ପାର୍ଲିଆମେଂଟ ବି ପ୍ରଭାବିତ

ପ୍ରାଣଘାତୀ କରୋନା ମହାମାରୀରେ ଦେଶରେ ଜୀବନ-ଜୀବିକା ଠାରୁ ଆରମ୍ଭକରି ଅର୍ଥନୀତି ପର୍ଯନ୍ତ ସବୁ କିଛି ପ୍ରଭାବିିତ ହୋଇଥିବା ବେଳେ ଭାରତୀୟ ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟ(ସଂସଦ) ଏଥିରୁ ବାଦ ପଡିନାହିଁ । କେବଳ ପାର୍ଲିଆମେଂଟ ନୁହେଁ ରାଜ୍ୟ ବିଧାନସଭା ଓ ବିଧାନସଭା ମଧ୍ୟ ଏହାର ଶିକାର ହୋଇଛି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ପାର୍ଲିଆମେଂଟର ଗୁରୁତ୍ୱ ପୂର୍ଣ୍ଣ ବଜେଟ ଅଧିବେଶନ ନିର୍ଦ୍ଧାରିତ ସମୟ ବହୁ ଆଗରୁ ଶେଷ ହୋଇଯାଇଥିଲା । ସେହିଭଳି ରାଜ୍ୟ ବିଧାନ ସଭା ଓ ବିଧାନ ପରିଷଦର ଅଧିବେଶନକୁ ମଧ୍ୟ ସମୟ ଆଗରୁ ମୁଲତବୀ ରଖା ଯାଇଥିଲା । ଦେଶର ସମ୍ବିଧାନ ଅନୁଯାୟୀ ଅତ୍ୟନ୍ତ ୬ମାସର ବ୍ୟବଧାନରେ ଅଧିବେଶନ ଅନୁଷ୍ଠିତ ହେବା ବାଧ୍ୟତା ମୂଳକ ଇତି ମଧ୍ୟରେ ୬ମାସ ପୁରିବାକୁ ବସିଲାଣି । କିନ୍ତୁ ପାର୍ଲିଆମେଂଟ ହଉ ବା ବିଧାନସଭା ଅଧିବେଶନ, ଅଧିବେଶନ ପାଇଁ କୌଣସି କାର୍ଯ୍ୟସୁଚି ସ୍ଥିର ହୋଇନାହିଁ । ଅଧିବେଶନ ଅନୁଷ୍ଠିତ କରାଇବାରେ ମୂଖ୍ୟ ପ୍ରତିବନ୍ଧକ ହୋଇଛି ସାମାଜିକ ଦୁରତା ।

କୋଭିଡ-୧୯ ନିୟମ ଅନୁଯାୟୀ ଜଣେ ମାନ୍ୟବର ସଦସ୍ୟଙ୍କ ବସିବା ସ୍ଥାନ ମଧ୍ୟରେ ଅତିକମରେ ଦୁଇ ମିଟର ବା ୬ଫୁଟ ଦୁରତା ରହିବା ବାଧ୍ୟତା ମୂଳକ ପାର୍ଲିଆମେଂଟରେ ମାନ୍ୟବର ସଦସ୍ୟମାନଙ୍କ ଆସନ ମାନଙ୍କ ଦୁରତା ୧ଫୁଟରୁ କମ୍ ହୋଇଥିବା ବେଳେ ସଦସ୍ୟମାନଙ୍କ ଆସନ ବ୍ୟବସ୍ଥା କରିବା ଏବେ ସବୁଠୁ ବଡ ଚ୍ୟାଲେଞ୍ଜ ସଦୃଶ ହୋଇଛି ବୋଲି ନିଃସଂଦେହରେ କୁହାଯାଇପାରେ । ଲୋକ ସଭାରେ ୫୪୩ ଜଣ ସଦସ୍ୟ ଥିବା ବେଳେ କୋଭିଡ ନିୟମ ଅନୁଯାୟୀ ଆସନ ବ୍ୟବସ୍ଥା କରିବା ମଧ୍ୟ ଜଟିଳ ବ୍ୟାପାର ସଦୃଶ ଉଭା ହୋଇଛି । ରାଜ୍ୟ ବିଧାନ ସଭା ଗୁଡିକ ମଧ୍ୟ ଅନୁରୁପ ବ୍ୟବସ୍ଥା । ଉଲ୍ଳେଖ୍ୟଯୋଗ୍ୟଯେ, କରୋନା ମହାମାରୀ ଯୋଗୁ ରାଜ୍ୟ ବିଧାନେ ସଭା ବଜେଟ ଅଧିବେଶନ ମାର୍ଚ୍ଚମାସ ଅଧାରେ ଆଗୁଆ ବନ୍ଦ କରିଦିଆ ଯାଇଥିଲା । ଏବେ ବର୍ଷା କାଳୀନ ଅଧିବେଶନ ପାଇଁ ସମୟ ଆସିଯାଇଥିଲେ ମଧ୍ୟ ଅଧିବେଶନ ପାଇଁ କାର୍ଯ୍ୟ ସୁଚୀ ପ୍ରସ୍ତୁତ ହୋଇନାହିଁ କି ଅଧିବେଶନ ପାଇଁ କୌଣସି ବିଜ୍ଞ୍ୟପ୍ତି ଜାରି ହୋଇନାହିଁ । ଅଥଚ ଦେଶ ତଥା ରାଜ୍ୟ ସମ୍ମୁଖରେ ବହୁ ଗୁରୁତର ସମସ୍ୟା ରହିଛି କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି, ଚୀନ ଆକ୍ରମଣ, ସୀମାନ୍ତରେ ଉତେଜନା, ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶା, ଆର୍ଥିକ ମାନ୍ଦାବସ୍ଥା, ବେକାରୀ ବୃଦ୍ଧି, ଦରମା ବୃଦ୍ଧି ଆଦି ବିଭିନ୍ନ ଗୁରୁତର ପ୍ରସଙ୍ଗ ରହିଛି ଆଲୋଚନା ପାଇଁ । ମାତ୍ର ଏପରି ସ୍ଥିତିରେ ଅଧିବେଶନ ବସିପାରୁ ନାହିଁ । କୁହାଯାଇଛି ଯେ ଦର୍ଶକ ଓ ପ୍ରେସ ଗ୍ୟାଲେରୀରେ ସଦସ୍ୟମାନଙ୍କ ସ୍ଥାନ ନିୟନ୍ତ୍ରଣ କରାଯିବ ଏବଂ ଅଧିବେଶନର ବିବରଣୀ ସାଂବାଦ ସଂଗ୍ରହ ପାଇଁ ସାମ୍ବାଦିକ ମାନଙ୍କୁ ଆମନ୍ତ୍ରଣ କରାଯିବ ନାହିଁ । ଏହା ଯଦି ହୁଏ ତେବେ ଭାରତୀୟ ସାଂସଦୀୟ ଇତିହାସରେ ଏହା ହେବ ପ୍ରଥମ ଘଟଣା । ଏହା ସତ୍ୟଯେ, ପାର୍ଲିଆମେଂଟ ହଉ ବା ବିଧାନ ସଭ, ଅଧିବେଶନ ହେଉଛି ଆଲୋଚନାର କ୍ଷେତ୍ର । କରୋନା ମହାମାରୀ ମୁକାବିଲା ନେଇ ଗଅହରେ ଆଲୋଚନା ଦ୍ୱାରା ନିର୍ଯ୍ୟାସ ବାହାରିଥାଏ । କରୋନା ମୁକାବିଲାରେ କେନ୍ଦ୍ର ହେଉ ବା ରାଜ୍ୟ ସରକାର ହୁଅନ୍ତୁ ସରକାର ବିରୋଧ ଦଳକୁ ବିଶ୍ୱାଶକୁ ନେଉ ନଥିବା ଅଭିଯୋଗ ବାରମ୍ବାର ହେଇଆସୁଛି । ଅନ୍ୟ ପକ୍ଷରେ ବହୁ ସାଂସଦୀୟ ଷ୍ଟାଣ୍ଡିଂ କମିଟିର ମଧ୍ୟ ନିୟମିତ ବୈଠକ ହୋଇପାରି ନାହିଁ । କହିବା ବାହୁଲ୍ୟଯେ, ଭାରତୀୟ ଗଣ ତନ୍ତ୍ରରେ ସଂସଦୀୟ କିମ୍ବା ବିଧାନସଭା କମିଟିହେଉଛି ଗୁରୁତ୍ୱ ପୂର୍ଣ୍ଣ ସ୍ତମ୍ବ । ଜାହାକି ସରକାରଙ୍କୁ ଉତର ଦାୟୀ କରିବା ସହ ଜନସ୍ୱାର୍ଥ ସଂଲଗ୍ନ ସରକାରଙ୍କ ବିଭିନ୍ନ ପ୍ରସ୍ତାବ ଉପରେ କମିଟି ପରୀକ୍ଷା ନିରୀକ୍ଷା କରି ରିପୋର୍ଟ ଦେଇଥାଏ । ସେହିପରି ସରକାଙ୍କ ବିଭିନ୍ନ ପ୍ରସ୍ତାବ ଉପରେ ସଂସଦୀୟ କମିଟି ସହମତି ଭିତିରେ ସରକାରଙ୍କୁ ସୁପାରିଶ କରିଥାଏ । କିନ୍ତୁ କରୋନା ସଂକ୍ରମଣ ଆତଙ୍କ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସାଂସଦୀୟ କମିଟିର ବୈଠକ ହୋଇପାରିନାହିଁ । ଉଲ୍ଲେଖ୍ୟ ଯୋଗ୍ୟଯେ, ସଂସଦୀୟ କମିଟିର ଭର୍ଟୁଆଲ ବୈଠକ ପାଇଁ ଅନୁମତି ନାହିଁ । କମିଟିର ସଦସ୍ୟମାନେ ଏକତ୍ରିତ ହେଲେ ବୈଠକ ଅନୁଷ୍ଠିତ ହୋଇଥାଏ । ମାତ୍ର ଏବେ କରୋନା ସଂକ୍ରମଣ ଏବଂ ଭିନ୍ନ ଭିନ୍ନ ଅଞ୍ଚଳରୁ ସଦସ୍ୟ ଅଛନ୍ତି । ଯଦି ବୈଠକରେ ଯୋଗ ଦିଅନ୍ତି ତେବେ କୋଭିଡ ନିୟମ ଅନୁଯାୟୀ ୧୪ଦିନ ସଂଗରୋଧ କିମ୍ବା ଏକାନ୍ତବାସରେ ରହିବାକୁ ବାଧ୍ୟ । ଅନ୍ୟ ପକ୍ଷରେ ଏବେ ଭିଡିଓ କନଫରେନ୍ସ ଦ୍ୱାରା ବିଭିନ୍ନ ବୈଠକ ସଭାସମିତି ଅନୁଷ୍ଠିତ ହେଉଥିବା ବେଳ ସଂସଦୀୟ କମିଟିର ବୈଠକ ପାଇଁ ଆଇନଗତ ଅନୁମତି ନାହିଁ । ଦ୍ୱିତୀୟତଃ ଭର୍ଟୁଆଲ ବୈଠକ ଦ୍ୱାରା ଗୋପନୀୟତା ରକ୍ଷା କରାଯାଇପାରିବ ନାହିଁ । ଅନ୍ୟ ପକ୍ଷରେ ଏକ କମିଟି ବୈଠକରେ ଯୋଗଦେଇଥିବା ପାର୍ଲିଆମେଂଟ ସଚ୍ଚିବାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ଜଣା ପଡିବା ପରେ ସମସ୍ତ ସଦସ୍ୟ କ୍ୱାରେନଟାଇନରେ ରହିଥିଲେ । କରୋନ ମହାମାରୀ ଦ୍ୱାରା ପାର୍ଲିଆମେଂଟ ଯେ ପ୍ରଭାବିତ ଏହା ନିଶ୍ଚିତ ।

Comments (0)
Add Comment