ଧୂମକେତୁ ଲାଗି ସର୍ତକ ହୁଅନ୍ତୁ ସବୁ ଦେଶ । ଯେକୌଣସି ସମୟରେ ପୃଥିବୀରେ ମାଡ ହୋଇପାରେ ଧୂମକେତୁ । ଏଗୁଡିକର ସଂଖ୍ୟା ୧ ହୋଇାପାରେ ବା ଅନେକ । ଏ ପ୍ରକାରର ସତର୍କତା ଜାରି କରିଛନ୍ତି ମହାକାଶ ବିଜ୍ଞାନି । ତେବେ ପ୍ରତିବର୍ଷ ଜୁନ୍ ୩୦ରେ ପାଳନ କରାଯାଏ ବିଶ୍ୱ ଧୂମକେତୁ ଦିବସ । ୧୯୦୮ ଜୁନ୍ ୩୦ ରେ ଋଷିଆର ସାଇବେରିଆ ଅଂଚଳରେ ଥିବା ଟୁଙ୍ଗୁସ୍କା ରେ ମାଡ ହୋଇଥିଲା ଏକ ଛୋଟ ଧୂମକେତୁ । ଏହା ଥିଲା ଅତି ଭୟଙ୍କର ସ୍ଥିତି । ଧୂମକେତୁର ବିଭିସିକା ଜାଳିପୋଡି ଧ୍ୱସ୍ତ କରିଦେଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ବର୍ତମାନ ଯଦି ସେହି ଧରଣର ଧୂମକେତୁ ପୃଥିବୀରେ ମାଡ ହୁଏ ତେବେ ଏହା ଯେକୌଣସି ବଡ ସହର ଏପରିକି ଗୋଟିଏ ଗୋଟିଏ ଦେଶକୁ ପୁରା ପାଉଁଶ କରିଦେଇପାରେ । ସେହିବଳି ଏବେ ୨୦୨୦ ଏନଡି ) ୨୦୨୦ ଜୁଲାଇ ୨୪ ରେ ଆଉ ଏକ ଧୂମକେତୁ । ଏହା ପୃଥିବୀ ସସ୍ପର୍ଶରେ ଆସିବ କି ପୃଥିବୀକୁ ଅତିକ୍ରମ କରି ଚାଲିଯିବ ତାହା ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ଏଥିରେ ଏହା ମଧ୍ୟ କୁହାଯାଇଛି ଯଦି ଏହି ଧୂମାକେତୁ ପୃଥିବୀର ଅତି ନିକଟତର ହୋଇ ଅତିକ୍ରମ କରିବ ତା ହେଲେ ଏହା ପୃଥିବୀ ପ୍ରତି ବିଦଜନକ ହୋଇପାରେ । ଏହା ସହ ଆଉ ଦୁଇଟି ଧୂମକେତୁ (୨୦୧୬ ଡିୟାଇ୩୦ ଓ ୨୦୨୦ ଏମଇ୩) ପୃଥିବୀର ନିଟକତର ହେବା ନେଇ ସୂଚନା ମିଳିଛି । ତେବେ ସାମାନ୍ୟ ବଡ ଧରଣର ଧୂମକେତୁ ମାଡ ହେଲେ ସଙ୍କଟରେ ପଡିପାରେ ପୃଥିବୀର ଅସ୍ତିତ୍ୱ । ବର୍ତମାନ ବୈଜ୍ଞାନିକଙ୍କ ଲାଗି ବଡ ଚ୍ୟାଲେଞ୍ଜ ହେଉଛି ପୃଥିବୀଙ୍କ ପାଖରେ କେଉଁ କେଉଁ ଧୂମକେତୁ ଅଛନ୍ତି , ଓ ଏଗୁଡିକ ଠାରୁ ପୃଥିବୀ ପ୍ରତି କି ପ୍ରକାରର ସମ୍ଭାବ୍ୟ ବିପତି ରହିଛି । ସେ ସମ୍ପର୍କରେ ଜାଣିବା….
ବୈଜ୍ଞାନିକଙ୍କ କହିବା କଥା ପ୍ରତିଦିନ ପୃଥିବୀ ପୃଷ୍ଟକୁ ଅନେକ ଧୂମକେତୁ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକଂଶ କ୍ଷତିକାରକ ନୁହେଁ । ତା ଅର୍ଥ ଏହା ନୁହେଁ ଯେ ପୁଣି ଥରେ ଋଷିଆର ଟୁଙ୍ଗୁସ୍କା ଭଳି ଘଟଣା ନ ଘଟିବ । ତେବେ ଆମେ ଏବେ ବଡ ଧୂମକେତୁ ସମ୍ପର୍କରେ ଆଗୁଆ ସୂଚନା ପାଉଥିଲେ ବି ଏସମ୍ପର୍କରେ ଆଗୁଆ କି ପଦକ୍ଷେପ ନେଇପାରିବା ସେ ନେଇ କୌଣସି ଉପାୟ ବାହାରିନି । ଧୂମକେତୁ ହେଉଛି ଏକ ମହାଯାଗତିକ ବସ୍ତୁ । ଅନ୍ତରିକ୍ଷରେ ଅନେକ ମହାଜାଗତିକ ପିଣ୍ଡ ଘୁରି ବୁଲିଥାନ୍ତି । କେବେ କେବେ ଏହା ପରସ୍ପରର ପକ୍ଷପଥରେ ମିଳିତ ହୁଅନ୍ତି ।କୌଣସି କାରଣରୁ ପରସ୍ପରର ଆକର୍ଶଣ ଦ୍ୱାରା ଟାଣି ହୋଇ ପିଟି ହୁଅନ୍ତି ମଧ୍ୟ । ମହାକାଶରେ ପୃଥିବୀ ପାଖାପାଖି ଥିବା ଧୂମକେତୁ ଗୁଡିକ ପୃଥିବୀ ଦ୍ୱାରା ଆକର୍ଶିତ ହୋଇ ତିବ୍ର ଗତିରେ ଆସିଲେ ପୃଥିବୀର ବାୟୁମଣ୍ଡଳ ସହ ସଂଘର୍ଷରେ ଜଳିଯାଆନ୍ତି । କିନ୍ତୁ କେବେ କେବେ କିଛି ଧୂମକେତୁ ବା ଏହାର ଅବସେସାଂଶ ବାୟୁମଣ୍ଡଳରେ ମାଡ ହୋଇ ପୃଥିବୀ ପୃଷ୍ଟରେ ପହଂଚିଥାନ୍ତି । ପୂର୍ବରୁ ଅନେକ ଥର ପୃଥିବୀ ଏହାର ସମ୍ମୁଖୀନ ହୋଇସାରିଛି । ତେବେ କଣ ଘଟିଥିଲା ସେତେବେଳେ …. ୨୦୦୬ ଭି ଭି-୨ ୨୦୦୭ ମାର୍ଚ୍ଚ ୨୦ତାରିଖରେ ପ୍ରାୟ ୨କିଲୋମିଟର ବଡ ଏଇ ଧୂମକେତୁ ପୃଥିବୀର ଅତି ନିକଟତର ହୋଇଥିଲା । (୨୦୦୯ଡିଡି-୪୫) ୨୦୦୯ ମାର୍ଚ୍ଚ ୨ତାରିଖ ଏକ ବଡ ଧୂମକେତୁ ଯାହାର ବ୍ୟାସ ଥିଲା ୧୫-୨୦ମିଟର ଉଚ୍ଚତା ଥିଲା ୫୦-୭୦ ଫୁଟ । ପୃଥିବୀ ପୃଷ୍ଟରୁ ୬୩ହଜାର ୫ଶହ କି.ମି ଦୂରରୁ ଆସିଥିଲା ଏହି ଧୂମକେତୁ । ସେତେବେଳେ ସଂସ୍ପରେ ଆସିପାରି ନଥିଲେ ମଧ୍ୟ ୨୦୫୬ ମସିହାରେ ଏହା ପୁଣି ଥରେ ପୃଥିବୀର ନିକଟତର ହେବାର ରହିଛି ଆଶଙ୍କା । (୨୦୦୭ ଟିୟୁ ) ୨୦୦୮ ଜାନୁଆରୀ ୨୯ ତାରିଖରେ ୨୫୦ ମିଟର ଲମ୍ବ ଓ ୮୨୪ ଫୁଟ ଓସାର ଏହି ଧୂମକେତୁ ପୃଥିବୀର ନିକଟତର ହୋଇଥିଲା । ୫ଲକ୍ଷ ୫୪ହଜାର କିଲୋମିଟର ଦୂରରୁ ଆସିଥିବା ଏହି ଧୂମକେତୁ ବିଷୟରେ ୨୦୦୭ ଅକ୍ଟୋବରରେ ଜାଣିବାକୁ ପାଇଥିଲେ ବୈଜ୍ଞାନିକ ।
(୬୯୨୩୦ ହାରମ୍ମସ) ୧୯୩୭ ମସିହା ଅକ୍ଟୋବର ମାସ ଏହି ଧୂମକେତୁ ଯେତେବେଳେ ପୃଥିବୀକୁ ଅତିକ୍ରମ କଲା ଏହାର ଦୂରତା ଥିଲା ପାଖାପାଖି ଜହ୍ନ ଦୂରତାର ଦୁଇଗୁଣ । ୧୯୩୭ ମସିହା ଏହା ସମ୍ନାକୁ ଆସୁଥିବା ସୂଚନା ପାଇଥିଲେ ବୈଜ୍ଞାନିକ । ତେବେ କିଛି ସମୟ ପରେ ଏହା ଉଭାନ ହୋଇଯିବା ପରେ ବିଶ୍ୱବାସୀ ହୋଇଥିଲେ ଆଶ୍ୱସ୍ତ । ତେବେ ୨୦୦୩ରେ ଏହା ଉପରେ ପୁଣି ସୂଚନା ପାଇଲେ ବୈଜ୍ଞାନିକ ଆଉ ଜଣାପଡିଲା ଏହା ୧୯୪୨ ମସିହାରେ ଦ୍ୱିତୀୟଥର ପାଇଁ ପୃଥିବୀପୃଷ୍ଟର ନିକଟତର ହୋଇଥିଲା । (୨୦୦୫ ୟାଇୟୁ) ୨୦୦୫ ଡିସେମ୍ବରରେ ଏହି ଧୂମକେତୁ ବିଷୟରେ ସୂଚନା ପାଇଲେ ବୈଜ୍ଞାନିକ । (୧୯୯୮ ଡବ୍ଲୁ ଟି ୨୪) ୧୯୯୮ ନେଭେମ୍ବରରେ ଏହା ବିଶ୍ୱରେ ପ୍ରଥମଥର ଜାଣିବାକୁ ପାଇଥିଲେ ବୈଜ୍ଞାନିକ । ଏହି ଧୂମକେତୁ ପ୍ରାୟ ତିନି ଥର ପୃଥିବୀର ନିକଟତର ହୋଇସାରିଛି । ୧୯୯୮ ସହ ୧୯୫୬ ଓ ୨୦୧୧ ମସିହାରେ ଏହା ପୃଥିବୀର ଅତି ନିକଟକୁ ଆସିଯାଇଥିଲା । (୨୦୦୪ ଏକ୍ସପି-୧୪) ୨୦୦୬ ଜୁଲାଇ ୩ ତାରିଖରେ ୨୬୦ ମିଟର ଲମ୍ବ ଓ ୮୫୦ ଫୁଟ ଉଚ୍ଚ ଏକ ଧୂମକେତୁ ଉତର ଆମେରିକା ଦେଇ ଅତିକ୍ରମ କରିଥିବା ସମ୍ନାକୁ ଆସିଲା । ୨୬୮ ହଜାର ମାଇଲ ଦୂରରେ ଅତିକ୍ରମ କରିଥିବା ଏହି ଧୂମକେତୁ ଉପରେ କଡା ନଜର ରଖିଥିଲେ ବୈଜ୍ଞାନିକ । ଆଶଙ୍କା କରାଯାଉଥିଲା ଏହା ପୁଣି ଥରେ ପୃଥିବୀର ନିକଟତର ହୋଇପାରେ । ତେବେ ଭବିଶ୍ୟତରେ ଏହା ଆଉ ଫେରିବାର ସମ୍ଭାବନା ନଥିବା ସୂଚନା ଦେଇଛନ୍ତି ବୈଜ୍ଞରନିକ । (୨୦୦୭ ପିଏ) ୨୦୧୨ ନଭେମ୍ବର ୫ତାରିଖ ରେ ୧.୬ କି.ମି ବଡ଼ ଏକ ଧୂମକେତୁ ପୃଥିବୀର ନିକଟତର ହେଉଥିବା ସମ୍ନାକୁ ଆସିଥିଲା । (୪୧୭୯ ଟଉଟାଟିସ୍ ) ୨୦୧୨ ଡିସେମ୍ବର ୧୨ରେ ୪.୬ କି.ମି ବଡ ଏଇ ଧୂମକେତୁ ବିଷୟରେ ଜାଣିବାକୁ ପାଇଲେ ବୈଜ୍ଞାନିକ । ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ସବୁଠୁ ବଡ ଏଇ ଧୂମକେତୁ ତେଣୁ ଯଦି ଏହା ପୃଥିବୀ ସଂସ୍ପର୍ଶକୁ ଆସିଥାନ୍ତା କେମିତି କ୍ଷତି ହୋଇଥାନ୍ତା ତାହା ଅନୁମାନ କରାଯାଇପାରେ । ଏହା ଆଶ୍ୱସ୍ତିକର ଯୋ ଏହା ପୃଥିବୀକୁ ଅତିକ୍ରମ କରିବା ବେଳେ ଏହାର ଦୂରତା ଥିଲା ଜହ୍ନର ଦୂରତାର୧୮ଗୁଣ ସଙ୍ଗେ ସମାନ । ୧୯୯୨,୧୯୯୬,୨୦୦୦,୨୦୦୪,୨୦୦୮ ଓ ୨୦୧୨ରେ ଏହା ପୃଥିବୀର ନିକଟତର ହୋଇଥିଲା । ବୈଜ୍ଞାନିକଙ୍କ ଅନୁସାରେ ଏହା ଯଦି ପୃଥିବୀକୁ ସ୍ପର୍ଶ କରେ ତେବେ ଭୟଙ୍କର ସୁନାମୀ ହେବାର ଆଶଙ୍କା ରହିଛି । କେବେବି ଏଭଳି ଧୂମକେତୁ ପୃଥିବୀକୁ ଛୁଏଁ ତେବେ ଡାକି ଆଣିବ ମହାପ୍ରଳୟ । ତେବେ ନିର୍ଦ୍ଧିଷ୍ଟ ଭାବେ କେବେ ଆସିବ କେଉଁଭଳି ଆସିବ ସେ ସମ୍ପର୍କରେ ମିଳିନି ତଥ୍ୟ ଏଯାଏଁ ଧୂମକେତୁ ମାଡ ହେବାର ସଠିକ ସୂଚନା ମିଳିନି । ଏହାଠାରୁ ଆଶା କରିବା ଏଭଳି ବିପଦି କେବେ ନଆସୁ