happy birthday ମିଥୁନ ଦା!

୬୮ ବର୍ଷ ବୟସରେ ପାଦ ଦେଲେ ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ତାଙ୍କୁ ସମସ୍ତେ ମିଥୁନ ଦା’ ବୋଲି ଡାକନ୍ତି। ମିଥୁନଙ୍କ ସଫଳତା ପଛରେ ଅନେକ ସଂଘର୍ଷଭରା କାହାଣୀ ରହିଛି।

୧୯୭୬ରେ ମିଥୁନ୍‍ ଚକ୍ରବର୍ତ୍ତୀଙ୍କ ପ୍ରଥମ ଫିଲ୍ମ ‘ମୃଗୟା’ ପରଦାକୁ ଆସିଥିଲା। ଆଦିବାସୀଙ୍କ ଜୀବନୀ ଉପରେ ଏହି ଫିଲ୍ମ ‘ବେଷ୍ଟ ଫିଲ୍ମ ଆୱାର୍ଡ’ ପାଇବା ସହ ମିଥୁନ୍‍ ବି ଜାତୀୟ ପୁରସ୍କାର ପାଇଥିଲେ। ମାତ୍ର ଏହି ଫିଲ୍ମଟି ବକ୍ସ ଅଫିସରେ ହିଟ୍‍ ନହେବାରୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ହତାଶ ହୋଇଯାଇଥିଲେ। ପ୍ରଯୋଜକ ରାଜେଶ୍ୱର ରାଓ ଏବଂ ନିର୍ଦ୍ଦେଶକ ମୃଣାଳ ସେନ୍‍ ମନସ୍ତାପ ମଧ୍ୟରେ ରହୁଥିଲେ। ମିଥୁନ୍‍ ମଧ୍ୟ ତାଙ୍କ ପାଉଣା ପାଇ ନଥିଲେ। କିଛିଦିନ ପରେ ଉଭୟ ପ୍ରଯୋଜକ ଏବଂ ନିର୍ଦ୍ଦେଶକ ପ୍ରଚାରକ ଆର୍‍ ଆର୍‍‍ ପାଠକଙ୍କୁ ଭେଟି ତାଙ୍କ ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କଲେ। ଆଉ ଏହି ଫିଲ୍ମ କେମିତି ଭଲରେ ଚାଲିବ ତାର ଦାୟିତ୍ୱ ନେବାକୁ ପାଠକ୍ଙ୍କୁ ନିବେଦନ କରିଥିଲେ। ପାଠକ୍ ନିର୍ଦ୍ଦେଶକ ମୃଣାଳ ସେନଙ୍କ ନିବେଦନକୁ ମନା କରିପାରି ନଥିଲେ। ଫଳରେ ଫିଲ୍ମଟି ମୁମ୍ବାଇ ବ୍ଲେଜ ଥିଏଟରରେ ସ୍କ୍ରିନିଂ ହୋଇଥିଲା। ଫିଲ୍ମଟି ସ୍କ୍ରିନିଂ ହେବା ପରେ ମିଥୁନ୍‍ ପାଠକଙ୍କୁ ଭେଟି ତାଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ କହିଥିଲେ। ପାଖରେ ଟଙ୍କା ନଥିବାରୁ ମୋତେ ସଂଘର୍ଷ କରିବାକୁ ପଡ଼ୁଛି ଏବଂ ଷ୍ଟେସନରେ ରହିବାକୁ ପଡ଼ୁଛି ବୋଲି ମିଥୁନ୍‍ କହିଥିଲେ।

Comments (0)
Add Comment