ମନରେଗା ଶ୍ରମ ଦିବସ ବଢାଅ

ପ୍ରାଣଘାତୀ କରୋନା ଭୂତାଣୁର ମୁକାବିଲା ପାଇଁ ଦେଶରେ ୬୮ ଦିନିଆ ଲକଡାଉନ ପରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଧଶା କାହାରିକୁୁ ଅଛପା ନାହିଁ । ଭାରତ ପରି ଜନମଙ୍ଗଳ ରା୍େଟ୍ରରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ବୋଧହୁଏ ଭାରତୀୟ ଗଣତାନ୍ତ୍ରୀକ ଇତିହାସରେ ଏକ ବିରଳ ଏବଂ ପ୍ରଥମ ଘଟଣା ବୋଲି କୁହାଯାଇପାରେ । ସରକାରୀ ରିପୋର୍ଟ ଅନୁଯାୟୀ ଦେଶର ବିଭିନ୍ନ ଅଂଚଳରେ କାର୍ଯ୍ୟ କରୁଥିବା ପ୍ରାୟ ୧୦ କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ଘରକୁ ଫେରୁଛନ୍ତି । ସେମାନଙ୍କ ପାଇଁ କେନ୍ଦ୍ରସରକାର ଏବେ ବୁହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକି ସ୍ୱାଗତଯୋଗ୍ୟ । ଦୁଇମାସ ପାଇଁ ମାଗଣା ରାସନ, ଜାତୀୟ ଖାଦ୍ୟ ସୁରକ୍ଷା ସାମିଲ, ଗୋଟିଏ ରାଷ୍ଟ୍ର ଗୋଟିଏ ରାସନ, ସହରାଚଂଳରେ ପ୍ରବାସୀ ଶ୍ରମିକଙ୍କୁ ସ୍ୱଳ୍ପ ମୂଲ୍ୟରେ ଘରଭଡା, ମନେରଗା ଯୋଜନାରେ କାମ ଯୋଗାଣ, ଶ୍ରମିକଙ୍କ ଦକ୍ଷତା ମାପି ଦକ୍ଷତା ଅନୁସାରେ କର୍ମ ନିଯୁକ୍ତି ଆଦି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିଛନ୍ତି । ଫେରନ୍ତା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ କର୍ମ ନିଯୁକ୍ତି ବା କାମ ଯୋଗାଇ ଦେବାର ଏକମାତ୍ର ମାଧ୍ୟମ ହେଉଛି ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତିି ନିଶତଜିତ ଯୋଜନା । ମନେରଗା ପାଇଁ କେନ୍ଦ୍ର ସରକାର ମଧ୍ୟ ୨୦୨୨୦-୨୧ ଆର୍ଥିକ ବର୍ଷରେ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ମଂଜୁରି କରିଛନ୍ତି । ପୂର୍ବରୁ ଚଳିତ ବର୍ଷର ବଜେଟରେ ୬୧,୫୦୦ କୋଟି ଟଙ୍କା ବ୍ୟୟବରାଦ କରିଥିବା ବେଳେଳ ଏବେ ଏହି ଯୋଜଜନାରେ ଅଟଳ ୧,୦୧,୫୦୦ କୋଟିରେ ପଂହଚିଛି । ଲକଡାଉନପରେ ୧୦ କୋଟିରୁ ଅଧିକ ପ୍ରବାସୀ ଶ୍ରମିକ ଫେରିଥିବା ବେଳେ ଆହୁରି କୋଟି କୋଟି ଶ୍ରମିକ ରହିଛନ୍ତି, ଯେଉଁମାନେଙ୍କ ନିକଟରେ ଜବକାର୍ଡ ରହିଛି ଏବଂ ଯେଉଁମାନେ ମନେରଗା ଯୋଜନାରେ କାମ ପାଇବାକୁ ଆଇନତଃ ହକଦାର । ଉଲ୍ଲେଖଯୋଗ୍ୟ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶରେ ଗରିବ ଲୋକଙ୍କୁ ବର୍ଷରେ ଅତିକମରେ ୧୦୦ ଦିନରେ କାମଯୋଗାଇ ଦେବା ଲକ୍ଷ୍ୟରେ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ନିଶ୍ଚିତ ଯୋଜନା ପ୍ରଣୟନ କରିଥିଲେ । ପରେ ଡ. ମନମୋହନ ସିଂହଙ୍କ ସରକାର ଅମଳରେ ନରେଗା ପୂର୍ବରୁ ଜାତୀର ପିତା ମହତ୍ମାଗାନ୍ଧୀଙ୍କ ନାମ ଯୋଡାଯାଇ ଏବେ ଏହା ମନେରଗା ନାମେୀ ନାମିତ । ମଜୁୁରୀ ବାବଦ ପ୍ରାପ୍ୟ ସରକାର ଯବକାର୍ଡ ଧାରୀ ଶ୍ରମିକଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦେଇଛନ୍ତି ।କେବଳ ଏତିକି ନୁହେଁ, ୧୦୦ ଦନିର କାମ ଯୋଗାଇ ନଦେଲେ ଶ୍ରମିକଙ୍କୁ ଭତା ଦେବା ପାଇଁ ଯୋଜନାରେ ବ୍ୟବସ୍ଥା ରହିଛିି । ଏହା ସତ୍ୱେ ମନେରଗା ପ୍ରତି ଶ୍ରମିକ ବିମୁଖ ଥିବା ମନେହୁଏ । ଯେଉଁଥି ପାଇଁକି ପ୍ରବାସୀ ଶ୍ରମିକଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି । କାରଣଟି ହେଉଛି ସ୍ୱଳ୍ପ ମଜୁରୀ । ସଂପ୍ରତିକ ମହଙ୍ଗା ଯୁଗରେ ଯେଉଁଠି ବିଭିନ୍ନ ଅତ୍ୟାବଶ୍ୟକୀୟ ସମାଗ୍ରୀର ଦର ଆକାଶଛୁଆଁ । ମନେରଗା ସ୍ୱଳ୍ପ ମଜୁରୀରେ ପରିବାର ପ୍ରତିପୋଷଣ ଅତ୍ୟନ୍ତ ଜଟିଳ ବ୍ୟାପର । ପୂର୍ବରୁ ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ମନେରଗା ମଯୁରୀ ଦୈନିକ ୧୮୦ ଟଙ୍କା ଥିବା ବେଳେ ନିକଟରେ କେନ୍ଦ୍ର ସରକାର ଏହାକୁ ୨୦୯ ଟଙ୍କାକୁ ବୃଦ୍ଧି କରିଛନ୍ତି । ତେବେ ଓଡିଶାର ୪ ଟି ଜିଲ୍ଲା ସମେତ ଦେଶର ୧୧୬ଟି ଜିଲ୍ଲାରେ ଶ୍ରମିକଙ୍କୁ ଅତିରକ୍ତ ୯୧ଟଙ୍କା ବୃଦ୍ଧି କରାଯାଇ ୨୯୮ ଟଙ୍କା ଦିଆଯାଉଛି । ଯୋଜନାରେ ମାତ୍ର ୧୦୦ ଦିନ କାମ ସାଙ୍ଗକୁ ସ୍ୱଳ୍ପ ମଜୁରୀ ଶ୍ରମିକଙ୍କୁ ଦାଦନ ମୁହାଁ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । । ମନେରଗାରେ ଜଣେ ଶ୍ରମିକ ୧୦୦ ଦିନର କାମ ପାଇବା ନିଶ୍ଚିତ ଥିବା ବେଳେ ଅବଶିଷ୍ଟ ୨୬୦ ଦିନର କାମ ପାଇଁ ଦାଦନ ଯିବାକୁ ବାଧ୍ୟ ହେଉଥିବା କୁହାଯାଇପାରେ ।

