ସତ ହୋଇଥିଲେ ସାଂଘାତିକ

ଆମ ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ- ୧୯୫୫କୁ ସଂଶୋଧନ କରିବା, କଂଟ୍ରାକ୍ଟ ଫାର୍ମିଂ ଏବଂ ଇ-ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟ ଗୁଡିକୁ ଭାଙ୍ଗିବା ଇତ୍ୟାଦି ନିମିତ ଯେଉଁ ବିଧେୟକ ଗୃହିତ କରାଯାଇଛି, ତାହା ବିରୋଧରେ ସେପ୍ଟେମ୍ବର ୨୫ ଶୁକ୍ରବାର ସାରାଦେଶରେ କୃଷକମାନେ ଆନେ୍ଦାଳନ କରିଥିଲେ । ଏହାର ପ୍ରଭାବ ପଞ୍ଜାବ ଓ ହରିୟାନ ସମେତ ଓଡ଼ିଶା ଉପରେ ବ୍ୟାପକ ଭାବେ ପଡିଛି । ଆମ ରାଜ୍ୟରେ ପ୍ରାୟ ୧୫ଟି କୃଷକ ସଂଗଠନ ଓ ୮ଟି ବାମପନ୍ଥି ଦଳ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ଓ ସ୍ୱୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏପରି କି କୃଷି ଭବନ ଆଗରେ ବହୁ କୃଷକ ସଂଗଠନ ବିକ୍ଷୋଭ ପ୍ରଦର୍ଶନ ସହିତ ସ୍ଲୋଗାନ ମାନ ଦେଇ ଥିଲେ । ସେମାନେ ବିକ୍ଷୋଭ କରିବା ସହିତ ସୁଚାଇ ଦେଇଥିଲେ ଯେ, ନୂତନ ଆଇନ କାର୍ଯ୍ୟକାରୀ ହେଲେ ଭାଗଚାଷୀ ସମ୍ପପୂର୍ଣ୍ଣ ଲୋପ ପାଇଯିବେ । ଏଥିରେ ଚାଷୀକୂଳ ନିଜର ଅସଲ ପରିଚୟ ହରାଇବସିବା ଆଶଙ୍କା ଅଧିକ ରହିଛି । ରାଜ୍ୟର ୯୨ ପ୍ରତିଶତ ଚାଷୀ ଏଥିରେ ପ୍ରଭାବିତ ହେବେ ବୋଲି ଦାବି କରି ବିଭିନ୍ନ କୃଷକ ସଂଗଠନ ଭିନ୍ନ ଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟର ୨୨ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ବିରୋଧରେ ମଧ୍ୟ ଆନେ୍ଦାଳନ କରାଯାଇଛି ।
ତେବେ ଏଠାରେ ଆମର କହିବାର କଥା ହେଲା ଯେ ଚାଷୀର ମୌଳିକ ପରିଚୟ ଅକ୍ଷୁନ୍ନ ରହିବ କି ନା, ତାହା ହେଉଛି ଏବେ ବିରାଟ ପ୍ରଶ୍ନ । ଯଦି ସଂଶୋଧିତ କୃଷି ଆଇନ ଯୋଗୁ କୃଷକମାନକ ପରିର୍ବତେ କୋଟିପତି ଫାର୍ମ ହାଉସ ଓ ବଡ଼ ବଡ଼ ଚାଷୀ ସର୍ବାଧିକ ଲାଭବାନ ହେବେ, ତେବେ ଆମ ରାଜ୍ୟ ତଥା ଦେଶର କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ ଓ ଭୁମିହୀନ ଚାଷୀମାନେ କରିବେ କ’ଣ? ଆଗକୁ କୃଷି ସେମାନଙ୍କ ଜୀବନ ଓ ଜୀବିକାକୁ ବଂଚାଇପାରିବ ତ?

Comments (0)
Add Comment