ବିକଳ୍ପ ଚିନ୍ତା କର

ପ୍ରାଣଘାତି କରୋନା ଭୁତାଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ଗତ ୬ମାସରୁ ଉଦ୍ଧ୍ୱର୍ ସମୟ ଧରି ରାଜ୍ୟ ସରକାରଙ୍କ ସମସ୍ତ ସତର୍କତା ଏବଂ ପ୍ରତିସେଧକ ପଦକ୍ଷେପ ସତ୍ୱେ ଏବେ ସଂକ୍ରମଣ ଦିନକୁ ଦିନ ଯେପରି ନିଜର କାୟା ବିସ୍ତାର କରିଚାଲିଛି, ତାହା କେବଳ ଆତଙ୍କର ବାତାବରଣ ସୃଷ୍ଟି କରିନାହିଁ, ଉଭୟ ସରକାର ଓ ଜନସାଧାରଣଙ୍କ ନିଦ ହଜାଇ ଦେଲାଣି । ପ୍ରବାସୀ ଶ୍ରମିକ ଗତ ମେ’ମାସରେ ଫେରିବା ପରେ କୁହାଯଇଥିଲାଯେ, ଜୁନ ମାସ ଚ୍ୟାଲେ ପୂର୍ଣ୍ଣହେବ । ମାତ୍ର କେବଳ ଜୁନ ନୁହେଁ, ଜୁଲାଇ ଓ ଅଗଷ୍ଟ ମାସରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ଯେପରି ବଢିଚାଲିଛି । । ନିକଟ ଭବିଶ୍ୟତରେ କରୋନାର ପ୍ରଦୁର୍ଭାବ ଯେ, ନିୟନ୍ତ୍ରଣକୁ ଆସିବ, ତାହା ଚିନ୍ତା କରିବା ବୃଥା । ଗତ ଶୁକ୍ରବାର ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତ ପୁର୍ବର୍ର୍ ରେକର୍ଡ ଭାଙ୍ଗି କରି ୨୮୯୮ରେ ପହଞ୍ଚିଥିଲା । କେବଳ ଅଗଷ୍ଟ ମାସରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହାରାହାରି ୨୦୦୦ ଉପରେ ରହିଛି । କେବଳ ସଂକ୍ରମିତ ନୁହେଁ, ଅଗଷ୍ଟ ମାସ ମଧ୍ୟ ମୃତ୍ୟୁ ସଂଖ୍ୟାରେ ରେକର୍ଡ ସୃଷ୍ଟି କରିଛି । ଅଗଷ୍ଟରେ ଦୈନିକ ମୃତ୍ୟୁ ସଂଖ୍ୟା ୧୦ ଉପରେ ରହିଥିବା ବେଳେ କେବଳ ଏଇ ମାସରେ ବର୍ତମାନ ସୁଦ୍ଧା ୨୨୩ଜଣଙ୍କର ମୃତ୍ୟୁ ଘଟିଲାଣି । ଗତ ଏପି୍ରଲ ମାସରେ ରାଜ୍ୟରେ ପ୍ରଥମ କରୋନୋ ମୃତୁ୍ୟ ଘଟିଥିବା ବେଳେ ବର୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୪୦୦ ଟପିଗଲାଣି । ସେହିପରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪ହଜାର ଟପିଗଲାଣି । କେବଳ ଏତିକି ନୁହେଁ, ଏବେ ସ୍ଥାନୀୟ ଆକ୍ରନ୍ତଙ୍କ ସଂଖ୍ୟା କିଛି କମ୍ ନୁହେଁ, ଯାହାକି ବାସ୍ତବିକ ଚ୍ୟାଲେ ପୂର୍ଣ୍ଣ ରହିଛି ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । କାରଣ କ୍ୱାରେନଟାଇନ ବା ସଙ୍ଗରୋଧ ବ୍ୟବସ୍ଥା ବାହାରେ ସଂକ୍ରମିତଙ୍କ ସଂଖ୍ୟା ବଢିଲେ, ଚିକିତ୍ସକ ବା ସରକାର ଏକ୍ଷେତ୍ରରେ କିଛି କରିପାରିବେ ନାହିଁ । ଉଲ୍ଲେଖଯୋଗ୍ୟଯେ, ରାଜ୍ୟରେ ଏବେ ଦୈନିକ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ହାରାହାରି ୧ହଜାର ଉପରେ ରହିଛି । ଯାହାକି ଗୋଷ୍ଠୀ ସଂକ୍ରମଣ ଠାରୁ କିଛି କମ୍ ନୁହେଁ ବୋଲି କୁହାଯାଇପାରେ ।
