ସମୟୋଚିତ ଯଥାର୍ଥ ନ୍ୟାୟ

ମହାମାରୀ କରୋନା ସାରା ବିଶ୍ୱର ଛାତିକୁ ଏବେ ବୋହଲାଇ ଦେଇଛି । ଏଥିରୁ ଆମ ଦେଶ ମଧ୍ୟ ବାଦ ପଡିନାହିଁ । ଆଜିର ଦିନରେ ଭରତରେ ମୋଟ ୧ଲକ୍ଷ୍ୟ ୬୯ ହଜାରା ୧୩୮ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୪୫୩୧ ଜଣଙ୍କ ମୃତ୍ୟୁ ଘଟିଛି । ଆମ ରାଜ୍ୟରେ ଓଡ଼ିଶାରେ ମଧ୍ୟ ମୋଟ ୧୬୬୦ରୁ ଅଧିକ ଆକ୍ରାନ୍ତ ହୋଇଥିଲା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୮୮୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭାରତ ବିଶ୍ୱର ସର୍ବବୃହତ ଜନବହୁଳ ଗଣତାନ୍ତ୍ରିକ ରାଷ୍ଟ୍ର । ଏଠାରେ ଏବେ ଲକ୍ଡାଉନ୍ ଯୋଗୁ ପରିସ୍ଥିତି ଉଦ୍ବେଗଜନକ ହୋଇନାହିଁ । ସେହି ପରି ଓଡ଼ିଶାରେ ମଧ୍ୟ ମୃତ୍ୟୁ ସଂଖ୍ୟା କମ୍ ରହିଥିଲା ବେଳେ ଦେଶ ତୁଳନାରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨.୮୬ ପ୍ରତିଶତ ରହିଛି । ପାଠକମାନେ ସମସ୍ଥେ ଜାଣନ୍ତି, ଆମ ଦେଶ ଭିତରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇ ମଜୁରି ଲାଗିବା, ବିଭିନ୍ନ କାରିଗରି କାର୍ଯ୍ୟକରିବା ଏବଂ ଘରୋଇ ଅନୁଷ୍ଠାନ ଓ ଶିଳ୍ପାଂଚଳରେ ଚାକିରି କରିଥାନ୍ତି । ଓଡ଼ିଶା ଭଳି ରାଜ୍ୟରୁ ମଧ୍ୟ ପ୍ରାୟ ୧୨ଲକ୍ଷ ଶ୍ରମିକ ବିଭିନ୍ନ ରାଜ୍ୟରେ କାମ କରୁଥିଲା ବେଳେ ଲକ୍ଡାଉନ୍ ଭିତରେ ସେମାନଙ୍କ ମଧ୍ୟରୁ ସ୍ୱଳ୍ପସଂଖ୍ୟକ ଏପର୍ଯ୍ୟନ୍ତ ଓଡ଼ିଶାକୁ ଫେରିଛନ୍ତି । ସେମାନଙ୍କ ଫେରିବା ବାଟରେ ବାଧକ ସାଜିଛି ଅର୍ଥ, ପରିବହନ, ଖାଦ୍ୟ ଓ ପରିବାର । କେବଳ ଓଡ଼ିଶା କ୍ଷେତ୍ରରେ ନୁହେଁ, ବିହାର, ଛତିଶଗଡ, ପ.ବଙ୍ଗ, ଆନ୍ଧ୍ର ଆଦି ରାଜ୍ୟରୁ ବହୁ ଶ୍ରମିକ ମହାରାଷ୍ଟ୍ର, ଦିଲ୍ଲୀ, ହିମାଚଳପ୍ରଦେଶ, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଆଦି ରାଜ୍ୟରେ ଶ୍ରମିକ ଥିଲା ବେଳେ ଏବେ ସେମାନେ ଘରକୁ ଫେରିବା କାଠିକର ପାଠ ପାଲଟିଛି । ତେବେ ଆମ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ମଧ୍ୟ ଦେଇ ସୁପ୍ରିମକୋର୍ଟ ନିଦେଶ ଜାରିକରି କହିଛନ୍ତି ଯେ ପ୍ରବାସୀ ଶ୍ରମିକ ମାନଙ୍କ ବସ୍ ଓ ଟ୍ରେନ୍ ଭଡା ଛାଡ କରି ସେମାନଙ୍କୁ ବାଟରେ ଖାଇବାକୁ ଦେଇ ସୁରକ୍ଷିତ ଭାବେ ସେମାନଙ୍କ ନିଜ ନିଜ ରାଜ୍ୟରେ ପହୁଂଚାଅ । ବିଭିନ୍ନ ରାଜ୍ୟ ସରକାର ଏଥିନେଇ ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ସର୍ବୋଚ୍ଚ କୋର୍ଟଙ୍କୁ ଜଣାଇବାକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଏହା ହେଉଛି ବାସ୍ତବରେ ଏକ ଯଥାର୍ଥ ନିର୍ଦେଶ । ଅନ୍ୟ ରାଜ୍ୟରେ ଗୋଟିଏ ରାଜ୍ୟରୁ ଯେତେ ଅଧିକ ଲୋକ କାମ କରନ୍ତି, ସେହି ତୁଳନାରେ ଶ୍ରମିକମାନଙ୍କ ନିଜ ମାତୃଭୁମିର ଅର୍ଥନୈତିକ କ୍ଷେତ୍ର ବଳଶାଳୀ ହୋଇଥାଏ ଓ ଅନ୍ୟରାଜ୍ୟରେ ମଧ୍ୟ ସେମାନେ ଅର୍ଥନୀତିକୁ ଆଗକୁ ନେବାରେ ସାହାର୍ଯ୍ୟ କରିଥାନ୍ତି । ତେଣୁ ଆଜି କରୋନା ମୁକାବିଲା ବେଳେ ସେମାନଙ୍କ ଗାଡିଭଡା ଓ ଖାଦ୍ୟର ମୂଲ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦେବା ଅଧିକ ଯଥାର୍ଥ ଓ ସମୟୋଚିତ ।

Comments (0)
Add Comment