‘ଟିସି’ରୁ ‘ସିସି’

ମହେନ୍ଦ୍ର ସିଂ ଧୋନୀ ଏ ଦେଶର ଏକ ଜଣାଶୁଣା ବ୍ୟକ୍ତି । ଜୀବନର ଆଦ୍ୟଭାଗରେ ସେ ଖଡଗପୁର ଷ୍ଟେସନରେ ଟିକେଟ୍ କଲେକ୍ଟର ରୂପେ ଚାକିରୀ କରିଥିଲେ । କିନ୍ତୁ ପରବର୍ତି ପର୍ଯ୍ୟୟରେ ସେ କ୍ରିକେଟ ସେଲିବ୍ରିଟି ରୂପେ ଖ୍ୟାତି ଲାଭ କରିବା ସହିତ ଭାରତରେ ତାଙ୍କର ନାମ ବେଶ୍ ପରିଚିତି ଲାଭ କରିଥିଲା । ୨୦୧୪ରୁ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେବା ସହିତ ୨୦୨୦ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କେବଳ ଆଇପିଏଲ୍ ବ୍ୟତିତ ଅନ୍ୟ ସବୁ କ୍ରିକେଟ ମ୍ୟାଚରୁ ସେ ଅବସର ଗ୍ରହଣ କରିଥିଲେ । ଅବସର ନେବା ପୂର୍ବରୁ ୧୫ ବର୍ଷ ଧରି ସେ ଭାରତୀୟ କ୍ରିକେଟ ଟିମ୍ର ଏକ ସ୍ତମ୍ଭ ରୂପେ କାର୍ଯ୍ୟ କରିଆସୁଥିଲା । ୩୩୨ଟି ଆନ୍ତର୍ଜାତୀୟ ମ୍ୟାଚ୍ରେ ଅଧିନାୟକତ୍ୱ କରିଥିଲା ବେଳେ ଧୋନୀ ମଧ୍ୟ ୬୦ଟି ଟେଷ୍ଟ ମ୍ୟାଚ୍ ଏବଂ ୭୨ଟି ଟି-ଟ୍ୱେଂଟି ମ୍ୟାଚ୍ ସମେତ ୨୦୦ଟି ଦିନିକିୟ ମ୍ୟାଚ୍ର ଅଧିନାୟକ ରହିଥିଲେ । ୨୭ଟି ଟେଷ୍ଟ ମ୍ୟାଚ୍, ୧୧୦ଟି ଦିନକିଆ ମ୍ୟାଚ୍ ଏବଂ ୪୧ଟି ଟି-ଟ୍ୱେଂଟି ମ୍ୟାଚ୍ରେ ତାଙ୍କ ନେତୃତ୍ୱରେ ବିଜୟ ମିଳୁଥିଲା ବେଳେ ଟେଷ୍ଟ ମ୍ୟାଚ୍ରୁ ୪୮୭୬, ଦିନକିଆ ମ୍ୟାଚ୍ରେ ୧୦୭୭୩, ଟି-ଟ୍ୱେଂଟି ମ୍ୟାଚ୍ରୁ ୧୬୧୭ ରନ୍ ହାସଲ କରିଥିବା ଧୋନୀ ମଧ୍ୟ ୨୦୦୮ ଓ ୨୦୦୯ରେ ଆଇସିସି ଦ୍ୱାରା ଓଡିଆଇ ପ୍ଲେୟାର ଅଫ ଦି ଇୟର ରୂପେ ମନୋନିତ ହୋଇଥିଲେ । ୨୦୦୭,୨୦୦୮ରେ ରାଜିବ ଗାନ୍ଧି ଖୋଳରତ୍ନ ପୁରସ୍କାର, ୨୦୦୯ରେ ପଦ୍ମଶ୍ରୀ ଏବଂ ୨୦୧୮ରେ ପଦ୍ମବିଭୁସଣ ପୁରସ୍କାର ପାଇଥିଲେ । ତାଙ୍କର ବିଶେଷତ୍ୱ ହେଲା, ଭରତୀୟ ଟିମ୍ରେ ସେ ପ୍ରବେଶ କଲା ବେଳେ ତାଙ୍କର ରହିଥିବା ସ୍ୱତନ୍ତ୍ର କେଶବିନ୍ୟାସ ଯାହାକୁ ପାକିସ୍ତାନର ରାଷ୍ଟ୍ରପତି ଦେଖି ଅଭିଭୂତ ହୋଇଯାଇଥିଲେ ।