ସେପ୍ଟେମ୍ବର ୧୧ ତାରିଖରେ ମାତ୍ର ଗୋଟିଏ ଦିନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣ ସର୍ବାଧିକ ୯୭,୬୫୦ରେ ପହଞ୍ଚି ବିଶ୍ୱରେ ରେକର୍ଡ ସୃଷ୍ଟି କରିବା ପରେ ସେହିମାସ ମଧ୍ୟଭାଗରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ଗତ ଅକ୍ଟୋବର ୨୫ ତାରିଖ ଦିନ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଏବେ ୪୦ ହଜାର ନିକଟତର ହୋଇଛି । କେବଳ ସଂକ୍ରମିତଙ୍କ ସଂଖ୍ୟା ନୁହେଁ ମୃତକଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ କମିବାରେ ଲାଗିଛି । ଅକ୍ଟୋବର ମଧ୍ୟ ଭାଗରେ ଗୋଟିଏ ଦିନରେ ମୃତକଙ୍କ ସଂଖ୍ୟା ସର୍ବାଧିକ ୧୬୦୦ ଉପରେ ରହିଥିବା ବେଳେ ନଭେମ୍ବର ଆରମ୍ଭରେ ଏହି ସଂଖ୍ୟା ୫୦୦ ତଳକୁ ଖସି ଆସିଛି । ସେହିପରି ଦେଶରେ କରୋନା ଆରୋଗ୍ୟ ହାର ମଧ୍ୟ ବଢିବାରେ ଲାଗିଛି । ଦେଶରେ ଆରୋଗ୍ୟ ହାର ଏବେ ୯୭ ପ୍ରତିଶତରେ ପହଞ୍ଚିଛି । ଯାହାପି ଦେଶବାସୀ ଏବଂ ସରକାରଙ୍କ ପାଇଁ ଆଶ୍ୱସ୍ତିର କାରଣ ହୋଇଛି । ଦେଶରେ ନୂତନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଦ୍ରୁତଗତିରେ ଆଶାର ବାହାରେ ହ୍ରାସ ପାଉଥିବା ବେଳେ ଆରୋଗ୍ୟଙ୍କ ସଂଖା ବଢିଚାଲିଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ଦେଶର ସବୁଠୁ ଶିକ୍ଷିତ ରାଜ୍ୟ କେରଳରେ ଯେପରି ନୂତନ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି, ତାହା ଏବେ ଚିନ୍ତାର କାରଣ ହୋଇଛି । କେବଳ ଚିନ୍ତାର କାରଣ ହୋଇ ନାହିଁ, ସରକାରଙ୍କ ନିଦ ମଧ୍ୟ ହଜାଇ ଦେଇଛି । କେବଳ ଚିନ୍ତାର କାରଣ ହୋଇନାହିଁ, ସରକାରଙ୍କ ନିଦ ମଧ୍ୟ ହଜାଇ ଦେଇଛି ବୋଲି କହିଲେ ହୁଏତ ଭୁଲ ହୋଇ ନପାରେ । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର ମଧ୍ୟ ଭାଗରେ ଦୋଷର ସଂକ୍ରମଣ ଶିଖର ଦେଶରେ ପହଁଞ୍ଚାଇବା ପରେ ଏବେ କମିବାରେ ଲାଗିଥିବା ବେଳେ ଦେଶର ଉତର ଭାଗରେ ଦିଲ୍ଲୀ ଏବଂ ଦକ୍ଷିଣାଞ୍ଚଳରେ କେରଳରେ ସଂକ୍ରମଣ ବୃଦ୍ଧି ଦ୍ୱିତୀୟବାର ତଥା ପୁନଃ ସଂକ୍ରମଣ ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଅପରପକ୍ଷରେ ଦେଶରେ କରୋନା ମୁକାବିଲା ପାଇଁ ଗତ ମାର୍ଚ୍ଚ ମାସରେ ଜାରି ହୋଇଥିବା ଜନଜୀବନ ଏବେ ଚଳଚଞ୍ଚଳ ହୋଇପଡିଥିବା ବେଳେ ସବୁକିଛି ସ୍ୱାଭାବିକ ହେବାରେ ଲାଗିଛି । ହାଟ , ବଜାର, ରାସ୍ତାଘାଟ, କାର୍ଯ୍ୟକ୍ଷେତ୍ରରେ ଗହଳି ଚହଳି ଲାଗିଗଲାଣି । ଏପରି କ୍ଷେତ୍ରରେ ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ କେରଳ ସମେତ କେତେକ ରାଜ୍ୟରେ ସଂକ୍ରମଣ ବଢିବାରେ ଆଦୈା ଶୁଭଙ୍କର ନୁହେଁ ବୋଲି କହିଲେ ଭୁଲ ହେବ ନାହିଁ । କେବଳ ଦେଶର ଦୁଇଟି ଉନ୍ନତ ତଥା ବିକଶିତ ରାଜ୍ୟ ଦିଲ୍ଲୀ, କେରଳରେ ନୁହେଁ, ବିଶ୍ୱର କେତେକ ସମୃଦ୍ଧଶୀଳ, ବିକଶିତ ଦୋରେ ପ୍ରାଣଘାତୀ କରୋନା ପୁଣି ଫଣା ଟେକିଛି । ଆମେରିକାରେ ଗତ ଅକ୍ଟୋବର ୩୦ ତାରିଖ ଦିନ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ମୁହାଁ ଅର୍ଥାତ ୯୯,୭୮୦ରେ ପହଞ୍ଚିଥିବା ବେଳେ ୟୁରୋପ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ, ଇଂଲଣ୍ଡ, ବେଲଜିୟମ, ପରି ବହୁ ରାଷ୍ଟ୍ର ଦୋଷର ପୁଣି ଲକ୍ଡାଉନ୍ ଜାରି କରିଛନ୍ତି । ଆମେରିକା ବିଶ୍ୱର ସର୍ବାଧିକ କରୋନା ପ୍ରଭାବିତ ଦେଶ ହୋଇଥିବା ବେଳେ ଏବେ ସ୍ଥିତି ଅସମ୍ଭାଳ ହୋଇପଡିଥିବା କୁହାଯାଏ । କରୋନା ବିଶ୍ୱରରୁ କେବେ ହଟିବ, ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସମେତ ସ୍ୱାସ୍ଥ୍ୟ ବିଶାରଦ- ମାନେ ନୀରବ ରହିଥିବା ସମୟରେ ଶୀତ ଦିନେ କରୋନାର ପ୍ରକୋପ ଆହୁରି ବଢିବ ବୋଲି ଯେଉଁ ତେତାବନୀ ଦେଇଥିଲେ, ତାହା ଏବେ ସତ୍ୟରେ ପରିଣତ ହେବାକୁ ଯାଉଛି ବୋଲି ନିସଂଦେହରେ ସ୍ୱୀକାର କରିବାକୁ ହେବ । ଭାରତରେ ଏବେ ଶୀତ ଦିନ ଆରମ୍ଭ ହୋଇଛି । ଆଗକୁ ଶୀତର ପ୍ରକୋପ ବଢିବ । ଚଳିତବର୍ଷ ଶୀତର ପ୍ରକୋପ ଅଧିକ ଅନୁଭିତ ହେବ ବୋଲି ଭାରତୀୟ ପାଣୀପାଗ ବିଭାଗ ସତର୍କ କରାଇ ସାରିଲେଣି । ଆମେରିକା, ୟୁରୋପୀୟ ରାଷ୍ଟ୍ର ଏବଂ ଦିଲ୍ଲୀ, କେରଳ ପରି ଯଦି ଦେଶରେ ଯଦି ପୁନଃ ସଂକ୍ରମଣ ବଢେ, ତେବେ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହେବା ସ୍ୱାଭାବିକ । ପୁନଃ ସଂକ୍ରମଣ ଯଦି ଆରମ୍ଭ ହୁଏ ଏବଂ ପରିସ୍ଥିତି ଲାଗି