ଖିଲାଡି କୁମାରଙ୍କ ସର୍ଟ ଫିଲ୍ମ ରିଲିଜ୍!

ମୁମ୍ବାଇ:- ସମଗ୍ର ଦେଶରେ କରୋନା ଭାଇରସର ପ୍ରଭାବ ବଢିବା କାରଣରୁ। ଏନେଇ ଫିଲ୍ମ ଏବଂ ଧାରାବାହିକର ସୁଟିଂ ମଧ୍ୟ ବନ୍ଦ ହୋଇଯାଇଛି। କିନ୍ତୁ ଲକଡାଉନ ମଧ୍ୟରେ ବଲିଉଡ ଖିଲାଡି କୁମାର ଏକ ସର୍ଟ ଫିଲ୍ମର ସୁଟିଂ କରିସାରିଛନ୍ତି, ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ଏହି ଫିଲ୍ମ ଜରିଆରେ ଅକ୍ଷୟ କୁମାର ଅନଲକ୍ ହେବା ପରେ କିପରି ଘରୁ ବାହାରି ଯାତ୍ରା କରିବେ ସେହି ସମ୍ପର୍କରେ ଲୋକମାନଙ୍କୁ ବୁଝାଇଛନ୍ତି। ଜାରି ରହିଥିବା ଲକଡାଉନରେ ଧିରେ ଧିରେ ନିୟମ କୋହଳ ହେବାରେ ଲାଗିଛି। ସେହିଭଳି ଅକ୍ଷୟ କୁମାର ହେଉଛନ୍ତି ସ୍ୱଚ୍ଛ ଭାରତ ଅଭିଯାନର ବ୍ରାଣ୍ଡ ଆମ୍ବାସେଡର ଏବଂ ଏହି କାମ ପାଇଁ ମଧ୍ୟ ସରକାର ତାଙ୍କୁ ଚୟନ କରିଛନ୍ତି।

ଅକ୍ଷୟ ଆର.ବାଲ୍କୀ ନିର୍ଦେଶିତ ଏକ ସର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସାବଧାନତାର ସହ କାମ କରିବା ପାଇଁ ସୂଚନା ଦେଇଛନ୍ତି।ଦେଢ ମିନିଟ୍ ର ଏହି ସର୍ଟ ଭିଡିଓରେ ଅକ୍ଷୟ କୁମାର ଗାଁର ପୁଅ ବବୁଲ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର ଦେଶରେ ଅନଲକ୍ ଆରମ୍ଭ ହେବା ପରେ ମାସ୍କ ପିନ୍ଧି ବାହାରକୁ ବାହାରିବା ସମୟରେ ଗାଁ ମୁଖିଆ ତାଙ୍କୁ ଅଟାକାଇ କହିଛନ୍ତି, ବର୍ତ୍ତମାନ ମହାମାରୀ ବ୍ୟାପିବାରେ ଲାଗିଛି କୁଆଡେ ବୁଲିବାକୁ ବାହାରିଲ। ସେହିସମୟରେ ବବୁଲ ଚରିତ୍ରରେ ଅଭିନୟ କରିଥିବା ଅକ୍ଷୟ କୁମାର କହିଛନ୍ତି, ବୁଲିବାକୁ ନୁହେଁ ବରଂ ପୂନର୍ବାର କାମକୁ ଯାଉଛି।

ଏହି ସମୟରେ ବବୁଲ ଲୋକମାନଙ୍କୁ କେଉଁ କଥା ଉପରେ ଧ୍ୟାନ ରଖିବାକୁ ହେବ ସେନେଇ ଉପଦେଶ ଦ୍ୱାରା ଦେଇଛନ୍ତି। ଅକ୍ଷୟ କହିଛନ୍ତି, ଯଦି ଆମେ ସର୍ବଦା ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ପରସ୍ପରଙ୍କ ଠାରୁ ଦୂରତା ରଖିବାର ନିୟମ ପାଳନ କରିବା ଦ୍ୱାରା ଏହି ରୋଗରୁ ରକ୍ଷା ପାଇପାରିବା। ଏହି ସର୍ଟ ଫିଲ୍ମ ପାଖାପାଖି ୩ ଘଣ୍ଟାରେ ସୁଟିଂ କରାଯାଇଥିଲା। ଏହି ଭିଡିଓରେ କେବଳ ଦୁଇ ଜଣ କଳାକାର ନଜର ଆସିଛନ୍ତି।

Comments (0)
Add Comment