ମୁମ୍ବାଇ: ଦେଶରେ ଏବେ କରୋନା ସଂକ୍ରମଣ ମାଡି ଚାଲିଥିବା ବେଳେ ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଯେତିକି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ତା’ସହ ଅନେକଙ୍କ ରୋଜଗାର ମଧ୍ୟ ଛଡାଇ ନେଇଛି ଏହି କରୋନା। ଦିନ ମଜୁରୀଆମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ଏମାନଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ପୁଣିଥରେ ସହଯୋଗର ହାତ ବଢାଇଛନ୍ତି ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ। ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି କ୍ୟାଟ୍ରିନା। କ୍ୟାଟ ତାଙ୍କ ବ୍ରାଣ୍ଡ ‘କେ-ବ୍ୟୁଟି’ ଜରିଆରେ ଏହି ଶ୍ରମିକଙ୍କୁ ସାହାଯ୍ୟ କରିବାକୁ ଘୋଷଣା କରିଛନ୍ତି।