ଲଦାଖର ଗଲୱାନରେ ଗତ ମେ’ ମାସ ଠାରୁ ସୃଷ୍ଟି ହୋଇଥିବା ଉତେଜନା ଏବଂ ଯୁଦ୍ଧ ଆଶଙ୍କା ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ କମିବା ନେଇ ଆଶା ସଂଚାର କରିଛି । ଅବଶ୍ୟ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ବୈଠକରେ ଗୃହୀତ ନିଷ୍ପତି ଉପରେ ଚୀନ ନିଜର କଥାକୁ କାର୍ଯ୍ୟରେ ପରିଣତ ନକରିବା ଯାଏଁ, କିଛି ଆଶା କରିବା ବୃଥା । କହିବା ବାହୁଲ୍ୟଯେ, ଚୀନ ଯାହା କହେ, ତାହା କରେନାହିଁ । ଏଥିପାଇଁ ଚୀନକୁ ହଠାତ ବିଶ୍ୱାଶ କରାଯାଇନପାରେ । ମସ୍ପୋରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପ୍ରତିପକ୍ଷ ୱାଙ୍ଗ ୱିଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହୋଇଛି । ମାତ୍ର ଚୀନ ନିଜ କଥାକୁ କାର୍ଯ୍ୟରେ ପରିଣତ ନକିବା ପର୍ଯ୍ୟନ୍ତ, କିଛି ସୁଫଳ ଆଶା କରାଯାଇପାରିବ ନାହିଁ । ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ସୀମାରେ ଶାନ୍ତି, ସ୍ଥିରତା ବଜାୟ ରଖିବା ସହ ଉତେଜନା ହ୍ରାସ ଲାଗି ପଞ୍ଚସୁତ୍ରୀ ଫର୍ମୁଲା ଉପରେ ସହମତି ପ୍ରକାଶ କରିଛନ୍ତି । ସୀମାରେ ମୁତୟନ ଥିବା ଯବାନଙ୍କ ମଧ୍ୟରେ ନିୟମିତ ଆଲୋଚନା ଯଥାଶୀଘ୍ର ସେନା ଅପସାରଣ, ସୀମାଠାରୁ ଉପଯୁକ୍ତ ଦୁରତା ରକ୍ଷା, ଦୁଇଦେଶ ମଧ୍ୟରେ ଥିବା ସମସ୍ତ ଚୁକ୍ତି ପ୍ରୋଟୋକଲକୁ ସମ୍ମାନ ଦେବା ଏବଂ ସୀମାରେ ପରସ୍ପରରର ଆସ୍ଥା ଭାଜନ ହେବା ଭଳି ପଦକ୍ଷେପ ନେମା ପଞ୍ଚସୁତ୍ରୀ ଫର୍ମୁଲାର ଅଂଶବିଶେଷ । ଦୁଇ ଦେଶ ମଧ୍ୟରେ ବିବାଦ ଏଡାଇବା ଏବଂ ଉତେଜନା ହ୍ରାସ କରିବା ଲାଗି ଏହା ପ୍ରଥମ ପଞ୍ଚସୁତ୍ରୀ ଫର୍ମୁଲା ନୁହେଁ । ପୁର୍ବରୁ ୧୯୬୨ ମସିହା ଯୁଦ୍ଧ ପରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସ୍ତରରେ ପଞ୍ଚଶୀଳ ନୀତି ଗ୍ରହଣ କରାଯାଇଥିଲା ଏବଂ ଭାରତ ଚୀନ ଭାଇ ଭାଇ ବୋଲି ସ୍ଲୋଗାନ ମଧ୍ୟ ମୁଖରିତ ହୋଇଥିଲା । ମାତ୍ର ଚୀନ ସେଥିରେ ଛରିକାଘାତ କରିବା ସହ ଭାରତରେ ଅସ୍ଥିରତା ସୃଷ୍ଟି କରିବା ଲାଗି ଦୀର୍ଘ ୬୦ ବର୍ଷ ଧରି ସୀମା ବିବାଦକୁ ଉଦ୍ଜିବିତ କରି ରଖିଛି । ୧୯୭୫ ରେ ଦୁଇ ଦେଶର ସେନାଙ୍କ ମରେ ଗୁଳି ବିନିମୟ, ୨୦୧୩ରେ ଡୋକଲାମ ବିବାଦ ଏବଂ ଗତ ମେ’ ମାସରେ ଗାଲୱାନରେ ଚୀନ ଜବାନଙ୍କ ଆତର୍କିତ ଆକ୍ରମଣ, ଯେଉଁ ଥିରେ କି ୨୦ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ୪୦ରୁ ଉଦ୍ଧ୍ୱର୍ ଚୀନ ଯବାନ ମୃତୁ୍ୟ ବରଣ କରିଥିବା କୁହାଯାଇଛି । ମାତ୍ର ଚୀନ ସରକାର ଏହାକୁ ଗୋପନ ରଖିଛି । ଏହା ସତ୍ୟଯେ, ଭାରତୀୟ ଯବାନଙ୍କ ଯବାବରେ ନିଜର ସୈନଙ୍କ ମୃତହତକୁ ଚୀନ ସହଜରେ ଗ୍ରହଣ କରିପାରିନାହିଁ । ପରିଣତ ସ୍ୱରୁପ ଗତ ମେ’ ମାସଠାରୁ ସୀମାନ୍ତରେ ସେନାଠୁଳ କରିବା ସହ ସମରସଜ୍ଜା ଜାରିରଖିଛି । ଭାରତ ମଧ୍ୟ ଅନୁରୁପ ପଦକ୍ଷେପ ଗ୍ରହଣ କରିଛି । ୪୦ହଜାରରୁ ଉଦ୍ଧ୍ୱର୍ ସେନା ବାହିନୀ ସହ ଲଢୁଆ ବିମାନ ଓ ଟ୍ୟାଙ୍କ ସଜାଗ ରଖିଛି । ଏହା ନିଶ୍ଚିତ ଯେ, ଗଲୱାନ ଘଟଣା ପରେ ସୀମାନ୍ତରେ ଉତେଜନା ଲାଗି ରହିଛି । ଏପରିକି ମଧ୍ୟ ଉତେଜନା ହ୍ରାସ ଲାଗି ଦୁଇ ଦେଶର କମାଣ୍ଡର ସ୍ତରରେ ଆଲୋଚନା ବାରମ୍ବାର ଜାରି ରହିବା ସତ୍ୱେ ଦୁଇ ଦୁଇଥର ଚୀନର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ଯବାନ ପଣ୍ଡ କରିଦେଇଛନ୍ତି । କେବଳ ଏତିକି ନୁହେଁ ଚୀନର ଯୁଦ୍ଧ ପ୍ରସ୍ତୁତି ନେଇ ବହୁ ଗୋପନୀୟ ତଥ୍ୟ ଉପଗ୍ରହ ଚିତ୍ରରୁ ଜଣାପଡିଛି । ଗୋଟିଏ ପଟେ ସେନାବାହିନୀ ତଥା କମାଣ୍ଡର ସ୍ତରରେ ଆଲୋଚନା ଜାରି ରହିଥିବା ବେଳେ ମସ୍କୋରେ ଦୁଇ ଦେଶରେ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ଆଲୋଚନା ମଧ୍ୟ ଭିନ୍ନ ମତ ଯୋଗୁଁ ନିଷ୍ଫଳ ହୋଇଥିବା କୁହାଯାଇପାରେ । ସୀମା ବିବାଦ ପାଇଁ ଭାରତ ଦାୟୀ ବୋଲି ଚୀନର ପ୍ରତିରକ୍ଷା ମନ୍ତ୍ରୀ ୱି ପାଂଘୋ କହିଥିବା ବେଳେ ସୀମାରେ ସ୍ଥିତାବସ୍ଥା ବଜାୟ ରଖିବା ସହ ସେନା ଅପସାରଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂହ ଯୋର ଦେଇଥିଲେ । କହିବା ବାହାୁଲ୍ୟଯେ, ଗାଲୱାନ ଘଟଣା ପରେ ଦୁଇ ଦେଶ ମଧ୍ୟରେ ଏହା ଥିଲା ପ୍ରଥମ ରାଜନୈତିକ ସ୍ତରରେ ବୈଠକ । ଭାରତର କଠୋର ଆର୍ଥୀକ କଟକଣାକୁ ଚୀନ ସହଜରେ ଗ୍ରହଣ କରିପାରି ନାହିଁ । ଏହା ସତ୍ୟଯେ, ଚୀନ ସାମଗ୍ରୀର ବୃହତ ବଜାର ହେଉଛି ଭାରତ, ଇତି ମଧ୍ୟରେ ଭାରତରେ ଚୀନ ସାମଗ୍ରୀ ବର୍ଜନ ନେଇ ଜନ ସାଧାରଣରେ ଏକ ଧାରଣା କ୍ରମଶଃ ଦୃଢୀଭୁତ ହେଇଥିବା ବେଳେ ଚୀନର ଶତାଧିକ ଆପକୁ ମଧ୍ୟ ନିଷିଦ୍ଧ ଘୋଷଣା କରିଛି । ଆହୁରି ମଧ୍ୟ ଚୀନର କେତେକ ପ୍ର୍ରକଳ୍ପରେ ପୁଂଜି ନିବେଶକୁ ଭାରତ ରଦ୍ଧ କରି ଦେଇଛି । ଉଭୟ ଡିଜିଟାଲ ଓ ସାମଗ୍ରୀ ଉପରେ କଟକଣା ଯୋଗୁଁ ଚୀନର ଅର୍ଥନିତୀ ଏକପ୍ରକାର ବିପର୍ଯ୍ୟସ୍ତ ମୁହାଁ ହୋଇଥିବା ସୁଚନା ମିଳିଛି । ଭାରତର ଆର୍ଥିକ ଓ ଡିଜିଟାଳ କଟକଣା ଯୋଗୁଁ ଚୀନର ରାଜନୈତିକ ସ୍ୱରରେ ପରିବର୍ତନ ଘଟିଛି ବୋଲି କହିଲେ ଅତୁ୍ୟକ୍ତି ହେବନାହିଁ । ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକରେ ଚୀନ ମୁହଁ ଟାଣ ଦେଖାଇବା ବେଳେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକରେ ନରମି ଯାଇ ପଞ୍ଚସୁତ୍ରୀ ଫର୍ମୁଲା ଉପରେ ଗୁରୁତ୍ୱ ଦେଇଛି । ସୀମାନ୍ତରେ ଉତେଜନା ହ୍ରାସ ଏବଂ ସେନା ହ୍ରାସ ଉପରେ ଭାରତ ଯୋର ଦେଇ ଆସିଛି । ମାତ୍ର ଚୀନ କେବେ ବିଶ୍ୱାସ ଯୋଗ୍ୟ ହୋଇନଥିବାରୁ ଭାରତ ଏଥିପ୍ରତି ସତର୍କ ରହିବା ଜରୁରୀ । ଉତମ ଆସ୍ଥା ଓ ବିଶ୍ୱାସ ନେଇ ଭାରତ ଆଲୋଚନାକୁ ଦୋହଲାଇଥିବା ବେଳେ ଚୀନ ସେନାର କାର୍ଯ୍ୟକଳାପ ପ୍ରତି ସତର୍କ ରହିବା ଆବଶ୍ୟକ । ତେବେ ପଞ୍ଚସୁତ୍ରୀ ଫର୍ମୁଲାକୁ ଚୀନ କେତେ ଦୁର କାର୍ଯ୍ୟକାରୀ କରୁଛି, ତାହା ଭବିଶ୍ୟତ ହିଁ କହିବ ।