ଭାରତୀୟ ପାଣପାଗ ବିଭାଗ(ଆଇଏମଡି)ର ପୂର୍ବାନୁମାର ଆଧାରରେ ଜୁନ, ଜୁଲାଇ ମାସରେ ମୌସୁମୀ ସ୍ୱଭାବିକ ରହିବ ଏବଂ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବ ବୋଲି ଯେଉଁ ଆକଳନ କରାଯାଇଥିଲା, ତାହା ଏବେ ଭୁଲ ପ୍ରମାଣିତ ହୋଇଛି । ଏବେ ଶ୍ରାବଣ ମାସ ସରିବାକୁ ବସିଲାଣି । ଅଥଚ ବର୍ଷା ଦେଖାନାହିଁ । ଜମିବାଡି, ନଦୀନାଳ, କୂଅ-ପୋଖରୀ ସବୁ ଶୁଖିଲା ପଡିଛି । ଆମ ରୋଜ୍ୟରେ ଶ୍ରାବଣ ମରସକୁ ସାଧାରଣତଃ ‘ଧାରା ଶିରାବଣ’ ମାସ ବୋଲି କୁହାଯାଏ । ଏହାର କାରଣ ହେଉଛି, ଶ୍ରାବଣ ମାସରେ ବର୍ଷା ଛାଡେ ନାହିଁ । ପ୍ରତିଦିନ ବର୍ଷା ଲାଗି ରହୁଥବା ହେତୁ ଜମିବାଡି ସବୁଜ ବନାନୀ ସୃଷ୍ଟି କରିଥିବା ବେଳେ ନଦୀନାଳ, କୂଅ-ପୋଖରୀ ପାଣୀରେ ଭରପୂର ହୋଇଯାଇଥାଏ । ବର୍ଷା ଯୋଗୁଁ ଚିତା ଲାଗି ଅମାବାସ୍ୟା, ଗହ୍ମାପୁର୍ଣ୍ଣିମୀରେ ନଦୀନାଳରେ ବନ୍ୟାଜଳ ଆସିଥାଏ ବୋଲି ଲୋକ ମତ ରହିଛି । ଏବେ ପର୍ଷା ଅଭାବରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛିଯେ, ଜମିରେ ଫସଲ ସୁଖି ଗଲାଣି । ମାଟି ଫାଟି ଆଁ କଲାଣି । ଧାନ ତଳି ବୁଣା ହୋଇଗଲାଣି । ଧାନ ଜମି ବେଉଷଣ ହୋଇନପାରି ମାଟି ଫାଟି ଗଲାଣି । ଯେଉଁ ସମୟରେ ଜମି ବାଡିରେ ଫସଲ ସବୁଜ ବନାନୀ ସୃଷ୍ଟି କରିଥାଏ, ଜମି ଶୁଖିଲା ପଡିଛି । ଟାଇଁ ଟାଇଁ ଖରାରେ ଜନ ଜୀବନ ଏବେ ବିପର୍ଯ୍ୟସ୍ତ ।
କହିବା ବାହୁଲ୍ୟଯେ, ଚଳିତ ବର୍ଷ ସୌସୁମୀ ଦେଶରେ ଠିକ ସମୟରେ ପ୍ରବେଶ କରିଥିବା ବେଳେ ଏବେ ସମ୍ପୁର୍ଣ୍ଣ ଉଭାନ ହୋଇଯାଇଛି । ବର୍ଷାର ନାଁଗନ୍ଧ ନାହିଁ । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୯ଟି ଜିଳ୍ଲାରେ ଉକ୍ରଟ ମରୁଡି ପରିସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି । ସରକାରୀ ସୁତ୍ରରୁ ଜଣାପଡିଛିଯେ, ରାଜ୍ୟର ଉପକୁଳବର୍ତି ଅଞ୍ଚଳ ସମେତ ଅଭ୍ୟନ୍ତରୀଣ ଅଞ୍ଚଳର ୧୯ଟି ଜିଲ୍ଲାରେ ଗତ ଦୁଇ ମାସ ମଧ୍ୟରେ ସ୍ୱଭାବିକ ଠାରୁ କମ୍ ବର୍ଷା ହୋଇଛି । ପୂରୀ ଜିଲ୍ଲାରେ ସ୍ୱଭାବିକ ଠାରୁ ୫୦% କମ୍ ବର୍ଷା ହୋଇଛି । ଆହୁରି କୁହାଯାଇଛିଯେ, ସପ୍ତାହକ ମଧ୍ୟରେ ଜଦି ସ୍ୱଭାବିକ ବା ଲଗାଣ ବର୍ଷା ନହୁଏ, ତେବେ ଓଡିଶାରେ ଉକ୍ରଟ ମରୁଡି ପରିସ୍ଥିତିର ଆଶଙ୍କାକୁ ଏଡାଇ ଦିଆଯାଇପାରିବନି । ଉଲେଖ୍ୟଯୋଗ୍ୟ ବନ୍ୟା, ମରୁହି, ବାତ୍ୟା ଓଡିଶାର ଚୀର ସହଚର ହୋଇଥିବା ବେଳେ ପ୍ରତି ଦୁଇ ବର୍ଷରେ ଥରେ ବର୍ଷେ ରାଜ୍ୟରେ ମରୁଡି ପଡିବାର ରେକର୍ଡ ରହିଛି । ସୁଚନା ଯୋଗ୍ୟଯେ ରାଜ୍ୟରେ ୨୦୧୫ ଓ ୨୦୧୬ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବର୍ଷ ଯଦି ଠିକ ସମୟରେ ବର୍ଷା ନହୁଏ, ତେବେ ମରୁଡି ପରିସ୍ଥିତି ସୃଷ୍ଟି ଆଶଙ୍କାରେଚାଷୀ କୁଳ ଏବେ ଚିନ୍ତିତ । ଗୋଟିଏ ପଟେ ଏବେ ପ୍ରାଣ ଘାତି କରୋନା ଭୁତାଣୁର ପ୍ରକୋପ ଅନ୍ୟପଟେ ମୌସୁମୀ ଉଭାନ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି ବୋଲି କୁହାଯାଇପାରେ ।
ଗୋଟିଏ ପଟେ ଓଡିଶା ଏବେ ମରୁଡି ମୂହାଁ ହୋଇଥିବା ବେଳେ ଅନ୍ୟପଟେ ଦେଶରେ ୧୩ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଲାଗି ରହିଛି । ଆସାମ ଓ ବିହାରର ବନ୍ୟା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଆସାମରେ ଲଗାଣ ବର୍ଷା ସାଙ୍ଗକୁ ବ୍ରହ୍ମପୁତ୍ର ନଦୀରେ ପ୍ରଳୟଙ୍କାରୀ ବନ୍ୟାଯୋଗୁ ରାଜ୍ୟର ୨୬ଟି ଜିଲ୍ଲାରେ ୩୫ଲକ୍ଷରୁ ଉଦ୍ଧ୍ୱର୍ ଲୋକ ପ୍ରଭାବିତ ହୋଇଥିବା ବେଳେ ଲକ୍ଷଲକ୍ଷ ହେକ୍ଟର ଚାଷ ଜମି ଦୀର୍ଘ ଦିନ ଧରୀ ବନ୍ୟାୋ ବୁଡି ରହିବା ଯୋଗୁଁ ଉଜୁଡି ଯିବା ଆଶଙ୍କା ରହିଛି । । ୧୩ଟି ରାଜ୍ୟରେ ବନ୍ୟା ଯୋଗୁ ବର୍ତମାନ ସୁଦ୍ଧା ୭୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ବରଣ କରିଥିବା ସରକାରୀ ଭାବେ କୁହାଯାଇଛି । ଉଲ୍ଲେଖ୍ୟଯୋଗ୍ୟଯେ, ଦକ୍ଷୀଣ-ବଶ୍ଚିମ ମୌସୁମୀର ଲଚକାଳୀ କେଉଠି ଅତିବୃଷ୍ଟି ହେଛଥିବା ବେଳେ କେଉଁଠି ଅନାବୃଷ୍ଟି ଯୋଗୁଁ ଜନଜୀବନ, ଜୀବଜଗତ ବିପର୍ଯ୍ୟସ୍ତ ହୋଇପଡିଛି । ଉଭୟ ଅତିବୃଷ୍ଟି ଓ ଅନାବୃଷ୍ଟି ମାନବ ମସାଜ ଓ ଜୀବଜଗତ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି । ଆମ ପୂରାଣ ଶାସ୍ତ୍ରରେ ବର୍ଷା ଚର୍ତୁମାସ୍ୟାର ଯେଉଁବର୍ଣ୍ଣନା ରହିଛି, ତାହା ଏବେ ପଭାବିତ ହୋଇଛି । ସମୁଦ୍ରରେୀ ଲଘୁଚାପ ମଧ୍ୟ ଉଭାନ ହୋଇଯାଇଛି ବୋଲି କୁହା ଯାଇପାରେ । ତେବେ ଲହାର ମୁଖ୍ୟ କାରଣ ହେଉଛି ଜଳବାୟୁ ପରିବର୍ତନ । ପ୍ରକାଶ ଯୋଗ୍ୟଯେ ଗତବର୍ଷ ମୌସୁମୀ ଅବଧି ବଢିବା ସହ ୪ମାସରୁ ଅଧିକ ସମୟ ଧରି ବର୍ଷା ଲାଗି ରହିଥିଲା । ଜଳବାୟୁ ପରିବର୍ତନ ଯୋଗୁଁ ମୌସୁମୀ ମଧ୍ୟ ପ୍ରଭାବିତ ହୋଇଛି । ପ୍ରଭାବିତ ମୌସୁମୀ ଏବେ ମରୁଡି ମିମ୍ବା ଜଳପ୍ରଳୟର କାରଣ ହୋଇଛି ବୋଲି କୁହାଯାଇପାରେ । ଜଳବାୟୁ ନିୟନ୍ତ୍ରଣ ପାଇଁ ଏବେ ଚିନ୍ତା କରିବାର ସମୟ ଆସିଛି । ଅନ୍ୟଥା ଅନାବୃଷ୍ଟି କିମ୍ବା ଅତିବୃଷ୍ଟିର ସାମନା କରିବା ଅନିବାର୍ଯ୍ୟ ।