ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଫ୍ ସ୍ପିନର୍ ହରଭଜନ ସିଂ 2nd ପାଳି ଆରମ୍ଭ କରିବାକୁ ଯାଉଛନ୍ତି। କ୍ରିକେଟରେ ସଫଳ ହେବା ପରେ ସେ ଏବେ movie ମୁହାଁ ହୋଇଛନ୍ତି। ଜେପିଆର ଏବଂ ଶ୍ୟାମ ସୂର୍ଯ୍ୟାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଫେଣ୍ଡ୍ସିପ୍’ରେ ହରଭଜନ ଲିଡ୍ ରୋଲ୍ରେ ନଜର ଆସିବେ। ଏହାର ପୋଷ୍ଟର ରିଲିଜ୍ ହୋଇଯାଇଛି। ଫିଲ୍ମଟି ତାମିଲ ଭାଷାରେ ରିଲିଜ୍ ହେବ।
ଏହି ଫିଲ୍ମକୁ ନେଇ ସଚିନ ଏକ ମଜାଦାର ଟୁଇଟ୍ କରିଛନ୍ତି। ସେ ଫିଲ୍ମର ଏକ ପୋଷ୍ଟର ଟୁଇଟ୍ କରି ଫିଲ୍ମ ଷ୍ଟାଇଲ୍ରେ କହିଛନ୍ତି, ଯଦି ଫ୍ରେଣ୍ଡ୍ସିପ୍ କରିଛନ୍ତି ତେବେ ଏହି ଫିଲ୍ମ ଦେଖିବାକୁ ପଡିବ। ଏହି ଡାଇଲଗ୍ଟି ସଲମାନ ଏବଂ ଭାଗ୍ୟଶ୍ରୀଙ୍କ ଫିଲ୍ମ ‘ମେନେ ପ୍ୟାର କିୟା ଏକ ଡାଇଲଗ୍।
ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ହରଭଜନ ୧୦୩ଟି ଟେଷ୍ଟ ଖେଳି ୪୧୭ଟି ଉଇକେଟ, ୨୩୬ଟି ଏକଦିବସୀୟ ମ୍ୟାଚରୁ ୨୬୯ଟି ଉଇକେଟ୍ ଏବଂ ୨୮ଟି ଟି୨୦ ମ୍ୟାଚରୁ ୨୫ଟି ଉଇକେଟ୍ ହାସଲ କରିଛନ୍ତି। ହରଭଜନ ପ୍ରଥମ କ୍ରିକେଟର ଭାବେ ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ।