ଦେଶରେ ବୁଧବାରଠାରୁ ନୂତନ ଶିକ୍ଷା ନୀତି ଲାଗୁ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏପରିକି ମାନବ ସଂବଳ ବିକାଶ ମନ୍ତ୍ରଣାଳୟ (ଏଚ୍ଆରଡି) ନାମ ପରିର୍ବତନ କରି ଏହାକୁ ପୁଣି ଶିକ୍ଷା ମନ୍ତ୍ରଣାଳୟ ନାମ ରଖାଯାଇଛି । ପ୍ରଚଳିତ ଶିକ୍ଷାର ବ୍ୟବସ୍ଥାଗତ ପରିର୍ବତନ ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗୀୟ ମନ୍ତ୍ରୀ ପ୍ରକାଶ ଜାଭଦେକର ଗଣମାଧ୍ୟମକୁ କହିଛନ୍ତି । ଢ଼ାଂଚାଗତ ପରିବର୍ତନ କରାଯାଇ ୧୦+୨ ପାଠ୍ୟକ୍ରମକୁ ବଦଳାଯାଇଛି । ଏହା ପରିବର୍ତେ ୫+୩+୩+୪ ବ୍ୟବସ୍ଥା ଏଣିକି ଲାଗୁ ହେବା ସେହିପରି ଶିକ୍ଷା ବ୍ୟବସ୍ଥା ଭିତରୁ ଏମ୍ ଫିଲ୍ ପାଠ୍ୟକ୍ରମକୁ ଉଚ୍ଛେଦ କରାଯାଇଛି । ପିଲାମାନେ ସ୍କୁଲ ଶିକ୍ଷା ୩ ବର୍ଷ ବୟସରୁ ଆରମ୍ଭ କରିପାରିବେ । ସାରା ଦେଶରେ ଶିକ୍ଷା ପାଇଁ ନାମଲେଖା ଓ ଦରମା ଦେବା ଇତ୍ୟାଦି ଉପରେ ଯେଉଁ ଫି’ ଧାର୍ଯ୍ୟ କରାଯାଉଛି, ତାହାର ସୀମା ଏଣିକି ସରକାର ଧାର୍ଯ୍ୟ କରିବେ । ଅନ୍ୟ ପକ୍ଷରେ ବିଦେଶର ଶ୍ରେଷ୍ଠ ୧୦୦ଟି ବିଶ୍ୱବିଦ୍ୟାଳୟ ଚାହିଁଲେ ଭାରତରେ କ୍ୟାମ୍ପସ ଖୋଲିପାରିବେ । ପ୍ରଥମେ ଶିଶୁଙ୍କୁ ୩ ବର୍ଷ ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷାଦାନ କରାଯିବ । ମାନସିକ ବିକାଶର ସର୍ବୋତମ ସମୟ ୩ ବର୍ଷରୁ ୬ ବର୍ଷ ଭିତରେ ହୋଇଥିବାରୁ ଏହି ବୟସରୁ ପିଲାଙ୍କୁ ସ୍କୁଲ ପରିସରକୁ ଅଣାଯିବ । ୩ରୁ ୮ ବର୍ଷ ଅଙ୍ଗନବାଡି ଓ ପ୍ରାକ୍ ବିଦ୍ୟାଳୟର ଶିକ୍ଷା ଏବଂ ୮ରୁ ୧୧ ପ୍ରାଥମିକ ଶିକ୍ଷା, ୧୧ରୁ ୧୪ ପ୍ରସ୍ତୁତି ପର୍ଯ୍ୟାୟ ଏବଂ ୧୪ରୁ ୧୮ ବର୍ଷ ମଧ୍ୟରେ ମାଧ୍ୟମିକ ପର୍ଯ୍ୟାୟ ଶିକ୍ଷା ଦାନ ବ୍ୟବସ୍ତା କରାଯାଇଛି । ପ୍ରଥମିକ ସ୍ତରରେ ସ୍ୱତନ୍ତ୍ର ପାଠ୍ୟକ୍ରମ ଏନସିଇଆରଟି ପ୍ରସ୍ତୁତ କରିବ । ରାଜ୍ୟ ଗୁଡ଼ିକ ତୃତିୟ ଶ୍ରେଣିପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ପାଠ ପଢ଼ାଇବା ଯୋଜେନା ୨୦୨୫ ସୁଦ୍ଧା ତିଆରି କରିବେ । ମାତୃଭାଷରେ ପଂଚମ ଣ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯିବ । ସବୁଠାରୁ ବଡ଼ କଥା ହେଲା, ପ୍ରତି ବର୍ଷ ପରୀକ୍ଷା କରାଯିବ ନାହିଁ କେବଳ ତୃତୀୟ, ପଂଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା କରାଯିବ । ଏହା ବ୍ୟତୀତ ଦଶମ ଓ ଦ୍ୱାଦଶରେ ବୋଡ ପରୀକ୍ଷା ପୂର୍ବଗତ ହେବା ସିହତ ଜାଭଦେକର କହିବା ଅନୁଯାଇ ନାମଲେଖା ଅନୁପାତ ୨୦୩୫ ସୁଦ୍ଧା ୫୦ ପ୍ରତିଶତ ଛୁଇଁପାରିବ । ନୂତନ ଶିକ୍ଷାନୀତିରେ ଦେଶ କେତେ ଆଗକୁ ଯିବ, ତାହା ୧୫ ବର୍ଷପରେ ସମୀକ୍ଷା କଲେ ଜଣା ପଡିବ । ସେତେବେଳେ ଜାଣିହେବ, ଶିକ୍ଷାରେ ପରିବର୍ତନ ଆମକୁ କେତେ ଆଗକୁ ନେଇଛି ନା’ କେତେ ପଛକୁ ନେଇଛି!