ବୈଷ୍ଣବଙ୍କ ପାଇଁ ଚ୍ୟାଲେଞ୍ଜ

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ)ରୁ ରାଜନେତା ତଥା ନବ ନିଯୁକ୍ତି କେନ୍ଦ୍ର ରେଳବାଇ, ଟେଲି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପ୍ରଶାସନିକ ଏବଂ କର୍ପୋରେଟ ଜଗତରେ ତାଙ୍କର ଦକ୍ଷତା, ପାରଦର୍ଶିତା ପାଇଁ ବହୁ ସୁନାମର ଅଧ୍ୟକାରୀ ହୋଇଛନ୍ତି । ଏବେ ଭାରତର ଜଣେ ମନ୍ତ୍ରୀ ଭାବେ ଯେଉଁ ଯେଉଁ ବିଭାଗର ବାୟିତ୍ୱ ବହନ କରିଛନ୍ତି, ତାହା ତାଙ୍କର ନେତୃତ୍ୱ ପ୍ରତି ଏକ ଆହ୍ୱାନ ବୋଲି ନିସଂଦେହରେ କୁହାଯାଇପାରିବ । ଏହା ନିଶ୍ଚିତ ଯେ, ସେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିବା ତିନି ବିଭାଗ ସୁପର ବିଭାଗ ଭାବେ ପରିଚିତ । ଯେଉଁ ବିଭାଗ ଗୁଡିକ ଏବେ ସଂସ୍କାର ଯୋଗୁଁ କ୍ଷତବିକ୍ଷତ ବୋଲି କୁହାଯାଇପାରେ । ଦେଶର ତିନି ସୁପର ବିଭାଗ ରେଳବାଇ, ଟେଲିଯୋଗାଯୋଗ ଏବଂ ପ୍ରଯୁକ୍ତି ବିଦ୍ୟା (ଆଇଟି) କ୍ଷେତ୍ର କ୍ଷତିରେ ଚାଲିଥିବା କାହାରିକୁ ବୋଧହୁଏ ଅଛପା ନାହିଁ । ଏଥି ମଧ୍ୟରୁ ଦୁଇ ବିଭାଗ ରେଳବାଇ ଓ ଟେଲି ଯୋଗାଯୋଗ ବିଭାଗକୁ ପୁନରଦ୍ଧାର କରିବା ପାଇଁ ଅତୀତରେ ଯେଉଁମାନେ ଦାୟିତ୍ୱ ନେଇଥିଲେ, ସେମାନଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞାତା ବିଫଳ ହୋଇଛି । ଏ କ୍ଷେତ୍ରରେ ପୂର୍ବତନ ରେଳବାଇ ମନ୍ତ୍ରୀ ସୁରେଶ ପ୍ରଭାଙ୍କୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରେ ଉଲେଖ କରାଯାଇ ପାରେ ଯେ, ଅଭିଜ୍ଞ ରାଜନେତା ଶ୍ରୀ ଲାଲୁ ପ୍ରସାଦ ଯାଦବ କେବଳ ରେଳବାଇକୁ ଲାଭ ଜନକ ସଂସ୍ଥାରେ ପରିଣତ କରିପାରି ଥିବା ବେଳେ ତାଙ୍କ ପରବର୍ତୀ କାଳରେ ରେଳବାଇ ଏକ ରୁଗଣ ସଂସ୍କାରେ ପରିଣତ ହୋଇଛି ବୋଲି କହିଲେ ହୁଏତ ଭୁଲ ହୋଇ ନ ପାରେ । କହିବା ବାହୁଲ୍ୟ ଯେ, ୨୦୧୪ ପରଠାରୁ ରେଳବାଇ ବ୍ୟୟ ବୃଦ୍ଧି ବଢ଼ି ଚାଲିଥିବା ବେଳେ କ୍ଷତିଗ୍ରସ୍ତ ସଂସ୍କାରେ ପରିଣତ ହୋଇଛି । ସ୍ଥିତି ଏପରି ହୋଇଛି ଯେ, ୨୦୨୦-୨୧ରେ ବଜେଟ ବ୍ୟୟ ଅଟକଳ ଠାରୁ ରାଜସ୍ୱ ୮୦ ହଜାର କୋଟି ଟଙ୍କା ନିଅଂଟ ହୋଇଥିଲା । ୨୦୧୫ ଦେବ୍ରେୟେ କମିଟି ରେଳବାଇର ଘରୋଇ କରଣ ପାଇଁ ସୁପାରିଶ କରିଥିବା ବେଳେ ୨୦୧୭ରେ କ୍ୟବିନେଟ ଏହାକୁ ଅନୁମେଦନ କରିଥିଲେ । ଏହା ସତ୍ୟ ଯେ, ମହାମାରୀ କୋରୋନାର ପ୍ରଭାବରେ ରେଳବାଇ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । କ୍ଷତିର ଭରଣ ପାଇଁ ଭାରତୀୟ ରେଳବାଇ ପକ୍ଷରେ ଆଉ ସମ୍ଭବ ହୋବ କି ନାହିଁ, ତାହା କହିବା ମୁସ୍କୁଲି । ମହାମାରୀ ଯୋଗୁଁ ଦେଶରେ ରେଳ ଚଳାଚଳ ବର୍ତମାନ ସୁଦ୍ଧା ସ୍ୱାଭାବିକ ହୋଇନାହିଁ । ରେଳବାଇର ଏପରି ଏକ ଦୁର୍ଦ୍ଧିନ ସମୟରେ ଶ୍ରୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ଏକ ଚ୍ୟାଲେଜ, ଏଥିରେ ସଂଦେହ ନାହିଁ । ସେହିପରି ଟେଲି ଯୋଗାଯୋଗ ବିଭାଗର ଅବସ୍ଥା ମଧ୍ୟ ଅନୁରୁପ । ଦେଶରେ ଏବେ ଦୁଇ ଅପରେଟର ଜିଏ ଓ ଏୟାର ଟେଲ ବଜାରରେ ପ୍ରତିଯୋଗିତା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିବା ବେଳେ ଭାରତ ସରକାରଙ୍କ ନିୟନ୍ତ୍ରଣାଧୀନ ବିଏସଏନଏଲ ଏବେ ରୁଗଣ ତଥା ଦରାଜୀର୍ଣ୍ଣ ସ୍ଥିତିରେ ପହଁଚିଥିବା ବେଳେ ରୋଷପୋଂନ ଆଇଡିଆର ସ୍ଥିତି ଟଳମଳ ଅବସ୍ଥାରେ ରହିଛି, ନିଜର ସ୍ଥିତି ଦାହିର ପାଇଁ ଏବେ ସେମାନେ ସଂଘର୍ଷରତ । ଟେଲି ଯୋଗାଯୋଗ କ୍ଷେତ୍ରରେ ବିଶ୍ୱରେ ଅଗ୍ରଗତ ଅବିଶ୍ୱାସନୀୟ ସ୍ଥିତିରେ ପହଁଚିଥିବା ବେଳେ ବିଏସଏନଏଲ ବର୍ତମାନ ସୁଦ୍ଧା ୫ଜି ସ୍ପେ୍ରକ୍ରୁମ ଆରମ୍ଭ କରିପାରି ନାହିଁ । ସୂଚନା ଯୋଗ୍ୟ ଯେ, ଗତ ୧୦ ବର୍ଷ ମଧ୍ୟରେ ଏହି କ୍ଷେତ୍ର ଗୋଟିଏ ନୂତନ ଟେଲିକମ୍ ଅପରେଟର ଦେଖିନାହିଁ । ଏହା ନିଶ୍ଚିତ ଯେ, ଟେଲିକମ୍ କ୍ଷେତ୍ର ପାଇଁ ଏବେ ଦୃଢ଼ ନୂତନ ନୀତିର ଆବଶ୍ୟକତା ରହିଛି । ଆଇଟି କ୍ଷେତ୍ର ମଧ୍ୟ ବହୁ ଖାଲେଶର ସମ୍ନୁଖୀନ । ଟ୍ୱିଟର ଯୋଗୁଁ ପୂର୍ବତନ ମନ୍ତ୍ରୀ ତଥା ଅଭିଦ୍ଧୀ ନେଇ ବିଶରତ ରବିଶଙ୍କର ପ୍ରସାଦ ବିବାଦୀୟ ହୋଇ ପଡିବା ସହ ମନ୍ତ୍ରିମଣ୍ଡଳରୁ ବିବାଦ ନେଇଛନ୍ତି । ଶ୍ରୀ ବୈଷ୍ଣବ ଆଇଟି ବିଭାଗର ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟର ଭାରତରେ ଆଇନ ମାନିବାକୁ ହେବ ବୋଲି କୁହାଯାଇପାରେ । ସାମାଜିକ ମିଡିଆକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ମଧ୍ୟବର୍ତୀ ନିୟମ ମାନୁନ (ଗାଇଡ ଲାଇନ) ଏବେ ଅଦାଲତର ବିଚାରାଧୀନ । ଯାହାକି ବ୍ୟକ୍ତିର ଗୋପନୀୟତା ଓ ବାକ୍ ସ୍ୱାଧୀନତାକୁ ଖାଲେଶ କରୁଛି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରାୟନ ପରଠାରୁ କଳାଧନ ରୋକିବା ପାଇଁ ଡିଜିଟାଲ ଇକୋନୋମୀ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ଏହା ନିଶ୍ଚିତ ଯେ, ଡିଜିଟାଲ ଇକୋନୋମୀ ନୂତନ ଅଭିମୁଖ୍ୟ ଭାବନା ଆବଶ୍ୟକ କରେ । ଏହା ସତ୍ୟ ଯେ, ଯୁଦ୍ର ଲହଡି ଭାର ଜଳ ମଧ୍ୟରେ ୩ଟି ନୌକାର ନାବିକ ଭାବେ ଶ୍ରୀ ବୈଷ୍ଣବ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ତାଙ୍କୁ ତାଙ୍କର ଦୁର୍ଜୟ ଦକ୍ଷତା ପ୍ରଦର୍ଶନ କରିବାକୁ ହେବ । ସେହିପରି କେବଳ ଏତିକି ନୁହେଁ, ଓଡ଼ିଶାରୁ ଶାସକ ବିଜୁ ଜନତା ଦଳ (ବିଜେଡି) ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ପ୍ରତି ମଧ୍ୟ ତାଙ୍କର କର୍ତବ୍ୟ ରହିଛି । ରେଳବାଇ ଓଡ଼ିଶା ପ୍ରତି ବୈମାତୃକ ଭାବ ପ୍ରଦର୍ଶନ କରି ଆସୁଥିବା ନେଇ ରାଜ୍ୟ ସରକାର ଅଭିଯୋଗ କରି ଆସୁଛନ୍ତି । ଖଣି, ଖାଦନଭରା ଓଡ଼ିଶାରୁ ରେଳବାଇ ବାର୍ଷିକ ଯେତିକି ରାଜସ୍ୱ ସଂଗ୍ରହ କରୁଛି, ତା’ ତୁଳନାରେ ଓଡ଼ିଶାରେ ବାର୍ଷିକ ବ୍ୟୟ ଅଟକଳ ଅତି ନଗଣ୍ୟ । ରେଳବାଇର ବିକାଶ କ୍ଷେତ୍ରରେ ତଥା ରେଳବାଇ ମାନାଚିତ୍ରରେ ଦେଶରେ ଓଡ଼ିଶା ବହୁ ପଛରେ ରହିଛି । ଓଡ଼ିଶାରେ ରେଳବାଇର ବିକାଶ ପାଇଁ ସେ ପଦକ୍ଷେପ ନେବେ ବୋଲି ରାଜ୍ୟବାସୀ ଆଶାବାଦୀ ।

Comments (0)
Add Comment