ଷଷ୍ଠ ଥରକୁ ଅନାଇ କସରତ


ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ତଥା ଦେଶର ଏକ ବଳଶାଳୀ ଆଂଚଳିକ ଦଳ । ଏହାର ଯୁବ ବାହିନୀର କର୍ମକର୍ତାମାନଙ୍କ କାର୍ଯ୍ୟକାରିଣୀ ବୈଠକ ଦଳୀୟ ମୁଖ୍ୟକାର୍ଯ୍ୟଳାୟରେ ଶନିବାର ବସିଥିଲା ବେଳେ ରବିବାର ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଟିତ ହେବା ସହିତ ଯେତେଗୁଡିଏ ପ୍ରସଙ୍ଗ ଓ ପ୍ରସ୍ତାବ ସ୍ଥାନିତ ହୋଇଥିଲା; ସେଥିରୁ ପ୍ରତୀୟମାନ ହୁଏ ଯେ ଦଳ ଏକାଦିକ୍ରମେ ଷଷ୍ଠ ଥର ନିର୍ବାଚନ ମଇଦାନରେ ଯେପରି ବିଜୟ ହାସଲ କରି ରାଜ୍ୟସରକାର ଗଠନ କରେ, ସେଥିପାଇଁ ଏ’କସରତ୍ ଚାଲିଥିଲା । ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳର ବରିଷ୍ଠ ନେତାମାନେ ଯେପରି ଜାତୀୟ ଦଳ ଗୁଡିକ ଉପରେ ପୂର୍ବ ଦିନ ଦଳୀୟ ମୁଖ୍ୟ ଦେଇଥିବା ଟିପ୍ପଣି ଉପରେ ଗୁରୁତ୍ୱ ଦେଇ ସମଧାରାରେ ଗର୍ଜନତର୍ଜନ କଲେ ଓ ଦଳ ଅଗକୁ ୫୦ରୁ ୧୦୦ ବର୍ଷ ରହିବା ଓ ଷଷ୍ଠ ଥର ବିଜେଡି ନିର୍ବାଚନ ଜିତିବା ଉପରେ ଗୁୁରୁତ୍ୱ ଆରୋପ କଲେ, ତାହା ସ୍ପଷ୍ଟ ସୂଚାଇ ଦେଉଥିଲା ଯେ, ଉଭୟ ସରକାରରେ ଥିବା ଓ ବିରୋଧି ଆସନରେ ଥିବା ଜାତୀୟ ଦଳ ବିଜେପି ଓ କଂଗ୍ରେସ ସହିତ ଷଷ୍ଠ ନିର୍ବାଚନ ଅନୁଷ୍ଠିତ ହେବା ପର୍ଯ୍ୟନ୍ତ, ଯେତେଦୁର ସମ୍ଭବ କୌଣସି ବୁଝାମଣା ହେବା ଆଶା କମ୍ । ବରଂ ବିଜେଡିର ରାଜ୍ୟରେ ପ୍ରାର୍ଥମିକ ସଦସ୍ୟ ସଂଖ୍ୟା ଏକ କୋଟି ଅତିକ୍ରମକରିଛି ବୋଲି ବୈଠକରେ ସୂଚନା ଦେବା ସହିତ ରାଜ୍ୟ ଓ ଦେଶ ବାହାରେ ରହିଥିବା ଓଡ଼ିଆ ମାନଙ୍କୁ ଦଳରେ ଅନ୍ଲାଇନ୍ ସଦସ୍ୟ କରିବା ନିମିତ ପ୍ରସ୍ତାବ ପାରିତ ହୋଇଥିଲା । କେତେକ ନେତାମାନେ କହିବା ଅନୁଯାୟୀ ଷଷ୍ଠ ଥର ବିଜେଡି ଶାସନ ଗାଦିରେ ରହିବା ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ଲାଗି ଏବେ ଠାରୁ ପ୍ରକ୍ରିୟା ଆରମ୍ଭ ହେବ । ରବିବାର ଏହି ବୈଠକରେ ଦଳର ସବାପତି ଶ୍ରୀ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ମଧ୍ୟମରେ ସମାପତୀତ୍ୟ କରି କହିଥିଲେ ଯେ, ବିଜେଡି ହେଉଛି । ଲୋକଙ୍କ ଦଳ ଓ ସେମାନଙ୍କ ସେବାରେ ସମର୍ପିତ । ଦଳୟୀୟ କର୍ମକତାମାନେ ପ୍ରତିଦିନ ଲୋକଙ୍କ କାମ କରିବାକୁ ସେ ଅହ୍ୟାନ ଦେଇଥିଲେ । ଏଥିରେ ସଙ୍ଗଠନିକ ସମ୍ପଦକ ପ୍ରଣବ ପ୍ରକାଶ ଦାସ ଓ ବରିଷ୍ଠ ନେତା ଉଷା ଦେବୀ, ପ୍ରଫୁଲ୍ଲ ସାମଲ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ୍ଲ ମଲ୍ଲିକ, ନିରଞ୍ଜନ ପୂଜାରୀ, ଅଶୋକ ପଣ୍ଡା, ଦେବୀ ମିଶ୍ର, ସମୀର ରଞ୍ଜନ ଦାସ ଓ ଅତୋନୁ ସବ୍ୟସାଚୀ ନାୟକ ଓ ମାନସ ରଞ୍ଜନ ମଙ୍ଗରାଜ ପ୍ରମୁଖ ଦଳୀୟ ସଭାପତିଙ୍କ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା କିପରି ବଢ଼ିବାରେ ଲାଗିଛି, ସେ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଦଳୀୟ କର୍ମୀ ଓ ନେତାମାନେ ପ୍ରତ୍ୟେକ ଲେକଙ୍କୁ ଅବଗତ କରାଇବା ଉଚିତ ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଭାରତ ଏକ ଉପମହାଦେଶ କହିଲେ ଅତୁ୍ୟକ୍ତି ହେବନାହିଁ । ଏଠାରେ ୧୪୦ କୋଟି ଲୋକ ୨୯ଟି ରାଜ୍ୟ ଓ ବିଭିନ୍ନ କେନ୍ଦ୍ର ଶାସିତ ଅଂଚଳରେ ବସବାସ କରୁଥିଲା ବେଳେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ନିତ୍ୟାନ୍ତ ଜରୁରୀ । ତା ବ୍ୟତିତ ବିଶ୍ୱରେ ଭାରତର ପରିଚିତି ଲାଗି ଦେଶର ଏକତା ଓ ଅଖଣ୍ଡତା ସର୍ବାଦୌ ଆବଶ୍ୟକ । ଆଂଚଳିକ ଦଳ ଗୁଡିକ ତାହା କରିପାରିବେ ନାହିଁ ବୋଲି ଭାବିବା ଠିକ୍ ନୁାହେଁ । ଏହା ଅତୀତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜ୍ୟୋତି ବସୁ ପ୍ରମାଣ କରିଯାଇଛନ୍ତି । ତେଣୁ ନବୀନ ପଟ୍ଟନାୟକଙ୍କ ନେତ୍ୱତରେ ଆଂଚଳିକ ଦଳ ବିଜେଡି ଯେ ରାଜ୍ୟର ବିକାଶ ଲାଗି କାର୍ଯ୍ୟକରି ପାରିବ ନାହିଁ, ତାହା ଭାବିବା ସମ୍ପୁନ୍ନ ଭୁଲ୍ ।

Comments (0)
Add Comment