ପଦ୍ମ ଘୁଂଚି ଘୁଂଚି ଯାଉଛି…

ଏହା ସମସ୍ତଙ୍କୁ ବେଶ୍ ମାଲୁମ୍ ଯେ କରୋନା ମହାମାରୀ ଦ୍ୱାରା ଏବେ ସାରା ବିଶ୍ୱ ପ୍ରପିଡିତ । ଏକକୋଟିରୁ ଉଦ୍ଧ୍ୱର୍ ଜନସାଧାରଣ କୋଭିଡ-୧୯ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇସାରିଥିଲା ବେଳେ ମୃତ୍ୟୁ ସଂଖ୍ୟା ଲକ୍ଷାଧିକ ହୋଇଛି । ଏବେ ବି ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲା ବେଳେ ପଜେଟିଭ ତାଲିକାରେ ଦୈନିକ ହଜାର ହଜାର ଲୋକ ରହୁଛନ୍ତି । ତେଣୁ କରୋନା ଜନିତ ମୃତ୍ୟୁ ଓ ଆକ୍ରାନ୍ତ ତାଲିକା ସହିତ ଲକ୍ଡାଉନ୍ ଓ ସଟ୍ଡାଉନ୍ ଏବଂ ସାମାଜିକ ଦୁରତ୍ୱ ରକ୍ଷା କରିବା ଲାଗି ଅନୁରୂପ ପଦକ୍ଷେପ ଗୁଡିକୁ ପ୍ରତ୍ୟେକ ଦେଶ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହେଉଛନ୍ତି । ଏପରି ବାଧ୍ୟତାମୂଳକ ପଦକ୍ଷେପର ପ୍ରଥମ ଓ ପ୍ରଧାନ କାରଣ ହେଉଛି, ଏପର୍ଯ୍ୟନ୍ତ ଏହି ମହାମାରୀକୁ ଭଲି କରିବାଲାଗି କୌଣସି ନିର୍ଦ୍ଧିଷ୍ଟ ଏଲୋପାଥିକ୍ ଔଷଧ ବାହାରି ପାରିଲା ନାହିଁ । ଯେଉଁ ସବୁ ଉପଚାର ମେଡିକାଲ ପରିସରରେ କରାଯାଉଛି, ତାହା ଅନୁଭବିମାନଙ୍କ କହିବା ଅନୁଯାୟୀ; କରୋନା ପଜେଟିଭକୁ ଥଣ୍ଡା, କାଶ ଓ ଜ୍ୱରର ବଡ଼ ଭାଇ ରୂପେ ଗ୍ରହଣ କରି ଚିକିତ୍ସା କରାଯାଉଛି । ଏଥିରୁ ଆମେ ସାଧାରଣ ମଣିଷ ଭାବେ ଏତିକି ବୁଝୁଛୁ ଯେ, କଟକଣାକୁ ନମାନିଲେ ତ୍ରାହିନାହିଁ ଔଷଧ ନାହିଁ ଓ ଏପର୍ଯ୍ୟନ୍ତ ବାହାରିପାରିଲା ନାହିଁ । ଠିକ୍ ସେହିପରି ଏତେବଡ଼ ମହାମାରୀକୁ ନିୟନ୍ତ୍ରଣାଧିନ କହିବାକୁ ହେଲେ ଟିକା ନିତ୍ୟାନ୍ତ ଆବଶ୍ୟକ ଥିଲା ବେଳେ ତାହା ମଧ୍ୟ ବିଶ୍ୱର ସବୁ ଦେଶ ଉଦ୍ୟମ କରି ଉଦ୍ଭାବନରେ ଅଦ୍ୟାବଧି ଆଂଶିକ ସଫଳ ଓ ଆଂଶିକ ବିଫଳ ହୋଇଛନ୍ତି । ଯଦିଓ ଠିକ୍ ବର୍ଷେ ତଳେ ଏହି ମହାମାରୀ ଭୂତାଣୁ ଚାଇନାର ଉହାନ ସହରରୁ ବହାରି ଏପର୍ଯ୍ୟନ୍ତ ୧୩ ଲକ୍ଷ ୨୦ ହଜାର ୬୮୬ ଜଣଙ୍କ ମୃତ୍ୟୁ ଘଟିବା ସହିତ ମୋଟ ୫ କୋଟି ୪୪ ଲକ୍ଷ ୮୮ ହଜାର ୬୬୭ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି, ତା ସତ୍ୱେ ଟିକା ବାହାରିିନପାରିବା ଯୋଗୁ ଏବେ ଅନେକ ପୁଣି ଏହାର ଦ୍ୱିତୀୟ ଓ ତୃତୀୟ ଲହର ଆସିବା ସମ୍ଭାବନା ନେଇ ଶଙ୍କାକୂଳ । ଜଣାପଡିଛି ଯେ, କୋଭିଡ ଭାକ୍ସିନ୍ସ ଗ୍ଲୋବାଲ ଆକ୍ସେସ ଫାସିଲିଟ୍ (କୋଭାକ୍ସ) ପକ୍ଷରୁ ଟିକା ବିତରଣ ଲାଗି ରଖାଯାଇଥିବା ଲକ୍ଷ୍ୟ ହେଲା ଯେ, ୨୦୨୧ ସୁଦ୍ଧା ୨ ବିଲିୟନ ଡୋଜ ଟିକା ବିତରଣ ଲାଗି ଏବହୁଁ ଲାଗି ପାଣ୍ଠି