ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇଲେ ବିଗ୍ ବି

ମୁମ୍ବଇ : ବଲିଉଡ଼ର ବାଦଶାହ ଅମିତାଭ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ପ୍ରତିଦିନ ପ୍ରଂଶସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି। ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି। ପ୍ରଂଶସକଙ୍କର ଏପରି ଭଲପାଇବା ଓ ସହଯୋଗ ପାଇଁ ସେ ଖୁବ ଖୁସି। ସଭିଁଙ୍କୁ ଜଣା ବିଗ୍ ବି ହସ୍ପିଟାଲରେ ରହିଲେ ମଧ୍ୟ ଲଗାତାର ସୋସିଆଲ ମିଡ଼ିଆ ଓ ଟ୍ୱିଟରରେ ନିଜ ପ୍ରଂଶସକଙ୍କ ସହ ଜଡ଼ିତ ହୋଇ ରହିଛନ୍ତି।ପ୍ରଂଶସକଙ୍କୁ ତାଙ୍କ ଭଲପାଇବା ଓ ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଓ କହିଛନ୍ତି ସେ କେବେ ମଧ୍ୟ ନିଜ ମନରୁ ଲୋକଙ୍କ ଭଲପାଇବା ଓ ସହଯୋଗକୁ ଭୁଲିପାରିବେ ନାହିଁ।
ବିଗ୍ ବି ଟ୍ୱିଟ କରି କହିଛନ୍ତି , ଆପଣ ଯେଉଁ ଭଲପାଇବା ଓ ସହଯୋଗ ପାଇଁ ମୋ ପ୍ରତି ହାତ ବଢାଇଛନ୍ତି, ତାହା ହିଁ ମୋର ଶକ୍ତି। ଏହାକୁ ମୁଁ ନିଜ ଭିତରୁ କେବେ ମଧ୍ୟ ଦୂର କରିବି ନାହିଁ। ଏଥିପାଇଁ ଭଗବାନ ମତେ ସବୁବେଳେ ସହାୟତା କରନ୍ତୁ। ଏହାସହ ଇଷ୍ଟାଗ୍ରାମରେ ମଧ୍ୟ ନିଜର କଥା କହି ଲେହିଛନ୍ତି, ଏହି ଜଲସା ଫାଟକ ସିଲ୍ଡ ରହିଛି, ସୁନଶାନ ରହିଛି, ମାତ୍ର ଆଶାରେ ସାରା ଦୁନିଆ ଚାଲିଛି। ଭଗବାନଙ୍କ ଇଚ୍ଛାରେ ସବୁକିଛି ପୂର୍ବଭଳି ହୋଇଯିବ ଓ ଭଲପାଇବାରେ ଭରି ଯିବ।
ଅମିତାଭଙ୍କ ଏହି ଟ୍ୱିଟପରେ ପ୍ରଂଶସକ ମଧ୍ୟ ଖୁବ ଖୁସି ହୋଇଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ଆପଣ ମୋ ସମେତ ଅନେକ ଲୋକଙ୍କ ଶକ୍ତି, ସମ୍ମାନର ପ୍ରତି ଅଂଶ ମୁଁ ଆପଣଙ୍କୁ ସମର୍ପିତ କରୁଛି। ମୁଁ ଭାବୁଛି ଆପଣ ଏହାକୁ ଦେଖିବେ। ଏଭଳି ବହୁ ବ୍ୟକ୍ତି ଅମିତାଭଙ୍କ ପାଇଁ ଟ୍ୱିଟ କରିଛନ୍ତି

Comments (0)
Add Comment