ଅକ୍ସଫୋର୍ଡ ଟିକାର ପରୀକ୍ଷା ପୁଣି ଆରମ୍ଭ

ଲଣ୍ଡନ: ଅକ୍ସଫୋଡ୍ ବିଶ୍ୱବିଦ୍ୟାଳୟର ଜେନର ଇନଷ୍ଟିଟ୍ୟୁଟ ଓ ବ୍ରିଟିସ କମ୍ପାନି ଆଷ୍ଟ୍ରାଜେନେକାର ମିଳିତ ସହଯୋଗରେ ବିକଶିତ ହେଉଥିବା କରୋନା ଟିକାର ପରୀକ୍ଷାଣ ପୁଣି ଥରେ ଆରମ୍ଭ ହୋଇଛି । ବ୍ରିଟେନର ଔଷଧ ଓ ସ୍ୱାସ୍ଥ୍ୟ ନିୟାମକ ସଂସ୍ଥା ମେଡିସିନ୍ସ ହେଲ ରେଗୁଲେଟୋରି ଅଥରିଟି (ଏମଏଚଆରଏ) ପକ୍ଷରୁ ଏଥିପାଇଁ ଅନୁମତି ଦିଆଯିବା ପରେ ଏଜେଡ୍ଡି ୧୨୨୨ କରୋନା ଟିକାର ପୁନଃ ପରୀକ୍ଷଣ ଆରମ୍ଭ କରାଯାଇଛି । ଏହି ଟିକାର ନୈଦାନିକ ପରୀକ୍ଷଣ ନିରାପଦ ବୋଲି ଏମଏଚଆର ସ୍ପଷ୍ଟ କରିଥିବା ବିଷୟ କମ୍ପାନି କହିଛି । ଗତ ବୁଧବାର ଆଷ୍ଟ୍ରାଜେନେକା ଟିକାର ନୈଦାନିକ ପରୀକ୍ଷଣକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା କରାଯାଇଥିଲା । ଲଣ୍ଡନରେ ପରୀକ୍ଷଣ ବେଳେ ଜଣେ ସ୍ୱେସ୍ଥସେବୀ ଅସୁସ୍ଥା ହୋଇ ପଡ଼ିବାରୁ ଟିକା ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା । କମ୍ପାନି ସ୍ୱେଚ୍ଛାକୃତ ଭାବେ ଏହାକୁ ସ୍ଥଗିତ ରଖିଥିବା ଘୋଷଣା କରିଥିଲା । ଏହା ପରେ ଉକ୍ତ ଟିକାର ସୁରକ୍ଷା ସମୀକ୍ଷା କରିବା ପାଇଁ ବ୍ରିଟେନରେ ଏକ ସ୍ୱାଧୀନ କମିଟି ଗଠନ କରାଯାଇଥିଲା । ତେବେ ଉକ୍ତ କମିଟି ଏହାର ଅନୁଧ୍ୟାନ ଇତିମଧ୍ୟରେ ଶେଷ କରି ଏମଏଚଆର ଏକୁ ଟିକାର ପରୀକ୍ଷଣ ଆରମ୍ଭ ନିରାପଦ ବୋଲି ସୁପାରିସ କରିଛି । ଏହାପରେ ଉକ୍ତ ଟିକାର ପରୀକ୍ଷଣ ପୁଣି ଥରେ ଆରମ୍ଭ ହୋଇଯାଇଛି । ପରୀକ୍ଷାଣରେ ଭାଗ ନେଇଥିବା ସ୍ୱେଚ୍ଛସେବୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପ୍ରତି କମ୍ପାନି ପ୍ରତିଶ୍ରୁତିବଦ୍ଧ ରହିଛି । ଏଥିସହିତ ନୈଦାନିକ ପରୀକ୍ଷଣରେ କମ୍ପାନି କାର୍ଯ୍ୟ ଜାରି ରଖିବ ବୋଲି ଆଷ୍ଟ୍ରାଜେନେକା କହିଛି । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରଜେନେକା କମ୍ପାନି ପକ୍ଷରୁ ପରୀକ୍ଷଣ କରାଯାଉଥିବା ଏହି ଟିକାର ପରୀକ୍ଷଣ ଭାରତରେ ପୁନେର ସିରମ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆ (ଏସଆଇଆଇ) ପକ୍ଷରୁ କରାଯାଉଥିଲା । ପୁନାୱାଲା ପ୍ରଥମେ କହିଥିଲେ । କିନ୍ତୁ ଭାରତର ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ କମ୍ପାନିକୁ ଏକ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା । ଏହାପରେ କମ୍ପାନି ଏହାର କୋଭିସିଲଡ୍ ଟିକାର ପରୀକ୍ଷଣକୁ ସ୍ଥଗିତ ରଖିବ ବୋଲି କହିଥିଲା ।

Comments (0)
Add Comment