ଫେସ୍ ବୁକର ରଙ୍ଗ ନୀଳ କାହିଁକି ଜାଣନ୍ତି?

ନୀଳ ରଙ୍ଗର ଏଫ କୁ ଦେଖିଲେ ଆପେ ଆପେ ବୁଝି ହୋଇଯାଏ ଏହା ଫେସ୍ ବୁକ୍ ବୋଲି । ହେଲେ ଏହି ଏଫ୍ ର ରଙ୍ଗ ସବୁବେଳେ ନୀଳ କାହିଁକି? ଜାଶନ୍ତି କି ଏହା ପଛରେ ଥିବା ରହସ୍ୟ?
ଫେସବୁକ୍ ସିଇଓ ମାର୍କ ଜୁକରବର୍ଗ ୨୩ବର୍ଷ ବୟସରଙ୍କ ୨୦୦୮ ମସିହାରେ ଦୁନିଆର ସର୍ବକନିଷ୍ଠ ଯୁବ ଆରବପତି ହୋଇପାରିଥିଲେ । ଫୋବର୍ସ ଆକଳନ ଅନୁଯାୟୀ ସେତେବେଳେ ସେ ଧନୀ ତାଲିକାରେ ୭୮୫ ସ୍ଥାନରେ ଥିଲେ । ଜୁକରବର୍ଗ ଉଚ୍ଚ ବିଦ୍ୟାଳୟ ସ୍ନାତକ ସାରିବା ପୂର୍ବରୁ ଏଓଏଲ ଏବଂ ମାଇକ୍ରୋସଫ୍ଟ ସମେତ ଅନେକ କମ୍ପାନୀରୁ ଚାକିରି ଅଫର ପାଇଥିଲେ । ଏହାକୁ ପ୍ରତ୍ୟାଖ୍ୟାନ କରି ସେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟ ଯିବାକୁ ସ୍ଥିର କରିଥିଲେ । ହେଲେ ଏହି ଫେସବୁକ୍ ଲାଗି ଏଥିରୁ ଓହରି ଯାଇଥିଲେ । ଆଜି ଫେସ୍ବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ ଜନ୍ମଦିନରେ ଏପରି ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ତେବେ ଅନେକଙ୍କ ମନରେ ପ୍ରଶ୍ନ, ଫେସବୁକ୍ ରଙ୍ଗ ନୀଳ କାହିଁକି? ଏହାର କାରଣ ହେଲା ମାର୍କ ଜୁକରବର୍ଗ ଲାଲ୍ ଏବଂ ସବୁଜ ରଙ୍ଗକୁ ଠିକ୍ରେ ଦେଖି ପାରନ୍ତି ନାହିଁ । ମାତ୍ର ନୀଳ ରଙ୍ଗକୁ ଭଲ ଭାବେ ଦେଖିପାରନ୍ତି । ତେଣୁ ସେ ଏହାର ରଙ୍ଗ ନୀଳ ରଙ୍ଗକୁ ଭଲ ଭାବେ ଦେଖିପାରନ୍ତି । ସେଥିପାଇଁ ସେ ଏହାର ରଙ୍ଗ ନୀଳ ରଖିଛନ୍ତି । ତେବେ ଅନ୍ୟପଟେ ଜାଣିବାକୁ ଗଲେ ଜୁକରବର୍ଗ ୨୦୧୧ ମସିହା ପରଠାରୁ ଆମିଷ ଖାଇବା ଛାଡି ଦେଇଛନ୍ତି । ସେ କହିଛନ୍ତି ଆମିଷ ଖାଇବା ଅର୍ଥ ପଶୁଙ୍କୁ ହତ୍ୟା କରିବା । ତେବେ ସିଇଓଙ୍କ ବିଷ୍ଟ ନାମକ ଏକ ହଙ୍ଗେରିଆନ କୁକୁର ଅଛି । ଯାହାର ମଧ୍ୟ ଫେସବୁକ୍ ପେଜ୍ ରହିଛି । ଯେଉଁଥିରେ ଦୁଇ ମିଲିୟନ ପ୍ରଶଂସକ ଅଛନ୍ତି । ଜୁଲାଇ ୨୦୧୧ରେ ଜୁକରବର୍ଗ ଗୁଗୁଲ୍ ର ସହ-ପ୍ରତିଷ୍ଠାତା ଲ୍ୟାରି ପେଜ୍ ଏବଂ ସର୍ଗି ବ୍ରିନକ ଙ୍କୁ ଅତିକ୍ରମ କରି ଗୁଗୁଲ୍ର ସୋସିଆଲ ନେଟୱାର୍କ ସାଇଟରେ ସର୍ବାଧିକ ଅନୁସରଣକାରୀ ହୋଇଥିଲେ । ସେହିଭଳି ଜୁକରବର୍ଗ ପ୍ରତିଦିନ ପ୍ରାୟ ସମାନ ଧୂସର ରଙ୍ଗର ଫେସବୁକ୍ ଟି-ସର୍ଟ ପିନ୍ଧନ୍ତି । ସେ ବିଶ୍ୱାସ କରନ୍ତି ଯେ, ଏହି ରଙ୍ଗର ସର୍ଟ ତାଙ୍କର ସକାଳର ସମୟକୁ ବଂଚାଇଥିାଏ ।

Comments (0)
Add Comment