ବର୍ଷାର କମାଲ

ରାଜ୍ୟର ସର୍ବ ବୃହତଃ ରୂପେ ପରିଚିତ ମହାଦନୀ ଶୁଖିଯିବ ବୋଲି ଏକଦା ସମଗ୍ର ଓଡ଼ିଶାବାସୀ ଉଦ୍ବିଗ୍ନ ପ୍ରକାଶ କରିଥିଲା ବେଳେ ୨୦୨୦ ଅଗଷ୍ଟ ୨୯ ତାରିଖର ସ୍ଥିତି ଏହାଠାରୁ ସମ୍ପୁର୍ଣ୍ଣ ଅଲଗା ରହିଛି । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିବା ଆଶଙ୍କା କ୍ରମଶଃ ଦୃଢିଭୁତ ହେବାରେ ଲାଗିଛି । ସୂଚନାଯୋଗ୍ୟ ୨୭ ଓ ୨୮ ତାରିଖରେ ମହାନଦୀର ଉପର ମୁଣ୍ଡରେ ୧୦୧.୨୨ ମିଳିମିଟର ଏବଂ ତଳ ମୁଣ୍ଡରେ ୨୭.୨୫ ମିଳିମିଟର ବର୍ଷା ହୋଇଛି । ଉପର ମୁଣ୍ଡରେ ଥିବା ରାଜ୍ୟ ଛତିଶଗଡ଼ରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ହିରାକୁଦ ଜଳ ଭଣ୍ଡାରକୁ ପ୍ରବଳ ବନ୍ୟା ଜଳ ପ୍ରବେଶ କରିଛି । ପ୍ରତି ସେକେଣ୍ଡରେ ୭ ଲକ୍ଷ ୭୦ ହଜାର ୮୪୪ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ଏହାର ନିଷ୍କାସନ ଲାଗି ଳଜ ଭଣ୍ଡାରର ରୁଲ୍ କର୍ଭ ଅନୁଯାଇ ଅଧିକ ଫାଟକ କରାଯାଇଛି । ଶୁକ୍ରବାର ସକାଳ ସୁଦ୍ଧା ୨୦ଟି ଫାଟକ ଖୋଲାଯାଇଥିଲା ବେଳେ ଛତିଶଗଡ଼ ପଟୁ ଏହି ଜଳ ଭଣ୍ଡାରକୁ ପୁର୍ବାପେକ୍ଷା ପ୍ରାୟ ୧ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ଅଧିକ ପ୍ରବେଶ କରୁଥିବାରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆଉ ୨୦ଟି ଫାଟକ ଖୋଲାଯାଇଛି । ମୋଟ ୬୧ ଫାଟକ ମଧ୍ୟରୁ ୪୬ ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଥିଲା ବେଳେ ହୀରାକୁଦ ବନ୍ଧର ସର୍ବୋଚ ଜଳ ଧାରଣ କ୍ଷମତା ହେଉଛି ୬୩୦ ଫୁଟ । ଶୁକ୍ରବାର ସନ୍ଧା ସୁଦ୍ଧା ହୀରାକୁଦରେ ଜଳସ୍ତର ୬୨୫.୨୫ ଫୁଟକୁ ପହଂଚିଛି । ମିଳୁଥିବା ସୂଚନା ଅନୁଯାୟୀ ଖୋଲାଯାଇଥିବା ଫାଟକର ସଂଖ୍ୟା ମୋଟ୍ ୪୦ଟିରେ ପହଂଚିଥିଲା ବେଳେ ମୋଟ୍ ସଂଖ୍ୟା ଏଠାରେ ପ୍ରତି ସେକେଣ୍ଡରେ ୪୧୧୯୮୩ କ୍ୟୁସେକ ଜଳ ବାହାରୁଛି । ଏଗୁଡ଼ିକ ସମିଶ୍ରଣ ହେବା ପରେ ମୁଣ୍ଡୁଳି ବ୍ୟାରେଜ ପାଖରେ ଆଜି ପ୍ରାୟ ୭ ଲକ୍ଷ ୩୬ ହଜାର କ୍ୟୁସେକ ଜଳ ଆସିବା ସହିତ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡୁଳି ଦେଇ ରବିବାର ସୁଦ୍ଧା ପ୍ରବାହିତ ହେବ ବୋଲି କୁହାଯାଉଥିବାରୁ ଏଠରେ ମଧ୍ୟମକାଳିନ ବନ୍ୟା ଆଶଙ୍କା ଦେଖା ଦେଇଛି । ତେବେ ସେ ଯାହାହେଉ ନା’ କାହିଁକି, ଛତିଶଗଡ଼ରେ ଲଗାଣ ବର୍ଷା ଯୋଗୁ ମହାନଦୀରେ ପୂଣି ବନ୍ୟା ଆସିବା ସୂଚାଇ ଦିଏ ଯେ, କେଉଁଠି ନା’ କେଉଁଠି ମହାନଦୀ ସୁଖିବା ଓ ଏଥିରେ ବନ୍ୟା ଆସିବା ନେଇ ଏହି ନଦୀର ଭବିଷ୍ୟତ ସମ୍ପ୍ରତି ଲୋକମାନଙ୍କ ହାତରେ ରହିଛି ଓ ସେମାନେ ଚାହିଁଲେ, ବିନା ବାଧାବିଘ୍ନରେ ଉକ୍ତ ନଦୀ ଜଳକୁ ଅଧିକରୁ ଅଧିକ କାର୍ଯ୍ୟରେ ଲଗାଇପାରିବେ ।

Comments (0)
Add Comment