ଅଧିନାୟକତ୍ୱ କଲା ବେଳେ କୌଣସି ମ୍ୟାଚ୍ରେ ସେ ତେବେ କ୍ରୋଧ ସମ୍ବରଣ କରିନପାରିବା କେହି କେବେ ଦେଖିନାହିଁ । ତେଣୁ ‘କ୍ୟାପଟେନ କୁଲ୍’ ରୂପେ ସେ ମଧ୍ୟ ଜଣାଶୁଣା । ତାଙ୍କ କ୍ୟାରିୟରରେ ସେ ମୋଟ୍ ୧୭୨୧୬ ରନ୍ କରିଥିଲା ବେଳେ ୧୩୦ଟି ଅର୍ଦ୍ଧଶତକ ଓ ୧୬ଟି ଶତକ ମାରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏପରିକି ସିମାନ୍ତକୁ ଯାଇ ସେନା ବାହିନୀରୁ ତାଲିମ ପାଇବା ସହ ବ୍ରିଗେଡିୟର ପାହ୍ୟା ହାସଲ କରିଛନ୍ତି । ଝାଡଖଣ୍ଡରେ ତାଙ୍କର ଘରକୁ ଅତ୍ୟନ୍ତ ମନୋରମ ଭାବେ ସୁଇମିଙ୍ଗ ପୁଲ ସହ ନିର୍ମାଣ କରିଛନ୍ତି । ତାଙ୍କର ସଉକ ହେଲା ବାଇକ୍ ଚଢିବା । ସେଥି ଯୋଗୁ ବୁଲେଟ୍ ସମେତ ପ୍ରାୟ ୭ଟି ବାଇକ୍ ସେଠାରେ ରହିଛି । ସଂକ୍ଷିପ୍ତରେ କହିଲେ, ପ୍ରଧାନମନ୍ତ୍ରୀ ମରେନ୍ଦ୍ର ମୋଦି ତାଙ୍କୁ ପତ୍ର ଲେଖୁ ସେଥିରେ ଯାହା ଉଲ୍ଲେଖ କରିଛନ୍ତି, ତାହାହିଁ ଧୋନୀଙ୍କ ବିଶେଷତ୍ୱ । ସେ ଲେଖିଛନ୍ତି, ‘ଯେପର୍ଯ୍ୟନ୍ତ ଆମେ ଜାଣିଛୁ ଯେ କେଉଁଠି ଆମେ ପହଂଚିପାରିଛୁ, ସେପର୍ଯ୍ୟନ୍ତ ଆମ ପାଇଁ କେଉଁଠୁ ଆସିଛୁ’ର କୌଣସି ପ୍ରାସଙ୍ଗିକତା ନଥାଏ । ଏହା ହେଉଛି ନୂତନ ଭାରତର ମନୋଭାବ ଯେଉଁଠାରେ ପରିବାର ନାମ ଓ କାମ ଯୁବ ଭାରତୀୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିନଥାଏ’ । ମୋଦି ଲେଖିଥିବା ପତ୍ର ଓ ଧୋନୀ ଲାଭ କରିଥିବା ସଫଳତାର ସମନ୍ୱୟ ହେଉଛି ଭାରତର ଉତର ପିଢି ଯେଉଁମାନେ ଆଗକୁ ମାଡିଚାଲିବା ଓ ବିକାଶର ସନ୍ଧାନ କରିବା ଲକ୍ଷ୍ୟରେ ସଦାସର୍ବଦା ବ୍ରତି କହିଲେ ଅତୁ୍ୟକ୍ତି ହେବନାହିଁ ।

Comments (0)
Add Comment