ସେପ୍ଟେମ୍ବର ୫ ଗୁରୁଦିବସ। ଏହାକୁ ପାଳନ କରିବାର ମୁଖ୍ୟ କାରଣ ହେଉଛି ସମାଜର ମେରୁଦଣ୍ଡ ଭାବେ ପରିଚିତ ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା। ଯାହାଙ୍କର ଅବଦାନ ସମାଜ, ଦେଶ ଏବଂ ଶିକ୍ଷା ପାଇଁ ଏକ ଆଶୀର୍ବାଦ ଅଟେ। ଗୁରୁଦିବସକୁ ସେପ୍ଟେମ୍ବର ୫ ତାରିଖରେ ପାଳନ କରିବାର ଏକ ପ୍ରଧାନ କାରଣ ରହିଛି। ସେପ୍ଟେମ୍ବର ୫ ହେଉଛି ଦେଶର ବହୁ ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ । ସେ ଏକ ଧାରରେ ବିଦ୍ୱାନ, ରାଜନିତୀଜ୍ଞ ଓ ଏକ ମହାନ ଶିକ୍ଷକ ଥିଲେ।
କୁହାଯାଇଛି – ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ , ଗୁରୁ ଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ , ତସ୍ମୈୟୀ ଶ୍ରୀ ଗୁରୁବେ ନମଃ। ଅର୍ଥାତ ଗୁରୁ ସମସ୍ତ ଈଶ୍ୱରଙ୍କ ସହ ସମାନ। ତେଣୁ ମନ୍ଦିର ଯେପରି ଭଗବାନଙ୍କ ଗୃହ ଆମେ ସେଠାରେ ଯାଇ ନତମସ୍ତକ କରି ନିଜର ଉନ୍ନତି ପାଇଁ କାମନା କରୁ ଗୁରୁ ମଧ୍ୟ ସେହିପରି ଆମକୁ ଜ୍ଞାନ ପ୍ରଦାନ କରି ଆମକୁ ଜୀବନର ଉପଯୁକ୍ତ ମାର୍ଗର ପ୍ରଦର୍ଶନ କରାଇଥାଆନ୍ତି। ତେଣୁ ସେହି ପବିତ୍ର ଚରଣରେ ନିଜର ମଥା ନୁଆଁଇ ଏହି ଗୁରୁଦିବସକୁ ପାଳନ କରିବା ହେଉଛି ଆମର ସୌଭାଗ୍ୟ। ଜାଣନ୍ତୁ କିଛି ପ୍ରେରଣାତ୍ମକ କଥା….
୧- ବହି ମିତ୍ରମାନଙ୍କ ମଧ୍ୟରେ ସବୁଠାରୁ ଶାନ୍ତ ଓ ସ୍ଥାୟୀ ମିତ୍ର। ଶିକ୍ଷାର ଭିନ୍ନ ଭିନ୍ନ ମାଧ୍ୟମରୁ ସବୁଠାରୁ ଧୈର୍ଯ୍ୟବାନ ଶିକ୍ଷକ ଅଟନ୍ତି।
୨ – ଦୁଇ ପ୍ରକାରର ଶିକ୍ଷା। ପ୍ରଥମ ଶାନ୍ତ ଓ ଅନ୍ୟଟି ଶକ୍ତ। ଦୁଇଟି ଯାକ ହିଁ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଆବଶ୍ୟକ।
୩ – ଶିକ୍ଷକ ଯେତେ ଦୟାଳୁ, ମିତ୍ର ସ୍ୱଭାବର ହେଲେ ମଧ୍ୟ ମନରେ ଶକ୍ତ ହେବା ଆବଶ୍ୟକ।
୪ – ଗୁରୁ ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରନ୍ତି, ମନୋରଞ୍ଜନ କରନ୍ତି, ଆପଣଙ୍କ ଅଜାଣତରେ ବହୁ କିଛି ଜ୍ଞାନ ଶିଖାଇ ଦେଇଥାଆନ୍ତି।
୫ – ଶିକ୍ଷକ ସର୍ବଦା ଛାତ୍ରଛାତ୍ରୀଙ୍କୁ ପ୍ରେରିତ କରିଥାଆନ୍ତି। ସଠିକ ମାର୍ଗରେ ଯିବାକୁ ପରାମର୍ଶ ଦେଇଥାଆନ୍ତି।
୬ – ଗୁରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଭାବନା ଓ ପ୍ରେରଣା ବିକଶିତ କରିଥାଆନ୍ତି ଯେ ଅସଫଳତା ସ୍ପର୍ଶ କରିପାରେ ନାହିଁ।
୭ – ରଚନା କଥା ଓ ଜ୍ଞାନରେ ପ୍ରସନ୍ନତା ଜାଗ୍ରତା କରିବା ଶିକ୍ଷକଙ୍କର ସର୍ବୋଚ୍ଚ କଳା।
୮ – ପ୍ରତ୍ୟେକ ବଞ୍ଚିବା ପାଇଁ ମାତାପିତାଙ୍କ ଋଣୀ। ମାତ୍ର ଉତ୍ତମ ଭାବେ ବଞ୍ଚିବା ପାଇଁ ଗୁରୁଙ୍କ ଋଣୀ।
୯ – ସ୍ୱପ୍ନର ଆରମ୍ଭ ସେଭଳି ଜଣେ ଶିକ୍ଷକଙ୍କ ଠାରୁ ଆରମ୍ଭ ହୋଇଥାଏ ଯେ ସର୍ବଦା ନିଜ ଶିଷ୍ୟଙ୍କ ମାନସିକ ରୂପେ ହାଲିଆ ହେବାକୁ ଦେଇନଥାଆନ୍ତି,ସଫଳତା ନିକଟକୁ ନେଇଯାଆନ୍ତି। ଏହାସହ କଠୋର ସତ୍ୟର ମଧ୍ୟ ସାହାରା ନିଅନ୍ତି।
୧୦ – ଜଣେ ଉତ୍ତମ ଶିକ୍ଷକ ଆଶାକୁ ପ୍ରେରିତ କରନ୍ତି, କଳ୍ପନାକୁ ପ୍ରଜ୍ୱୋଳିତ କରନ୍ତି, ଶିକ୍ଷା ଗ୍ରହଣ କରିବା ପ୍ରତି ଭଲ ଭାଇବା ସୃଷ୍ଟି କରନ୍ତି ।