ଏବେ ସରକାରୀ ସୂତ୍ରରୁ ଯେଉଁ ତଥ୍ୟ ମିଳିଛି ତାହା ଯେତିକି ଉତ୍ସାହ ଜନକ ସେତିକି ଚିନ୍ତା ଜନକ ବୋଲି କହିଲେ ହୁଏତ ଭୁଲ ହୋଇନପାରେ । କୁହାଯାଇଛି ଯେ, ଦେଶରେ ୮.୪ ଲକ୍ଷ ଶ୍ରମିକ ମନେରଗା ଯୋଜନାରେ ୨ ମାସ ଅର୍ଥାତ ୬୦ ଦିନର କାମ ପାଇସାରି ଥିବା ବେଳେ ୧.୪ଲକ୍ଷ ଶ୍ରମିକ ୧୦୦ ଦିନିଆ କଂଟ ପୁରୁଣ କରିସାରିଛନ୍ତି । ତେବେ ଏହି ଶ୍ରମିକମାନେ କରିବେ କଣ ଏହାହିଁ ବଡ ସମସ୍ୟା ସଷ୍ଟି କରିବାକୁ ଯାଉଛି । ଶ୍ରମିକ ଦାଦନ ଖଟିବାକୁ ଯିବ କିମ୍ବା ବେକାର ହୋଇ ବସି ରହିବ । ଲକଡାଉନ ଯୋଗୁଁ କାମଧନ୍ଦା ନ ପାଇଁ ଶ୍ରମିକଙ୍କ ଦୁର୍ଦ୍ଧଶା କାହାରିକୁ ଅଛପା ନାହିଁ । ପୁଣି ଲକଡାଉନ ଯୋଗୁଁ ଦେଶରେ ୧୦୦ କୋଟିରୁ ଉଦ୍ଧ୍ୱର୍ ଯୁବକ, ଯୁବତୀ କର୍ମସଂସ୍ଥାନ ହରାଇ ବେକାର ବା ବିରୋଜଗାର ହୋଇଯାଇଛନ୍ତି । ଏପରି ସ୍ଥଳେ ମନେରଗା ସେମାନଙ୍କ ସାହାରା ପାଲଟିଥିବା ବେଳେ ମାତ୍ର ୧୦୦ ଦିନର କଂଟ ପୁରିଯିବ । ପରେ ବୋକାର ସମସ୍ୟା ଉକ୍ରଟ ହେବା ଆଶଙ୍କାକୁ ଅସ୍ୱୀକାର କରାଯାଇ ନପାରେ । ମନେରଗା କାର୍ଯ୍ୟ ଦିବସ କେନ୍ଦ୍ର ସରକାର ଅଅତିକମରେ ୨୦୦ ଦିନକୁୁ ବୃଦ୍ଧି କରିବା ଜରୁରୀ ।

Comments (0)
Add Comment