ଆମେରିକାରେ ରାଷ୍ଟ୍ରପତି ଭୋଟ୍: ବାଇଡେନ୍-ଟ୍ରମ୍ପ କଡ଼ାଟକ୍କର

ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପ୍ଲବିକାନ୍ ପାର୍ଟି ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡ଼ାଟକ୍କର ହୋଇଥିବା ଜଣାଯାଇଛି । ଆମେରିକାର ମୋଟ୍ ୫୩୮ଟି ଇଲୋକ୍ରୋଟାଲ କଲେଜ୍ ମଧ୍ୟରୁ ୨୭୦ଟି ଇଲୋକ୍ରୋଟାଲ କଲେଜରେ ବିଜୟୀ ପ୍ରାର୍ଥୀ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଏବଂ ବୃହତ ଶକ୍ତି ଆମେରିକାର ରାଷ୍ଟ୍ରପତି ହେବେ । ବର୍ତମାନ ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ ୫୩୮ଟି ଇଲୋକ୍ରୋଟାଲ କଲେଜ୍ ମଧ୍ୟରୁ ବାଇଡେନ୍ ୨୩୮ଟିରେ ବିଜୟ ହୋଇଥିଲା ବେଳେ ଟ୍ରମ୍ପ ୨୧୩ଟିରେ ବିଜୟ ହୋଇଛନ୍ତି । ତେବେ ଉଭୟ ପ୍ରାର୍ଥୀ ୨୭୦ ଠାରୁ ବହୁ ଦୂରରେ ଅଛନ୍ତି । ତେବେ ଆମେରିକାର ରାଷ୍ଟ୍ରପତି କିଏ ହେବେ ସେ ନେଇ ନିର୍ବାଚନ ଫଳାଫଳ ଉପରେ ସମଗ୍ର ବିଶ୍ୱବାସୀଙ୍କର ଦୃଷ୍ଟି ନିବେଶ ହୋଇଛି । ଯିଏ ରାଷ୍ଟ୍ରପତିଭାବେ ନିର୍ବାଚିତ ହେବେ ଆଗାମୀ ୪ବର୍ଷ ପାଇଁ ସେ ବିଶ୍ୱର ଶକ୍ତିଶାଳୀ ନେତା ଭାବେ ଗଣନା ହେବେ । ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ୍ ବର୍ତମାନ ସୁଦ୍ଧା ୬କୋଟି ୭୪ଲକ୍ଷରୁ ଅଧିକ ଭୋଟ୍ ପାଇଥିଲା ବେଳେ ଟ୍ରମ୍ପ ୬କୋଟି ୪୫ ଲକ୍ଷରୁ ଅଧିକ ଭୋଟ ପାଇଛନ୍ତି । ତେବେ କରୋନା ମହାମାରୀ ଯୋଗୁଁ ପୋଷ୍ଟାଲ୍ ବ୍ୟାଲେଟ୍ରେ ବହୁ ସଂଖ୍ୟକ ଭୋଟ୍ ରହିଥିବାରୁ ଭୋଟ୍ ଗଣତିରେ ବିଳମ୍ବ ହୋଇଥିବା କୁହାଯାଇଛି । ଡେମୋକ୍ରାଟିକ୍ ଦଳର ପ୍ରାର୍ଥୀ ବାଇଡେନ୍ , ନିୟୁଜର୍ସିଆ, କାଲିପର୍ନିଆ, ୱାସିଂଟନ୍ ଆଦି ରାଜ୍ୟରେ ବିପୁଳ ବିଜୟ ହାସଲ କରିଥିଲା ବେଳେ ଟ୍ରମ୍ପ ଫ୍ଲୋରିଡା, ଟେକସାସ, ଲ୍ୱୋଆ ଆଦି ରାଜ୍ୟରେ ବିପଳ ବିଜୟ ହାସଲ କରିଛନ୍ତି । ନିଜ ସମର୍ଥକ ମାନଙ୍କୁ ଉଦ୍ବୋଦନ ଦେଇ ବାଇଡେନ୍ କହିଛନ୍ତିଯେ, ଆମେ ନିର୍ବାଚନ ଜିତିବାକୁ ଯାଉଛୁ ଯେ ପର୍ଯ୍ୟନ୍ତ ସମସ୍ତ ଭୋଟ ଗଣତି ହୋଇନାହିଁ ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ । ଭରସା ରଖନ୍ତୁ ଆମେ ଜିତିବା । ଆଶା ଅନୁସାରେ ଫଳାଫଳ ମିଳିବ ବୋଲି ବାଇଡେନ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଆମେ ନିର୍ବାଚନରେ ଜିତୁଛୁ ମାତ୍ର ଜାଲିଆତି କରି ଫଳାଫଳକୁ ଓଲଟା