କହିବା ବାାହୁଲ୍ୟଯେ, କରୋନା ଯୋଦ୍ଧାଭାବେ ପରିଚିତ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ, ପୋଲିସ, ସାମ୍ବାଦିକ ଓ ଅଗ୍ନିସମ କର୍ମଚାରୀ କରୋନା କବଳରୁ ମୁକ୍ତ ନୁହନ୍ତି । ସଂକ୍ରମଣ ଯେଉଁଭଳି କାୟା ବିସ୍ତାର କରିଚାଲିଛି, କୁହାଯାଉଛିଯେ ଖୋଦ, ଡାକ୍ତର ରୋଗୀ ଚିକିତ୍ସା କରିବାକୁ ଭୟ କଲେଣି । କେବଳ କରୋନା ଆକ୍ରାନ୍ତ ନୁହେଁ, ସାଧାରଣ ରୋଗୀଙ୍କୁ ମଧ୍ୟ ଡାକ୍ତରଖାନାରେ, ଡାକ୍ତର ସେବିକା ଚିକିତ୍ସା ନକରି ଫେରାଇଦେଇଥିବା ଅଭିଯୋଗ ହେଲାଣି । ସାଧାରଣ ରୋଗୀ ଚିକିତ୍ସା ନପାଇ ବାରଦୁଆର ହେବା ପରେ ଶେଷରେ ମୃତ୍ୟୁ ମୁଖରେ ପଡିବା ସାର ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥା ଉଦ୍ବେଗଜନକ ଘଟଣା ହେଉଛି ଗତ ୮ତାରିଖ ସୁଦ୍ଧା ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦, ୦୦୦ ଏବଂ ମୃତକଙ୍କ ସଂଖ୍ୟା ୨୪୭ ଥିବା ବେଳେ ଏବେ ମାତ୍ର ୧୫ଦିନ ମଧ୍ୟରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢି ଦ୍ୱିଗୁଣିତ ହୋଇଗଲାଣି । ଏଥିରୁ ରାଜ୍ୟରେ ସଂକ୍ରମଣ ହାର କିପରି କାୟା ବିସ୍ତାର କରିଚାଲିଛି, ତାହା ବେଶ ଅନୁମାନ କରାଯାଇପାରେ । ଖୋଦ ରାଜଧାନୀର ସ୍ଥିତି ଏବେ ଅସମ୍ଭାଳ । ଦୈନିକ ସଂକ୍ରମଣରେ ରାଜଧାନୀ ଭୁବନେଶ୍ୱର ଏବେ ଶୀର୍ଷରେ । ଉଲ୍ଲେଖ୍ୟ ଯୋଗ୍ୟଯେ, ଗତ ୧ମାସ ଧରି ଗାମଜିଲ୍ଲା ଶୀର୍ଷରେ ରହିବା ପରେ ଏବେ ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଶୀର୍ଷରେ ରହିଛି । ସଙ୍ଗରୋଧ ବାହାରେ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବଢିଚାଲିଛ, ତାହା ପ୍ରଶାସନ ଓ ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ । ରାଜଧାନୀ ସମେତ ରାଜ୍ୟର ୧୦ଟି ଜିଲ୍ଲାରେ ସଂକ୍ରମଣ ତଥା କରୋନା ରୋଗୀଙ୍କ ସଂଖ୍ୟା କେବଳ ୨୪ପ୍ରତିଶତ ଥିବା ବେଳେ ଅନ୍ୟ ୨୦ଟି ଜିଲ୍ଲାରେ ଜନବହୁଳ ଉପକୁଳବର୍ତୀ ଜିଲ୍ଲାଗୁଡିକରେ ଦୈନିକ ସଂକ୍ରମଣ ହାରାହାରି ୧ଶତକ ଉପରେ । ସଂକ୍ରମଣର ହାର ନିକଟରେ ରାଜ୍ୟ ସରକାରଙ୍କର ସମସ୍ତ ସତର୍କତା ମୂଳକ ପ୍ରଚେଷ୍ଟା ।
ପଦକ୍ଷେପ ଏକ ପ୍ରକାର ହାରମିନିଛି ବୋଲି କୁହାଯାଇ ପାରେ । ଏହା ସତ୍ୱେ ଆଶ୍ୱସ୍ତି ଏହା ଯେ, ରାଜ୍ୟରେ ଆରୋଗ୍ୟ ହାର ଜାତୀୟ ହାର ଠାରୁ ଅଧିକ ରହିଛି । ସେହି କରୋନା ମୁକାବିଲା ଓ ପରିଚାଳନା କ୍ଷେତ୍ରରେ ଦେଶର ୬ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡିଶା ରହିଛି । କରୋନା ଭୁତାଣୁ ମୁକାବିଲା କ୍ଷେତ୍ରରେ ଦେଶରେ ପଥ ପ୍ରଦର୍ଶନ ସାଜିଥିବା ଓଡିଶାରେ ଯେପରି ସଂକ୍ରବଣ ବଢିଚାଲିଛି, ସରକାରଙ୍କୁ ବିକଳ୍ପ କୌଶଳ ସଂପର୍କରେ ଚିନ୍ତା କରିବାକୁ ସମୟ ଏବେ ଆସିଛି ।

Comments (0)
Add Comment