ସଚେତନତା ଲୋଡା

ଦେଶରେ କରେନା ଭୁତାଣୁ ସଂକ୍ରମଣ ହୁହୁ ହୋଇ ବଢିଚାଲିଥିବା ବେଳେ ଦେଶର ୨୧୩ଟି ପ୍ରଭାବିତ ରାଷ୍ଟ୍ରଙ୍କ ମଧ୍ୟରେ ଭାରତ ଏବେ ତୃତିୟ ସ୍ଥାନରେ ରହିଛି । କହିବା ବାହୁଲ୍ୟ ଯେ, ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ଲକ୍ଷ ୭୦ ହଜାରରେ ପହଞ୍ଚି ଗଲାଣି । ଏହା ନିଶ୍ଚିତ ଯେ, ଭାରତ ଭଳି ଏକ ବିଶାଳ ଜନ ବହୁଳ ରାଷ୍ଟ୍ରରେ ଦୀର୍ଘ କାଳୀନ ଲକଡାଉନ(ତାଲାବନ୍ଦ) ଯୋଗୁଁ ଭୁତାଣୁ ସଂକ୍ରମଣ ମନ୍ଥର ହୋଇଥିଲା ସତ କିନ୍ତୁ ବ୍ୟାପକ ସଂଖ୍ୟାରେ ପରୀକ୍ଷା, ଟ୍ରେସିଂ, ସଂକ୍ରମିତଙ୍କ ସଂଗରୋଧ ଏବଂ ସେମାନଙ୍କର ଅନ୍ୟସହ ସଂପର୍କ ଠାବ ଅଭାବରୁ ଦେଶରେ ଆଜି ସଂକ୍ରମଣ ବେଳୁ ବେଳ ପ୍ରବଳ ହେବାରେ ଲାଗିଛି । ଉଲ୍ଲେଖ୍ୟ ଯୋଗ୍ୟ ଯେ, ଜୁଲାଇ ୧ଦିନ ସଂକ୍ରମଣ ୧ନିୟୁତରେ ପହଞ୍ଚିବାକୁ ୧୬୮ଦିନ ନେଇ ଥିବାବେଳେ ଏହାର ମାତ୍ର ୨୧ ଦିନ ପରେ ଅର୍ଥତ ଅଗଷ୍ଟ ୬ତାରିଖରେ ଦ୍ୱିଗୁଣିତ ହୋଇଛି । ଅର୍ଥାତ ସଂକ୍ରମଣ ୨ନିୟୁତରେ ପହଞ୍ଚିଛି । କେବଳ ସଂକ୍ରମଣ ନୁହେଁ ମୃତକ ସଂଖ୍ୟା ସେହି ଅନୁପାତରେ ବଢିଚାଲିଛି । ଜୁଲାଇ ୧୬ ତାରିଖ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୫,୫୯୯ ଥିବା ବେଳେ ଅଗଷ୍ଟ ୬ରେ ୪୧, ୬୪୧ରେ ପହଞ୍ଚିଥିଲା । ଏବେ ମାତ୍ର ମୃତ୍ୟୁ ସଂଖ୍ୟା ୭୫ହଜାର ଅତିକ୍ରମ କରିଛି । ଚଳିତ ସପ୍ତାହରେ ଦୈନିକ ମୃତୁ୍ୟ ସଂଖ୍ୟା ୧୦୦୦ ଅତିକ୍ରମ କଲାଣି । ସେପ୍ଟେମ୍ବରରେ ଦୈନିକ ମୃୁତ୍ୟ ସଂଖ୍ୟା ୧୧୦୦ ଡେଇଁ ଗଲାଣି । ସ୍ମରଣ ଯୋଗ୍ୟଯେ, ଜୁଲାଇ ମଧ୍ୟଭାଗ ସୁଦ୍ଧା ଦୈନିକ ସଂକ୍ରମଣ ସଂଖ୍ୟ ୫୦ହଜାର ଅତିକ୍ରମ କରିଛି । ଏବେ ଅଗଷ୍ଟ ୬ତାରିଖ ଠାରୁ ସଂକ୍ରମଣ ୯୦,୦୦୦ ଉପରେ ରହିଛି । କେବଳ ସେତିକି ନୁହେଁ, ଅଗଷ୍ଟ ୩ତାରିଖ ଠାରୁ ଦେଶରେ ଦୈିନିକ ସଂକ୍ରମଣ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ବଳିଗଲାଣି । ଦୈିନିକ ସଂକ୍ରମଣରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି । ଦେଶରେ ଦୈିନିକ ସଂକ୍ରମଣ ବଢିଚାଲିଥିବା ସମୟରେ ଗତ ୭ଦିନର ହାରାହାରି ଟେଷ୍ଟହାର ମାତ୍ର ୯.