ନେହା କକ୍କର ଓ ରୋହନପ୍ରୀତ ସିଂଙ୍କ ମଧ୍ୟରେ ପ୍ରବଳ ଫାଇଟ୍‌

ମୁମ୍ବାଇ: ବଲିଓଡ଼ ଗାୟିକା ନେହା କକ୍କର ଓ ତାଙ୍କ ସ୍ବାମୀ ରୋହନପ୍ରିତ ସିଂ ଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ଦେଖିବାକୁ ମିଳିଛି । ଏହି ଯୋଡ଼ିଙ୍କ ବିବାହକୁ ମାତ୍ର 6 ମାସ ହୋଇଥିବା ବେଳେ ଦୁହିଁଙ୍କ ମଧ୍ୟରେ ବୁଝାମଣାର ଭୁଲ୍‌ ହୋଇଗଲା କି? ଏ ନେଇ ନେହା କକ୍କର ନିଜେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଯୋରଦାର ମାରପିଟ୍‌ ହେଉଥିବର ଦେଖିବାକୁ ମିଳିଛି । ଏହି ଭିଡିଓକୁ ଦେଖିଲା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଆସିଛି ଯେ, ବିବାହକୁ ମାତ୍ର 6 ମାସ ହୋଇଛି କି ନାହିଁ, ଆରମ୍ଭ ହୋଇଗଲାଣି ମରପିଟ୍‌ !

ପ୍ରକୃତ କଥା ହେଇଛି ନେହା କକ୍କର ଓ ରୋହନପ୍ରୀତ ସିଂଙ୍କ ଯୋଡ଼ି ପୁଣି ଥରେ ଧମାଲ୍‌ କରିବାକୁ ଯାଉଛନ୍ତି । ତେଣୁ ନେହା ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ତାଙ୍କର ଆଗାମୀ ମ୍ୟୁଜିକ୍‌ ଭିଡିଓ ‘ଖାଡ ତେନୁ ମେଁ ଦାସା’ର ଏକ ଝଲକ ଦେଖାଇଛନ୍ତି । ଏହି ଭିଡିଓରେ ଦୁହେଁ ମାରପିଟ୍‌ କରୁଥିବା ଦେଖାଯାଇଛି । ପ୍ରଶଂସକ ମାନେ ଏହି ଭିଡିଓ ଦେଖି ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି । ଏଥିରେ କେହି କେହି ବିବାହ ପରର ସ୍ଥିତି ବୋଲି ମଧ୍ୟ ଲେଖିଛନ୍ତି । ନେହାଙ୍କ ଏହି ଭିଡିଓରେ ରୋହନପ୍ରିତ କାନ୍ଦିବା ଓ ହାର୍ଟ ଇମୋଜି ଦେଇଛନ୍ତି । ଏହି ଭିଡିଓଣି ରିଲିଜ୍‌ ହେବାର ମାତ୍ର 2 ଘଣ୍ଟା ମଧ୍ୟରେ 5 ଲକ୍ଷ 40 ହଜାର ଲାଇକ୍‌ କରିଛନ୍ତି ।

Comments (0)
Add Comment