ପଡୋଶୀ ବି ହୋଇପାରେ “ପ୍ରବାସୀ”

କଲକତା: ମଣିଷ ତାର ବୃତି ଅନୁସାରେ ବିଭିନ୍ନ କାର୍ଯ୍ୟକୁ କରିଥାଏ, ସେଥି ପାଇଁ ଅନେକ ପ୍ରବାସୀ ହେବାକୁ ବାଧ୍ୟ ହୋଇଥାନ୍ତି । ପରବର୍ତି ପର୍ଯ୍ୟାୟରେ ଅନେକ ପ୍ରତିଷ୍ଠିତ ହେବାର ଦୃଷ୍ଟାନ୍ତ ରହିଛି । ଅନ୍ୟାନ୍ୟ ବୃତି ସହିତ ସାଂସ୍କୃତିକ ଜଗତରେ ମଧ୍ୟ ବହୁ ନୃତ୍ୟଶିଳ୍ପୀ, ସଂଗୀତଶିଳ୍ପୀ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ଜଗତର ଗୁରୁମାନେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ନିଜ ସାଧନା ବଳେରେ ଉକ୍ରଳର ଉକ୍ରର୍ଷତାକୁ ପ୍ରତିପାଦନ କରିଛନ୍ତି । ଷତବେ ଓଡିଶା ସହିତ ସାମାଜିକ ସଂପର୍କ ରକ୍ଷା ତ୍ରେରୁ ସେମାନେ ବିରତି ହୋଇନାହାନ୍ତି । କିନ୍ତୁ ବର୍ତମାନ କରୋନା ପରିବେଶରେ ସତେ ଯେମିତି ସବୁକିଛି ଓଲଟ ପାଲଟ କରିଦେଇକ୍ତି । ମନପ୍ରାଣ ଦେଇ ଏହି ଦେଇ ସଂସ୍କୃତି କର୍ମୀମାନେ ଯାହାକୁ ସ୍ୱ-ଚକ୍ଷୁରେୂ ଦେଖୁଥିଲେ ସେମାନେ ଆଜି ବ୍ୟତିକ୍ରମୀ ମାନସିକତା ପ୍ରଦର୍ଶନ କରୁଛନ୍ତି । କାରଣ ସେମାନେ ନିଜର ଭିଟା ମାଟିକୁ ଯିବା ଦ୍ୱାରା ଅନେକ ସେମାନଙ୍କୁ କରୋନା ବାହକ ଭାବେ କହି ବ୍ୟତିକ୍ରମୀ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହି ପ୍ରସଙ୍ଗରେ ପୂର୍ବାଞ୍ଚଳରେ ପୂର୍ବାଞ୍ଚଳ ସଂସ୍କୃତି କେନ୍ଦ୍ରର ସହକାରୀ ନିର୍ଦେଶକ ଡ. ତାପସ କୁମାର ସାମନ୍ତରାୟ କୁହନ୍ତଯେ ପ୍ରକୃତରେ ବର୍ତମାନ ପରିସ୍ଥିତିରେ ପଶ୍ଚିମବଙ୍ଗର କେତେକ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଶୀକ୍ଷାର୍ଥୀ ଓ ଗୁରୁଙ୍କ ପାଇଁ ଓଡିଶାରେ ଯୋଉଁ ପ୍ରକାରର ଅବାଞ୍ଚିତ ବ୍ୟବହାର ପ୍ରଦର୍ଶନ କରାଯାଉଛି ତାହା ହତାଶ ପୂର୍ଣ୍ଣ ପଶ୍ଚିମବଙ୍ଗରୁ ଯୋଉଁମାନେ ଓଡିଶା ଆସୁଛନ୍ତି ସେମାନେ ପ୍ରତ୍ୟେକ କରୋନ ବାହକ ନୁହଁନ୍ତି । ସଂକଟ ପଡିବାରୁ ଜନ୍ମଭୂମିର ବାସନା ସେମାନଙ୍କୁ ଆକର୍ଷିତ କରିଛି । ପ୍ରବାସରୁ ନିଜର ଝାଳବୁହା ଅର୍ଥନେଇ ପ୍ରଗତିର ସୋପାନ ତିଆରି କରିଥିଲେ ସୁଦ୍ଧା ବର୍ତମାନ କରୋନାର ପରିସ୍ଥିତିରେ ଅଛୁଆଁବୋଲି ପଡୋାୀଙ୍କ ନିକଟରେ ଚିହ୍ନଟ ହୋଇଛନ୍ତି, ଯାହାକି ଅତ୍ୟନ୍ତ ଦୁର୍ଭାଗର ବିଷୟ ରାଜ୍ୟ ସରକାରଙ୍କ ସମସ୍ତ ନିୟମକୁ ସେମାନେ ଗୁରୁତ୍ୱ ଦେଇଥିଲେ ସୁଦ୍ଧା ପଡୋଶୀମାନେ କାହିଁକି ଏହି ପ୍ରବାସୀ ଓଡିଆଙ୍କ ପ୍ରତି ଏଭଳି ବ୍ୟବହାର କରୁଛନ୍ତି ତାର ଜବାବ ଦେବାକୁ ପଡିବ ।ଏହି କ୍ଷେତ୍ରରେ ଯଦି ପ୍ରତ୍ୟେକଙ୍କ ବାସ୍ତବମୂଖି ଚିନ୍ତା ଚେତନା ଜାଗ୍ରତ ନ ହୁଏ, ତେବେ ଭବିଷ୍ୟତ ଅବକ୍ଷୟମୂଖି ହେବା ନିଶ୍ଚିତ । ଜାଣିବା ଉଚିତ ଯେ କରୋନା ହୁଏତ କିଛିଦିନ ପରେ ବିଦାୟ ନେବ, କିନ୍ତୁ ଏହି ପଡୋଶୀଙ୍କ ପ୍ରତି ଏଭଳି ବ୍ୟବହାର ହୁଏତ ଚିରଦିନ ମନେ ରହିବ ।

Comments (0)
Add Comment