୪% ରହିଛି । ସରକାରୀ ରିପୋର୍ଟରୁ ଜଣାଯାଏ ଯେ, ପ୍ରତି ୧ନିୟୁତ ଅର୍ଥାତ ୧୦ଲକ୍ଷ ଜନ ସଂଖ୍ୟାରେ ଦୈିନିକ ପରୀକ୍ଷାହାର ମାତ୍ର ୧୪ହଜାର ରହିଛି । ଦିଲ୍ଲୀ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ମ୍ମ ଦୈିନିକ ଦୃତ ଗତିରେ ଆଂଟିଜେନ ଟେଷ୍ଟ ବଢିଚାଲିଛି । ତେବେ ଆଂଟିଜେନ ଟେଷ୍ଟରେ ମନ୍ଥରତା ବା ସ୍ୱଳ୍ପ ସଂଖ୍ୟକ ଟେଷ୍ଟ ଦିଲ୍ଲୀରେ ପଜିଟିଭ ହାର ହ୍ରାସ କରିବାରେ ସାହାଯ୍ୟ କରିଛି । ଏହା ହୋଇପାରେ ମାତ୍ର ସଂକ୍ରମଣ ହାର ହ୍ରାସ କରିବାରେ ଏହା ବିଶେଷ କିଛି ସହାୟକ ହୋଇନଥିବା ମନେହୁଏ । ଏହା ନିଶ୍ଚିତ ଯେ, ଦେଶରେ ଏବେ ଯେପରି ସଂକ୍ରମଣ ବଢିଚାଲିଛି, ତାହା ଗୋଷ୍ଠୀ ସଂକ୍ରମଣ ଠାରୁ କୌଣସି ଗୁଣରେ କମ୍ ନୁହେଁ । ତେବେ ଦେଶରେ ଗୋଷ୍ଠୀ ସଂକ୍ରମଣ ନେଇ ସରକାରୀ ଭାବେ କିଛି କୁହାଯାଇ ନାହିଁ । ଦୀର୍ଘ ୬୮ ଦିନର ଲକଡାଉନ ପରେ ଦେଶରେ ଏବେ ଅନଲକ ୩ ଚାଲିଛି । ବହୁ କଟକଣା କୋହଳ ହୋଇଛି । ଦୀର୍ଘ ଦୁଇ ମାସ ଧରି ଠପ୍ ହୋଇଥିବା ଜୀବନ ଜୀବୀକା କ୍ରମଶଃ ସ୍ୱଭାବିକ ହୋଇଛି । ଅନ୍ୟ ପକ୍ଷରେ ସର୍ବାଧିକ ସଂକ୍ରମଣ ଅଞ୍ଚଳରେ ସଟଡାଉନ ବଳବତର ରହିଛି । ଏଥି ସହ ମାସ୍କ ପରିଧାନ ବା୍ମତା ମୁଳକ, ସାମାଜିକ ଦୁରତା ରକ୍ଷା, ଭିଡ ଏଡାଇବା, ମବାରମ୍ବାର ହାତ ଧୋଇବା ଏହା ପ୍ରତିସେଧକ ହୋଇଥିବା ବେଳେ ବର୍ତମାନ ସୁଦ୍ଧା କୌଣସି ବଟିକା ବାହାରି ନାହିଁ । ଭାରତ ସମେତ ବିଶ୍ୱର ବହୁ ଧନୀ ରାଷ୍ଟ୍ର ଟିକା ବାହାର କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ସଂପ୍ରତିକ ବିଜ୍ଞାନ ଯୁଗରେ କରୋନା ଟିକା ବାହାରିବା କିଛି ଅସମ୍ଭବ ନୁହେଁ । ତେବେ ଟିକାର ବ୍ୟବହାର ଏତେ ସହଜ ନୁହେଁ । ଏଥିପାଇଁ ଆମକୁ ଧୈର୍ଯ୍ୟ ଓ ସଂଜମତା ପ୍ରଦର୍ଶନ କରିବା ଜରୁରୀ ଯେଉଁ ଭଳି ଧୈର୍ଯ୍ୟ, ସଂଜମତା, ସଚେତନତା ଲକଡାଉନ ସମୟରେ ପ୍ରଦର୍ଶନ କରିଥିଲେ । ଚଳିତ ମାସ ସୁଦ୍ଧା କରୋନା ଭୁତାଣୁ ସଂକ୍ରମଣ ହ୍ରାସ ପାଇବା ବିଶାରଦମାନେ ଆଶା କରୁଥିଲେ ମ୍ମ ଆମକୁ କରୋନା ସହିତ ବଞ୍ଚିବାକୁ ହେବ, ଏହା ନିଶ୍ଚିତ ।

Comments (0)
Add Comment