ବିହାରରେ କିଏ

ବିହାର ବିଧାନସଭା ନିର୍ବାଚନ ଶେଷ ହୋଇଛି । ମୋଟ୍ ୨୪୩ଟି ଆସନ ଲାଗି ଭୋଟ ଦାନ ସମାପ୍ତ ହୋଇଥିଲା ବେଳେ ପ୍ରାର୍ଥୀ ଓ ଦଳ ତଥା ମେଂଟର ରାଜନୈତିକର ଭବିଷ୍ୟତ ଇଭିଏମ୍ ଭିତରେ ବନ୍ଦ ହୋଇଛି । ଚୂଡାନ୍ତ ଫଳାଫଳ ୧୦ ତାରିଖରେ ମତଗଣନା ସହ ପ୍ରକାଶ ପାଇବ ତେବେ ମତଦାନ ସମାପ୍ତ ହେବା ସହିତ ଶନିବାର ସନ୍ଧ୍ୟାରୁ ଅନେକ ଟିଭି ଚ୍ୟାନେଲ ଓ ସର୍ବେକ୍ଷଣ ସଂସ୍ଥା ଏକଜିଟ ପୋଲ୍ ମତାମତ ପ୍ରକାଶ କରିଥିଲା ବେଳେ ଅଧିକାଂଶରେ ଏଥର ମତାମତ ପୂର୍ବ ନିର୍ବାଚନ ତୁଳନାରେ ଭିନ୍ନ ରହିଛି । ନିତିଶ କୁମାରଙ୍କ ନେତ୍ୱତରେ ଏନଡିଏ ଏବଂ ତେଜସ୍ୱିୀ ଜାଦବଙ୍କ ନେତ୍ୱତା ଧିନ ମହାମେଂଟ ଏବଂ ଚିରାଗ ପାଶ୍ୱାନଙ୍କ ଲୋକଜନଶକ୍ତି ପାଟି ଓ ଅନ୍ୟାନ ସ୍ୱାଧିନ ପ୍ରାର୍ଥୀ ଏଥର ନିର୍ବାଚନ ମଇଦାନରେ ଥିଲା ବେଳେ ଏକଜିଟ ପୋଲ ଏହା ଜାଣିବାକୁ ମିଳିଛି ଯେ, ଆରଜେଡି, କଂଗ୍ରେସ ଓ ବାମଦଳକୁ ନେଇ ଗଠିତ ମହାମେଂଟର ନେତୃତ୍ୱ ଏହି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏବେ ଗୋଖାଦ୍ୟ ଦୁର୍ନିତି ମାମଲାରେ ଜେଲ୍ ଭୋଗୁଥିଲା ବେଳେ ତାଙ୍କ ମଝିଆଁ ପୁଅ ତେଜସ୍ୱୀ ଯାଦବ ନେଇଥିବାରୁ ଓ ଏଥର ନିର୍ବାଚନ ବେଳେ ସେ ଅନେକ ପ୍ରତିଶ୍ରୂତି ବେକାର ଯୁବକଯୁବତୀମାନଙ୍କୁ ଦେଇଥିବାରୁ ସରକାର ଗଠନ ଲାଗି ଆବଶ୍ୟକ ପଡୁଥିବା ମ୍ୟାଜିକ ଅଙ୍କ ତାଙ୍କୁ ମିଳିବା ସମ୍ଭାବନା ଅଧିକ । ଯଦି ସଂଖ୍ୟାଗରିଷ୍ଟତା ହାସଲ କରିବାରେ ସେ ସମର୍ଥ ହୁଅନ୍ତି, ତେବେ ବିହାର ରାଜନୀତିର ପଶାପାଲି ସମ୍ପୁର୍ଣ୍ଣ ରୂପେ ବଦଳିଯିବା ବିଚିିତ୍ର ନୁହେଁ । ତେଜସ୍ୱୀଙ୍କ ନେତୃତ୍ୱ ପଛରେ ଏକର ଯଦି ରାଜ୍ୟବାସୀଙ୍କ ସମର୍ଥନ ମିଳେ ତେବେ ତାଙ୍କୁ ପ୍ରଥମ ଧାଡିର ନେତା ରୂପେ ସ୍ୱୀକୃତି ମିଳିବା ସହ ଦୀର୍ଘବର୍ଷ ଧରି ଆଗଧାଡିର ନେତା ବୋଲାଉଥିବା ଲାଲୁ ଯାଦବ ଓ ନୀତିଶ କୁମାର ପଛଧାଡିକୁ ଚାଲିଯିବା କିମ୍ବା ରାଜନୀତିରୁ ସବୁଦିନ ପାଇଁ ସନ୍ମ୍ୟାସ ନେବା ସମ୍ଭାବନା ଅଧିକ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରଦାନ କରୁଛନ୍ତି । ଦୀର୍ଘ ଦେଢ଼ ଦଶନ୍ଧି ଧରି ଆସନରେ ବସି ବିହାର ଶାସନକୁ ନିୟନ୍ତଣ କରୁଥିବା ନିତିଶ କୁମାର ଏବେ ବାଧ୍ୟ ହୋଇ ନେତୃତ୍ୱ ପରିବର୍ତନ କରିବା ବିଚିତ୍ର ନୁହେଁ । କିନ୍ତୁ ଅଧିକାଂଶ ଏକଜିଟ୍ ପୋଲ ଉପରୋକ୍ତ ମତ ପ୍ରଦାନ କରିଥିଲା ବେଳେ ଆଉ କେତେକ ସର୍ବେକ୍ଷଣ ସଂସ୍ଥାଙ୍କ ମତ ହେଲା, ଏଥର ବିହାରରେ ଝୁଲା ବିଧାନସଭା ହେବା ବିଚିତ୍ର ନୁହେଁ । କିନ୍ତୁ ତିନି ଭାଗ ଏକଜିଟ ପୋଲ ଗ୍ରାହଣ କାରିଙ୍କ ମତାଅନୁଯାୟୀ ଏଥର ଏନଡିଏଠାରୁ ମହାମେଂଟ ୨୦ରୁ ଅଧିକ ଆସନ ପାଇପାରେ ଏଠାରେ ପାଠକମାନଙ୍କ ଜାଣିବା ପାଇଁ ଆମେ କେତେକ ଏକଜିଟ ପୋଲ ମତ ଉଦ୍ଧାର କରୁଛୁ । ଇଟିଜି ଏକଜିଟ ପୋଲରେ ମହାମେଂଟ (ଆଜେଡି, କଂଗ୍ରେସ ଓ ବାମଦଳକୁ ନେଇ ଗଠିତ) ଏଥର ଏନଡିଏ (ଜେଡିୟୁ ଓ ବିଜେପିକୁ ନେଇ ଗଠିତ) ଠାରୁ ୬ଟି ଆସନ ଅଧିକା ଥାଇପାରେ । ଏନଡିଏକୁ ୧୧୪ ଓ ମହାମେଂଟକୁ ୧୨୦ ଆସନ ମିଳିବା ସମ୍ଭାବନା ଅଧିକ । ସେହିପରି ଏନଡିଏରୁ ବାହାରିଯାଇ ଏକାକି ନିର୍ବାଚନ ଲଢୁଥିବା ଏଲଜେପିକୁ ୩ଟି ଓ ଅନ୍ୟମାନଙ୍କୁ ୬ଟି ଆସନ ମିଳିପାରେ ବୋଲି ଆକଳନ କରାଯାଇଛି । ସେହିଭଳି ଟିଭି-ନ ଭାରତ ବର୍ଷ ଏକିଜିଟ ପୋଲ ରିପୋଟରେ ଏନଡିଏ ୧୧୫, ମହାମେଂଟ ୧୨୦, ଏଲଜେପି ୪ ଓ ଅନ୍ୟମାନେ ୪ଟି ଆସନ ପାଇବା କଥା ପୂର୍ବାନୁମାନରେ କୁହାଯାଇଛି । ରିପବ୍ଲିକ୍ ଜନ-କି-ବାତ୍ ସଭେରେ ଏନଡିଏକୁ ୯୧ରୁ ୧୧୭, ମହାମେଂଟକୁ ୧୨୦, ଏଲଜେପିକୁ ୧ରୁ ୩ ଓ ଅନ୍ୟମାନଙ୍କୁ ୩ରୁ୬ ଆସନ ମିଳିବା ଆଶାରହିଛି ବୋଲି ଆକଳନ କରାଯାଇଛି । ଏବିପି-ସି ଭୋଟର ସେର୍ଭ ଅନୁଯାୟୀ ମହାମେଂଟକୁ ୧୨୦, ଏନଡିଏକୁ ୧୦୪ରୁ ୧୨୮, ଏଲଜେପିକୁ ୧ରୁ୩ ଓ ଅନ୍ୟମାନଙ୍କୁ ୪ରୁ୮ ଆସନ ମିଳିପାରେ ବୋଲି କୁହାଯାଇଛି । ଟାଇମ୍ସ ସି ଭୋଟର ପକ୍ଷରୁ ମହାମେଂଟ ୧୨୦, ଏନଡିଏ ୧୧୬, ଏଲଜିପି ୧ ଓ ଅନ୍ୟମାନେ ୬ଟି ଆସନ ପାଇପାରନ୍ତି । ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଇଣ୍ଡିଆ ମାଇଁ ଆକ୍ସିସ ପକ୍ଷରୁ ସର୍ଭେ ଅନୁଯାୟୀ ଭୋଟରଙ୍କ ମଧ୍ୟରୁ ୪୪ ପ୍ରତିଶତ ତେଜସ୍ୱୀ ଯାଦବ,୩୫ ପ୍ରତିଶତ ନିତିଶ କୁମାରଙ୍କୁ ଓ ୭ ପ୍ରତିଶତ ଚିରାଗ ପାଶ୍ୱାନଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବାକୁ ଚାହାନ୍ତି ବୋଲି ମତ ପ୍ରଦାନ କରିଛନ୍ତି । ଦଳଗତ ଆସନ ସର୍ଭେରୁ ଜି ନୁ୍ୟଜ ମହାଏକଜିଟ ପୋଲ ଅନୁଯାଇ ଏଥର ବିଜେପି ୬୬ ଓ ଜେଡିୟୁ ୩୮ରୁ ୪୬, ଆରଜେଡି ୮୧ରୁ ୮୯, କଂଗ୍ରେସ ୨୧ରୁ ୨୯ ଓ ଏଲଜେପିକୁ ୨ଟି ଆସନ ମିଳିପାରେ । ଟାଇମ୍ସ-ସି ପକ୍ଷରୁ ବିଜେପି ୭୦, ଜେଡିୟୁ ୪୨, ଏଲଜେପି ୨, କଂଗ୍ରେସ ୨୫ ଆଜେଡି ୮୫ ଆସନ ପାଇପାରନ୍ତି । କିନ୍ତୁ ଚାଣକ୍ୟ ଏକଜିଟ ପୋଲ ପୂର୍ବାନୁମାନ କହୁଛି, ମହାମେଂଟକୁ ୧୮୮ ଅସନ ମିଳିପାରେ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଏକଜିଟ ପୋଲ ପୂର୍ବାନୁମାନ ସବୁ ସମୟରେ ସତ ହୋଇନଥାଏ । ତେଣୁ ବାସ୍ତବରେ କେଉଁ ଦଳ କେତେ ଆସନ ପାଇବ ଓ ଏଥର ଝୁଲା ବିଧାନସଭା ହେବକି ନା’, ମହାମେଂଟ ଓ ଏନଡିଏ ପକ୍ଷରୁ କିଏ ସରକାର ଗଡିବାକୁ ମ୍ୟାଜିକ ଅଙ୍କ ହାସଲ କରିବ, ତାହା କେବଳ ୧୦ ତାରିଖ ଦିନ ଜଣା ପଡିବ । କିନ୍ତୁ ଗୋଟିଏ କଥା ସତ ଯେ ଉତର ପ୍ରଦେଶରେ ଅଖିଲେଶ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ଯେପରି ମୁଲାୟମ ଘରେ ରହିଲେ ସେହିପରି ତେଜସ୍ୱୀ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଲାଲୁ-ଯୁଗର ପରିସମାପ୍ତି ଘଟିବ ।

Comments (0)
Add Comment