ଗଠନ କରାଯାଉଛି । ୧୫୦ରୁ ଅଧିକ ଦେଶ ମଧ୍ୟ ଏହି ପାଣ୍ଠିକୁ ଦାନ କରିବାକୁ ରାଜି ଯୋଇଥିବା ଜଣା ପଡିଥ୍ଲା ବେଳେ ଭାରତ ଓ ବ୍ରାଜିଲ ଭଲି ଦେଶ ନିଜସ୍ୱ ଭ୍ୟାକ୍ସିନ୍ସ ବିକଶିତ କରୁଥିଲେ ହେଁ ଏହା କେବଳ ପ୍ରଥମ ପର୍ଯ୍ୟାୟରେ ସିମୀତ ରହିଛି । କିନ୍ତୁ ଆମେରିକା, ରୁଷିଆ ଓ ବ୍ରିଟେନ ପକ୍ଷରୁ ଯେଉଁମାନେ ଟିକା ପ୍ରସ୍ତୁତ କରୁଛନ୍ତି ସେମାନେ ପ୍ରାୟ ୯୦ ପ୍ରତିଶତ ସଫଳ ହୋଇଥିଲା ବେଳେ ତୃତୀୟ ପର୍ଯ୍ୟୟ ପରୀକ୍ଷଣ ବାକି ଥିବା କହୁଛନ୍ତି । ତେବେ କରୋନା କବଳରୁ ଦେଶବାସୀଙ୍କୁ କିପରି ହେଲେ ମୁକ୍ତ କରିବା ଲାଗି ଧନୀ ରାଷ୍ଟ୍ର ଗୁଡ଼ିକ ଆଗୁଆ ଟିକା ବରାଦ ସହ ଅଗ୍ରୀମ ଅର୍ଥ ଦେଇସାରିଲେଣି ଏପରିକି ବିଶ୍ୱର ବିଭିନ୍ନ ଟିକା ପ୍ରସ୍ତୁତ କାରି କମ୍ପାନି ୯୬୦ କୋଟି ଟିକା ଆଡଭାନ୍ସ ବୁକିଂ କରିଥିଲା ବେଳେ କେବଳ ଆମେରିକା ଏକ ଷଷ୍ଠ ଅଂଶ ଟିକା ପାଇଁ ଅର୍ଥ ଦେଇ ସାରିଲାଣି । କାନାଡା ମଧ୍ୟ ଏକ କ୍ଷୁଦ୍ର ରାଷ୍ଟ୍ର ହୋଇ ଯେତିକି ଟିକା ନିଜ ଦେଶର ମୋଟ ୩.୮ କୋଟି ନାଗରିକଙ୍କ ପାଇଁ ଆଗୁଆ ବରାଦ କରିଛି, ତାହା ସଂଖ୍ୟା ହେଲା ୩୫.୮ କୋଟି । ଭାରତ ମଧ୍ୟ ୧୬୦ କୋଟି ଡୋଜ ଟିକା ପାଇଁ ଆଗୁଆ ବରାଦ କରିସାରିଛନ୍ତି । ତେବେ ଫରକ ହେଉଛି, ଭାରତ ଟିକା ବରାଦୀ ତାଲିକାରେ ଏକ ନଂବରରେ ରହିଥିଲା ବେଳେ ଆମ ଦେଶରେ ପ୍ରତ୍ୟେକ ଲୋକ ମାତ୍ର ଥରେ ଟିକା ନେଇପାରିବେ । ମୋଟ ସରାବିଶ୍ୱର ଧନୀ ଦେଶମାନେ ୬୪୦ କୋଟି ଡୋଜ ଟିକା ନେବାକୁ ବରାଦ ରକି ସାରିଲେଣି ଓ ଆଉ ୩୨୦ କୋଟି ଡୋଜ ନେବାକୁ ଆଲୋଚନା ଜାରି ରଖିଛନ୍ତି । ସେପରି ସ୍ଥଳେ କେତେକ ବିଶେଷଜ୍ଞ ଆଶଙ୍କାପ୍ରକାସ କରି କହିଛନ୍ତି ଯେ ଗରିବ ଦେଶ ଗୁଡିକ ଅହୁରି ବିଲମ୍ବରେ ଟିକା ପଇପାରନ୍ତି । ଏପରିକି ବିଶ୍ୱର ସମସ୍ତ ନାଗରିକ ଟିକା ନେବା ଲାଗି ଆଉ ୪ ବର୍ଷ ଅତିକମ୍ରେ ଲାଗି ପାରେ ୨୦୨୪ ସୁଦ୍ଧା ଗରିବ ଦେଶମାନେ କୋଭିଡ ସହିତ ଯୁଦ୍ଧ କରିବାକୁ ପଡିବ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ମହାମାରୀ ବ୍ୟାପିବା ଆଗରେ ଦୁରତ୍ୱ, ଦେଶ ଏବଂ ସ୍ଥାନକାଳପାତ୍ରର ବାଚବିଚାର ନଥାଏ । ଯଦି ଧନୀ ରାଷ୍ଟ୍ର ଗୁଡିକ ଆଗ ଟିକା ନେବା ଉଦ୍ୟମରେ ସଫଳ ହୁଅନ୍ତି, ତେବେ ଗରିବ ରାଷ୍ଟ୍ର ଗୁଡିକ କିପରି ଟିକା ପାଇବେ, ସେଥିଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଯୋଜନା କରାଯାଇ ଏହାକୁ ବାସ୍ତବ ରୂପ ଦେବା ଏବେ ଜରୁରି ଭଳି ମନେହୁଏ ।

Comments (0)
Add Comment