ଯୁବଶକ୍ତି ଓ କୋଭିଡ

ମଣିଷର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯଦି ହିସାବକୁ ନିଆଯାଏ, ତେବେ ସାଧାରଣତଃ ୫ଟି ପର୍ଯ୍ୟାୟ ଦେଖିବାକୁ ମିଲିଥାଏ । ଏଗୁଡିକ ମଧ୍ୟରେ ରହିଛି ଶିଶୁ ଓ ବାଳୁତ ଅବସ୍ଥା, କିଶୋର ଅବସ୍ଥା, ଯୁବାବସ୍ଥା ଓ ବୃଦ୍ଧାବସ୍ଥା । ସାଧାରଣତଃ ଶିଶୁଙ୍କୁ ବଳହୀନ ବୋଲି ଅଧିକ ସୁରକ୍ଷା ପରିବାର ସଦସ୍ୟମାନେ ପ୍ରଦାନ କରିଥାନ୍ତି । ବାଳକ ବୟସରେ ଖେଳକୁଦ ଓ ପାଠପଢା ଆଦି କରାଯାଇଥାଏ । କିଶୋର ବୟସରେ ମଧ୍ୟ ବିଭିନ୍ନ ବିଷୟ ଉପରେ ଜ୍ଞାନ ଅର୍ଜନ କରାଯାଏ । ଯୁବାବସ୍ଥା ହେଉଛି ଅନେକ ନୂଆ ନୂଆ କାମ କରିବା ଏବଂ ଅଭିଜ୍ଞତା ଓ ଅନୁଭୁତି ଉଭୟ ମାନସିକ ଓ ଶାରିରୀକ ସ୍ତରରେ ଆଣି ଏହାକୁ ଭବିଷ୍ୟତଃ ଉଜ୍ଜଳ କରିବା ଲାଗି ବ୍ୟବହାର କରିବା । ବୃଦ୍ଧାବସ୍ଥାରେ ମଣିଷ ଦୁର୍ବଳ ହୁଏ ଏବଂ ନିଜ ପରିବାରରେ ପୁଅ ଝିଅ, ନାତି ନାତୁଣି ଅଦିଙ୍କ ଉପରେ ନିର୍ଭର କରେ । ତେବେ ଏ ସବୁ କଥାକୁ ସମସ୍ତେ ଜାଣନ୍ତି ଏବଂ ଏଥିରେ କିଛି ନୂତନତ୍ୱ ନାହିଁ । ନୂଆ କଥାଟି ହେଲା, ଆମ ରାଜ୍ୟ ଓଡ଼ିଶା ସମେତ ସାରା ଦେଶ ଓ ବିଶ୍ୱ ଏବେ ମହାମାରି କରୋନାର ମୁକାବିଲା କରୁଛି । ଏପର୍ଯ୍ୟନ୍ତ ଅର୍ଥାତ ମଇ ୨୬ତାରିଖ ସୁଦ୍ଧା ଆମ ରାଜ୍ୟରେ କରୋନା ପଜେଟିଭ ସଂଖ୍ୟା ୧୫୧୭ରେ ପହଂଚିଛି ଏପରିକି ମଙ୍ଗଳବାର ନୂଆ ୭୯ ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ପକ୍ଷରେ ୮୪ ଜଣ ସୁସ୍ଥ୍ୟ ହେବା ୫୦ ପ୍ରତିଶତ ପାଖାପାଖି ପହଂଚିଛି । ସବୁଠାରୁ ଉଦ୍ବେଗଜନକ ବିଷୟଟି ହେଲା ଓଡ଼ିଶାର ୧୫୧୭ କରୋନା ପଜେଟିଭଙ୍କ ମଧ୍ୟରୁ ୧୦୦୧ ହେଉଛନ୍ତି ଯୁବ ବର୍ଗର । ସେହିପରି ୪୧ରୁ ୬୦ ବର୍ଷ ମଧ୍ୟରେ ରହିଥିବା ପ୍ରୌଢ ଓ ବୃଦ୍ଧଙ୍କ ସଂଖ୍ୟା ୩୯୮ ଏବଂ ୧୪ ବର୍ଷ ଓ ତହିଁରୁ କମ୍ ବର୍ଷ ବାଳକଙ୍କ ସଂଖ୍ୟା ୪୮ । ପରିସଂଖ୍ୟାନ କୋହୁଛି, ୬୬ ପ୍ରତିଶତ ଯୁବ ବର୍ଗ କରୋନା ପଜେଟିଭ ହୋଇଥିଲା ବେଳେ ବୃଦ୍ଧଙ୍କ ସଂଖ୍ୟା ତାଠାରୁ ଢେ଼ର କମ୍ ଓ ମାତ୍ର ୨୬.୨ ପ୍ରତିଶତ । ଆଶ୍ଚର୍ଯ୍ୟର କଥା, ୬୦ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ମାତ୍ର ୭୦ ବା ୪.୬ ପ୍ରତିଶତ । ପାଠକମାନେ ଏହା ଜାଣିସାରିବେଣି ଯେ ଯେଉଁ ବର୍ଗର ରୋଗପ୍ରତିରୋଧକ ଶକ୍ତି ଅଧିକ, ସେମାନେ ହେଲେ ଯୁବ ବର୍ଗର । କିନ୍ତୁ ଦୁଃଖର ସହିତ ଆମକୁ ଏହା ସ୍ୱୀକାର କରିବାକୁ ପଡିବ ଯେ ଏ ରାଜ୍ୟର ଯୁବ ବାହିନୀ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ଖୁବ୍ କମ୍ ଥିବାରୁ ସେମାନେ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ହୋଇଛନ୍ତି । ତେଣୁ ପ୍ରତ୍ୟେକ ପରିବାର ଓ ସରକାର ଏ ଦିଗରେ ଠୋସ୍ ପଦକ୍ଷେପ ନେବା ସହିତ ଯୁବ ବର୍ଗଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ଜରୁରି ।

Comments (0)
Add Comment