ଅଯୋଧ୍ୟାରେ ରାମ ଜନ୍ମ ଭୁମି ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁୠତ ବୁଧବାର ଦିନ ଭୁମି ପୁଜନ ବା ଶିଳାନ୍ୟାଶ ଉତ୍ସବ ଗୋଟିଏ ପର୍ଯ୍ୟାୟରେ ପରିସମାପ୍ତି ଓ ଆଉ ଏକ ପର୍ଯ୍ୟାୟର ଅୟମାରମ୍ଭର ସଂକେତ ପ୍ରଦାନ କରୁଛି । ଆମେ ଗୋଟିଏ ପର୍ଯ୍ୟାୟର ପରିସମାପ୍ତି ବୋଲି ଉଲେଖ କରୁଛୁ ଏଇଥି ପାଇଁଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପୂବତନ ଜନ ସଂଘ ତଥା ବିଜେପିର ଅଭିଜାନ କାହାରିକୁ ଅଛପା ନାହିଁ ।
ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ହିଁ ବିଜେପିର ମୂଖ୍ୟ ଆଦର୍ଶ ତଥା ମୂଖ୍ୟ ନିର୍ବାଚନ ପ୍ରସଙ୍ଗ । ଆଜିକୂ ଠିକ ୩୦ ବର୍ଷ ତଳେ ମଣ୍ଡଳ ପ୍ରସଙ୍ଗ ହିଁ ରାମ ମନ୍ଦିର ପ୍ରସଙ୍ଗକୁ ଉଜ୍ଜୀବିତ କରିଥିଲା । କେବଳ ଏତିକି ନୁହେଁ, ରାମ ମନ୍ଦିର ପ୍ରସଙ୍ଗ ହିଁ ବିଜେପିକୁ ଏକ ରାଜନୈତିକ ଶକ୍ତିଭାବେ ଗଢିତୋଳିଛି ବୋଲି ନିସଂଦେହରେ କୁହାଯାଇପରିବ । ଗତ ବର୍ଷ ସୁପ୍ରିମ କୋର୍ଟ ଅଯୋଧ୍ୟାର ବିବିଦୀୟ ସ୍ଥଳରେ ରାମ ମନ୍ଦିର ନିିର୍ମାଣ ପାଇଁ ରାୟ ଦେବା ପରେ ମନ୍ଦିର ନିର୍ମାଣ ସ୍ପଷ୍ଟ ହୋଇଯାଇଥିଲା । କହିବା ବାହୁଲ୍ୟ ଯେ ବର୍ଷ ବର୍ଷ ଧରି ଅଯୋଧ୍ୟାର ବିବିଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ)ର ଅଭିଯାନକୁ ଦେଶର ଅଣ ବିଜେପି ରାଜନୈତିକ ଦଳ ଗୁଡିକ ବିରୋଧ କରି ଆସୁଥିବାବେଳେ ଏବେ ରାମ ମନ୍ଦିର ନିର୍ମାଣକୁ ସମର୍ଥନ କରିଛନ୍ତି, ଦଳ ମତ ନିର୍ବିଶେଷରେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟ ମଧ୍ୟ ସ୍ୱାଗତ କରିଛନ୍ତି ।
ଉଲେଖ୍ୟ ଯୋଗ୍ୟଯେ, ଅତିତରେ ରାମ ମନ୍ଦିର ପ୍ରସଙ୍ଗକୁ କେନ୍ଦ୍ର କରି ଦେଶରେ ସାଂପ୍ରଦାୟୀକ ଦଂଗା ଘଟିଛି । ୧୯୯୨ ମସିହାରେ ୪୬୪ ବର୍ଷର ବାବ୍ରୀ ସୌଧକୁ ହଜାର ରାମ ସେବକ ଧୂଳିସାତ କରିଦେବା ପରେ ଦେଶରେ ପରବର୍ତୀ ସମୟରେଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ତାହା ହୁଲତ କେହି ଭୂଲି ନଥିଲେ । ତେବେ ଦୀର୍ଘ ବର୍ଷର ଆଇନ ଗତ ଳଢେଇ ପରେ ଦେଶର ସର୍ବୋଚ ଅଦାଲତ ଯେଉଁ ରାୟ ଦେଇଛନ୍ତି, ତାହାକୁ ଉଭୟ ପକ୍ଷ ଗ୍ରହଣ କରିନେବା ପରେ ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଯାଇଥିଲା । ସୁପ୍ରିମକୋର୍ଟଙ୍କ ରାୟର ଦୀର୍ଘ ୮ମାସ ପରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ଉତ୍ସବରେ ଶିଳାନ୍ୟାଶ କରିବା ପରେ ଆଉ ଏକ ଅଧ୍ୟାୟର ଆରମ୍ଭ ବୋଲି କୁହାଯାଇପାରେ । ଯେଉଁ ପ୍ରସଙ୍ଗକୁ ନେଇ ଭାରତ ଭଳି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରର ଦୁଇ ସଂପ୍ରଦାୟ ସହମତ ଦେବା ନିଶ୍ଚିତ ଭାବେ ଆଉ ଏକ ଅଧ୍ୟାୟର ଅୟମରେମ୍ଭର ସଂକେତ ପ୍ରଦାନ କରୁଛି ବୋଲି କୁହାଯାଇପାରିବ । ଏହା ସତ୍ୟଯେ ଦେଶ ବିଭାଜନ ପରଠାରୁ ଦେଶରେ ଦୁଇ ସଂପ୍ରଦାୟ ମଧ୍ୟରେ ବହୁବାର ସାପ୍ରଦାୟୀକ ଉତେଜନା ଦେଖାଯାଇଛି । ଏବେ ରାମ ମନ୍ଦିରକୁ ଦେଶର ସମସ୍ତ ସଂପ୍ରଦାୟ ଯଥୋଚିତ ସମ୍ମାନ ଓ ସମସର୍ଥନ ପ୍ରଦାନ କରିଥିବାରୁ ବିଜେପି ଏହାକୁ ଆଉ ରାଜନୈତିକ ପ୍ରସଙ୍ଗ କରିବା ଅନାବଶ୍ୟକ । କାରଣ ଭଗବାନ ରାମ ଥିଲେ ନ୍ୟାୟର ସଦଭାବନା ଓ ସହଭାବର ପ୍ରତୀକ ।ତାଙ୍କ ଦୃଷ୍ଟିରେ ସମସ୍ତେ ସମାନ ଏବଂ ନ୍ୟାୟରୁ କେହି ବଂଚିତ ହେଉନଥିଲେ । ଯେଉଥି ପାଇଁକି ତାଙ୍କ ଶାସନ କାଳକୁ ରାମ ରାଜ୍ୟ ବୋଲି ପୁରାଣରେ ବର୍ଣ୍ଣିତ ରହିଛି । ପୁରୁଷୋତମ ରାମ ହେଉଛନ୍ତି ଆଦର୍ଶ ପ୍ରତୀକ । ଏହାହିଁ ହେଉଛି ଦେଶର କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ ।
ଏହି ଆଦର୍ଶକୁ ଆମକୁ ବଜାୟ ରଖିବାକୁ ହେବ । କେବଳଯେ, ରାମ ମନ୍ଦିର ନିର୍ମାଣ ହେଲେ ରାମ ରାଜ୍ୟ ଆସିଜିବ, ଲୋକଙ୍କ ଦୁଃଖ ଦୁର୍ଦଶା ଦୁର ହୋଇଯିବ ତାହା ଭାବିବା ଭୁଲ ହେବ । ଏବେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାରଙ୍କ ମୂଖ୍ୟ ସ୍ଲୋଗାନ ହେଉଛି ‘ସବକା ସାଥ- ସବକା ବିକାଶ’ । ଏହାକୁ ଆଧାର କରି ଦୁଇ ଚାରଇଟି ସାଧାରଣ ନିର୍ବାଚନରେ ମୋଦୀଙ୍କ ନେତୃତ୍ୱରେ ବିଜେପି ଦେଶ ଶାସନ କରୁଛି । ରାମ ମନ୍ଦିର ହେଉଛି କୋଟି କୋଟି ହିନ୍ଦୁଙ୍କର ବିଶ୍ୱାସ । ଏହି ବିଶ୍ୱାସକୁ ସରକାର ସବକା ସାଥ- ସବକା ବିକାଶ ବିଶ୍ୱାସରେ ପରିଣତ କରିବା ଜରୁରୀ । ଏହା ନିଶ୍ଚିନ୍ତ ଯେ, ସୁପ୍ରିମକୋଟଙ୍କ ରାୟକୁ ମୁସଲିମ ସଂପ୍ରଦାୟ ଗ୍ରହଣ କରିଥିବାରୁ ସେମାନେ ରା ମନ୍ଦିରକୁ ସମର୍ଥନ କରିଛନ୍ତି । ଭାରତ ବିଶ୍ୱର ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବେ ପ୍ରତିଷ୍ଠା ଅର୍ଜନ କରିଛି । ଅଯୋଧ୍ୟାର ରାମ ମନ୍ଦିରକୁ ହିନ୍ଦୁଙ୍କର ଏକ ଧାର୍ମୀକ ପୀଠ ଏବଂ ହିନ୍ଦୁଙ୍କର ବିଶ୍ୱାସର ପ୍ରତୀକ । ଅଯୋଧ୍ୟାରେ ରାମ ମନ୍ଦିର ପୀଠକୁ ଧର୍ମ ନୀରପେକ୍ଷ ପୀଠ ଭାବେ ପରିଣତ କରାଯାଇ ପାରିଲେ, ଏହାହିଁ ପ୍ରକୃତ ରାମ ରାଜ୍ୟ ।