ରୁହେ, ତେବେ ଦେଶର ପରିସ୍ଥିତି ଯେ, କେତେ ଯେ ଭୟଙ୍କର ହେବ ତାହା ସହଜରେ ଅନୁମାନ କେରାଯାଇପାରେ । ଦେଶରେ ଦୀର୍ଘକାଳୀନ ଲକ୍ଡାଉନ୍ର ପ୍ରଭାବ ଆମେ ଅଙ୍ଗେ ଲିଭାଇଛେ । ପରିସ୍ଥିତିଯେ କେତେ ଭୟଙ୍କର ଓ ଯନ୍ତ୍ରଣାଦାୟକ, ତାହା ମନରୁ ଲିଭି ନାହିଁ । ଲକଡାଉନ୍ ଏବଂ କରୋନା ସଂକ୍ରମଣ ଯୋଗୁଁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ଥ ହୋଇପଡି ଥିବା ବେଳେ ସବୁକିଛି ଠପ ହୋଇଯାଇଛି । ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି ଆଠ ମାସ ହେଲା ସ୍କୁଲ, କଲେଜ୍ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବେକାରୀ ବଢିଛି, ଭୋକିଲାଙ୍କ ସଂଖ୍ୟା ବଢିଛି । ସ୍ୱାସ୍ଥ୍ୟ ସେବା ଦିଗହରା ମହଙ୍ଗା ମାଡରେ ଦେଶବାସୀ ଆଜି ଜର୍ଜରିତ । ଯଦି ସଂକ୍ରମଣ ବଢେ, ତେବେ ଇଂଲଣ୍ଡ, ଫ୍ରାନସ୍ ପୁନର୍ବାର ଲକ୍ଡାଉନ୍ ସୁନିଶ୍ଚିତ । ନିକଟରେ ପ୍ରଧାନମନ୍ତ୍ରୀ “ମନ କି ବାତ” କାର୍ଯ୍ୟକ୍ରମରେ ପୁନଃ ସଂକ୍ରମଣ ହେଲେ ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ଗ୍ରହଣ ପାଇଁ ସୂଚନା ଦେଇଛନ୍ତି । ଏହା ସତ୍ୟ ଯେ, କରୋନା ମୁକାବିଲା ପାଇଁ ଭାରତ ସମେତ ସମଗ୍ର ବିଶ୍ୱ ପ୍ରୟାସ ଜାରି ରଖିଥିବା ବେଳେ ବର୍ତମାନ ସୁଦ୍ଧା କେହି ସଫଳ ହୋଇନାହିଁନ୍ତି । ତେଣୁ ଏପରି କ୍ଷେତ୍ରରେ କୋଭିଡ-୧୯ ନିୟମ କଡାକଡି ଭାବେ ପାଳନ ଆମ ପାଇଁ ଆମ ପାଇଁ ଏକମାତ୍ର ପ୍ରତିଷେଧକ । ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗତବର୍ଷ ଏହି ଶୀତ ଦିନରେ ଚୀନର ଉହ୍ୱାନ” ସହରରେ ଜନ୍ମ ନେଇଥିବା କରୋନା ଭୂତାଣୁ ଚୀନରେ ଲୋକ ପାଇଯାଇଛି । କେବଳ କିପରି ପଦକ୍ଷେପ ଓ ନିୟମ ଯୋଗୁଁ ଚୀନ, ଦକ୍ଷିଣ କୋରିଆ ପରି ରାଷ୍ଟ୍ରରେ କରୋନା ଆତଙ୍କ ଆଉ ନାହିଁ । ତେଣୁ କୋଭିଡ ନିୟମ ପାଳନ ଆମ ପାଇଁ ଏକ ବ୍ରତ ହେବ ଜରୁରୀ । ସର୍ବଦା ମାସ୍କ ପରିଧାନ, ସାମାଜିକ ଦ୍ୱରତା ରକ୍ଷା, ବାରମ୍ବାର ହାତ ଧୋଇବା ଏବଂ ଭିଡକୁ ଏଡାଇବା ଲାଗି ସଂକଳ୍ପ ନେବା, ଟିକା ବାହାରିବା ପର୍ଯ୍ୟନ୍ତ ଏହାକୁ ଆମେ ବ୍ରତ ଭାବେ ଗ୍ରହଣ କରିବା ଜରୁରୀ ।ଅନ୍ୟଥା ଢିଲା କଲେ ଭେଳା ବୁଡିବ ।