ସାରା ବିଶ୍ୱରେ କରୋନାର ପ୍ରକୋପ । ସେଥି ମଧ୍ୟରେ ଭାରତ ତୃତୀୟ ସ୍ଥାନରେ । ଲକଡାଉନର ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଳ୍ଲା ଭାରତ ବର୍ଷରେ ପ୍ରଥମ ସ୍ଥାନରେ ରହି କରୋନାକୁ ରୋକିବାରେ ବାହାଃ ବାହାଃ ନେଉଥିଲା । ତାହା ବର୍ତମାନ କରୋନାକୁ ରୋକିବାରେ ବିଫଳତାର ବାହାଃ ବାହାଃ ନେଉଛି, ଏହା କେଉଁ କାରଣରୁ ଏବଂ କେଉଁ ମାନଙ୍କ ବିଫଳତାରୁ ସମସ୍ତଙ୍କର ନଜରରେ ଅଛି, ତାହା ଏବେ ସାରାରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଗଞ୍ଜାମ ଜିଳ୍ଲାରେ କରୋନାର ତାଣ୍ଡବ, କାହାର ସଂଗରୋଧ କେନ୍ଦ୍ରରେ ରଶି ଲଗାଇ ଆତ୍ମ ହତ୍ୟା, ତ’କାହାର କୋଭିଡ ସେଂଟରରେ ଚିକିତ୍ସାର ଅବହେଳାରେ ମୃତୁ୍ୟ ତ ଆଉ କାହାର ଆମ୍ବୁ୍ୟଲାନ୍ସ ହେଉ କିମ୍ବା ମାନବିତା ଅବହେଳାରୁ ମୃତୁ୍ୟ ହେଉ, ତାହା ପ୍ରତ୍ୟେକ ଦିନ ଗଣମାଧ୍ୟମ ଓ ଖବର କାଗଜରେ ଆସୁଛି । କରୋନା ଯୋଗୁଁ ମରିଯାଇଛି ମାନବିକତା । ଏଭଳି ସଂକ୍ରମଣରୁ ବଳି ପଡିଛି ରୋଗୀଙ୍କ ପ୍ରତି ଛୁଆଁ ଅଛୁଆଁ ମନୋଭାବ । ଆଜି ଅନ୍ୟ ଏକ ଘଟଣା ନଜରକୁ ଆସିଲା । ଆମ୍ବୁଲାନ୍ସରେ ଛଟପଟ ହୋଇ ଜୀବନ ଚାଲିଗଲା ଡାକ୍ତରଖାନା ଆଗରେ, ଅଥଚ ଡାକ୍ତରଖାନାର କୌଣସି ଜଣେ କର୍ମଚାରୀ ଆସିଲେ ନାହିଁ । ଏହି ଘଟଣା ଘଟିଛି ରାଜ୍ୟର ରାଜଧାନୀରେ, ଗଞ୍ଜାମ ଜିଳ୍ଲାରୁ ଆସିଥିବା ରୋଗୀକୁ ନେଇ ତାଙ୍କ ପୁଅ ଗୋଟିଏ ଡାକ୍ତରଖାନାରୁ ଆଉଗୋଟେ ଡାକ୍ତରଖାନା ଦଉଡୁଥିଲେ । ଅଥଚ କୌଣସି ଡାକ୍ତରଖାନାରେ ରହିବାକୁ ଅନୁମତି ମିଳିଲା ନାହିଁ କି ଡାକ୍ତର କିମ୍ବା ଡାକ୍ତରଖାନା କତୃପକ୍ଷ ପାଖ ମାଡିଲେ ନାହିଁ । ଶେଷରେ ଜୀବନ ଚାଲିଗଲା । ଗଞ୍ଜାମ ଜିଲ୍ଲାର ରୋଗୀଙ୍କୁ ଓଡିଶାର ରାଜଧାନୀ ଭୁବନେଶ୍ୱର କିମ୍ବା କଟକର କୌଣସି ଡାକ୍ତରଖାନାରେ ଆଡମିସନ୍ ମନା । ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତି ଏଭଳି ମନୋଭାବ ସଂଘାତିକ ରୂପ ନେବାକୁ ବସିଲାଣି । ବିଭିନ୍ନ ଗଣମାଧ୍ୟମ, ଖବର କାଗଜ, ଫେସବୁକ ମାଧ୍ୟମରେ ନଜରକୁ ଆସୁଛି ଗଞ୍ଜାମ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଭୁବନେଶ୍ୱରର କୌଣସି ଡାକ୍ତରଖାନାରେ ବେଡ୍ ମିଳିଲା ନାହିଁ । ଗଞ୍ଜାମକୁ ଯେପରି ତରବରିଆ ଭାବେପ୍ରବାସୀ ଓଡିଆଙ୍କୁ ଅଣାଗଲାଏବଂ ସଂଗରୋଧ କେନ୍ଦ୍ରରେ ରଖାଗଲା । ସେହି କେନ୍ଦ୍ର ଗୁଡିକୁ ରାଜ୍ୟ ସରକାର ସୁଚାରୁ ରୂପେ ପରିଚାଳନା କରିବାରେ ବିଫଳ ହେଲେ, ଯାହାର ସାରା ଭାରତ ବାସୀ ମୂକସାକ୍ଷୀ । ଗଞ୍ଜାମର ଜନସାଧାରଣଙ୍କ ମଧ୍ୟରେ ଏବେ ଭୟର ବାତାବରଣ ଦେଖାଦେଇଛି । ଗଞ୍ଜାମ ଜିଲ୍ଲାରେ ଡାକ୍ତରଖାନା ଓ ଡାକ୍ତରଙ୍କ ଅଭାବ ସବୁବେଳେ ପରିଲକ୍ଷିତ ହେଉଥିଲା । ବର୍ତମାନ ଯେଉଁ କୋଭିଡ ହସପିଟାଲ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଉଛି, ସେଥିରେ ଯେପରି ଅବ୍ୟବସ୍ଥା ଆପଣମାନେ ପ୍ରତ୍ୟେକ ଦିନ ଫେସବୁକ ଓ ହ୍ୱାଟ୍ସଆପରେ ହେଉଥିବା ଭାଇରାଲ ଭିଡିଓରେ ଦେଖୁଥିବେ । କହିବାକୁ ଗଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଦରଦ ଗଞ୍ଜାମ ଜିଲ୍ଳା ପ୍ରତି ଦେଖାନ୍ତି ତାହା ଖାଲି ଲୋକଦେଖାଣିଆ । ଏହା ପଛରେ କେଉଁ ଉଦେ୍ଧଶ୍ୟ ନିହିତ, ତାହାର ଜବାବ ଦିଅନ୍ତୁ ମୁଖ୍ୟମନ୍ତ୍ରୀ । ଗଞ୍ଜାମ ଜିଲ୍ଲାରୁ ଆସୁଥିବା ରୋଗୀମାନଙ୍କୁ ରଖି ଚିକିତ୍ସା କରିବା ପାଇଁ ରାଜ୍ୟ ରାଜଧାନୀରେ ସମସ୍ତ ଡାକ୍ତରଖାନାକୁ ସେ ତୁରନ୍ତ ନିଦେ୍ର୍ଧଶ ଦିଅନ୍ତୁ । ମୁଁ ସମସ୍ତ ଜନସାଧାରଣଙ୍କୁ ନିବେଦନ ଓ ଅନୁରୋଧ କରୁଛି ମାସ୍କର ବ୍ୟବହାର ସହ ଦୂରତା ରକ୍ଷା କରନ୍ତୁ ଓ ନିଜକୁ ରୋଗରୁ ଦୂରେଇ ରଖନ୍ତୁ । ଅତ୍ୟାବଶ୍ୟକ କାମ ନଥିଲେ ଘରୁ ବାହାରନ୍ତୁ ନାହିଁ । ଆପେ ବଞ୍ଚିଲେ ବାପାର ନାମ । ନିଜର ସୁରକ୍ଷା ସହ ଅନ୍ୟର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ।
କଂଗ୍ରେସ ବିଧାୟକ ପ୍ରାର୍ଥୀ