ମଣିଷଟିଏ ବଳିଦେବାକୁ ହେବ । ତେବେ ମଣିଷ କୋଉଠୁ ଆସିବ? ଶେଷର ହରିଶ୍ଚନ୍ଦ୍ର ବିଚାର କଲେ- ‘ରାଜ୍ୟର କଲ୍ୟାଣ ପାଇଁ ଗୋଟିଏ ପୁଅ ନଷ୍ଟ ହେଲେ ଚିନ୍ତା କରିବାର ନୁହେଁ, ତେଣୁ ମୋ ପୁତ୍ର ରୋହିତକୁ ବଳି ଦିଆଯାଉ ।’ ରାଜାଙ୍କର ଏପରି ନିଷ୍ପତିରେ ମନ୍ତ୍ରୀମାନେ କହିଲେ- ‘ମହାରାଜ ! ରୋହିତକୁ ବଳିଦେବା ନାହିଁ; ବରଂ ଘୋଷଣା କରିବା ଯେ ଯିଏ ନିଜ ପୁଅକୁ ଅର୍ପଣ କରିବ, ତାକୁ ଶହେ ଗୋରୁ ଦିଆଯିବା’ ଅଜିଗର୍ତ୍ତ ନାମରେ ଜଣେ ଗରିବ ବ୍ରାହ୍ମଣ ଥିଲେ । ତାଙ୍କର ଅନେକଗୁଡ଼ିଏ ପିଲା । ସେମାନଙ୍କ ଭିତରୁ ଗୋଟିଏ ପିଲାର ନାଁ ଶୂନଃଶେଫ । ରାଜାଙ୍କ ଘୋଷଣା ଶୁଣି ବାପାଙ୍କୁ ଶୂନଃଶେଫ କହିଲା- ‘ଦାରିଦ୍ର୍ୟ ଆମ ପାଇଁ ଏକ ଅଭିଶାପ । ହେ ପିତା, ମୋତେ ବଳି ପାଇଁ ଅର୍ପଣ କରି ଶହେ ଗୋରୁ ଗ୍ରହଣ କରନ୍ତୁ । ଆମ ସ୍ଥିତି ସୁଧୁରିଯିବ ।’ ଯେତେ ସନ୍ତାନ ଥିଲେ ବି କେହି ପିତାମାତା ଗୋଟିଏ ସନ୍ତାନକୁ ନଷ୍ଟ ହେବାକୁ ଦିଅନ୍ତି ନାହିଁ । ପିତାମାତାଙ୍କ ସମସ୍ତ ମମତା ଥାଏ ସନ୍ତାନଙ୍କ ଉପରେ । ତେଣୁ ଅଜିଗର୍ତ୍ତ ଶୂନଃଶେଫକୁ ଦେବାକୁ ରାଜି ହେଲେନାହିଁ । ପିତାଙ୍କୁ ଅନେକ ବୁଝାବୁଝି କରି ଶୂନଃଶେଫ ରାଜି କରାଇଲେ । ଯଜ୍ଞ ଆରମ୍ଭ ହେଲା । ଶୂନଃଶେଫଙ୍କୁ ଗାଧୋଇ ଦିଆଗଲା । ସେ ନୂଆ ଲୁଗା ପିନ୍ଧିଲା । ବେକରେ ଝୁଲେଇ ଦିଆଗଲା ଫୁଲମାଳା ବଳିପାଇଁ ଯଜ୍ଞବେଦୀରେ ଗୋଟିଏ ଖୁଂଟରେ ବାନ୍ଧି ଦିଆଗଲା ।

Comments (0)
Add Comment