ପାଲଟା କରିବା ପାଇଁ ଉଦ୍ୟମ ହୋଇଛି । ଭୋଟ୍ ଗଣତି ବନ୍ଦ କରିବାକୁ ସେ ସୁପ୍ରିମକୋର୍ଟ ଯିବେ ବୋଲି ଘୋଷଣା କରିଛନ୍ତି । ଜିତିବାକୁ ଆବଶ୍ୟକ ୨୭୦ ଇଲୋକ୍ରୋଟାଲ କଲେଜ ଭୋଟ ପାଖାପାଖି ହୋଇ ନ ଥିଲେ ସୁଦ୍ଧା ଟ୍ରମ୍ପ କହିଛନ୍ତି , ସତ କହିବାକୁ ଗଲେ , ଆମେ ଏହି ନିର୍ବାଚନରେ ବିଜୟୀ ହୋଇଛୁ । ନିର୍ବାଚନ ପ୍ରକ୍ରିୟା ବନ୍ଦ କରାଇବାକୁ ଉଦ୍ୟମ କରିବା ସହ ରାତି ୨.୩୦ରେ ଅନୁଷ୍ଠିତ ଏହି ସଭାରେ ସମର୍ଥକମାନଙ୍କୁ ଉତ୍ସାହ ଦେଇ ଟ୍ରମ୍ପ କହିଲେ, ଆମେ ନିର୍ବାଚନରେ ବିଜୟୀ ହେବା । ଆମର ସ୍ଥିତି ଯାହା କହୁଛି , ଆମେ ନିର୍ବାଚନ ଜିତି ସାରିଛନ୍ତି । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ , ଡେମୋକ୍ରାଟ୍ମାନେ ଭୋଟ୍ ଜାଲିଆତି କରିଛନ୍ତି । ତେଣୁ ଭୋର୍ ୪ଟା ପରେ ଭୋଟ୍ ଗଣନା ବନ୍ଦ କରାଯାଉ । ଏ ସଂକ୍ରାନ୍ତରେ ସୁପ୍ରିମ୍ କୋର୍ଟରେ ଅଭିଯୋଗ କରିବାକୁ ଟ୍ରମ୍ପ ଗୁରୁତ୍ୱର ସହ ଚିନ୍ତା କରୁଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦିବା ସେ ଯାଆନ୍ତି , କେଉଁ ଆଧାରରେ ଯିବେ କାରଣ , ଭୋଟ ଗଣନା ପ୍ରକ୍ରିୟା ରାଜ୍ୟମାନଙ୍କ ପରିସରଭୁକ୍ତ ହୋଇଥିବାରୁ ଏହାକୁ ବନ୍ଦ କରାଇବାରେ ଆଇନର ବିଶେଷ ଭୂମିକା ନାହିଁ । ପୂର୍ବରୁ ଏଭଳି ଅନୁ୍ୟନ ଦୁଇଟା ମାମଲାର ବିଚାର ପାଇଁ ଯୁକ୍ତରାରଷ୍ଟ୍ର ଆମେରିକାର ସୁପ୍ରିମ କୋର୍ଟ ରାଜ୍ୟକୁ କହିଥିଲେ । ଭୋଟ୍ ଗଣତି ଚାଲିଥିବା ପେନସିଲଭାନିଆ , ମିଚିଗାନ୍, ୱିସକନସିନ୍ , ଜର୍ଜିଆ ଏବଂ ନର୍ଥ କାରୋଲିନା ଆଦି ରାଜ୍ୟରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବେ ବୋଲି ଟ୍ରମ୍ପ୍ ଦାବି କରିଛନ୍ତି । ସେ ଏତେ ସଂଖ୍ୟାରେ ବିଜୟ ହାସଲ କରିବେ ଯେ, ଡେମୋକ୍ରାଟମାନେ ତାଙ୍କ ପାଖାପାଖି ମଧ୍ୟ ପହଂଚିପାରିବେ ନାହିଁ । କିନ୍ତୁ ଡେମୋକ୍ରାଟମାନେ କହୁଛନ୍ତି କି , ପୂର୍ଣ୍ଣ ଗଣତି ଫଳାଫଳ ବିପରୀତ ହେବ ।ଆମେରିକାରେ ଗତ ୨୦୧୬ ତୁଳନାରେ ଅଧିକ ମତଦାତା ମତଦାନ କରିଥିବାରୁ ନିର୍ବାଚନ ଫଳାଫଳ ଘୋଷଣା ବିଳମ୍ବ ହେବା ସମ୍ବାବନା ରହିଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ଯଦି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୁଅନ୍ତି ନିର୍ବାଚନ ଫଳାଫଳ ଘୋଷଣାହେବ ବୋଲି ରାଜନୈତିକ ବିଶାରଦ ମାନେ ମତ ଦେଇଛନ୍ତି ।

Comments (0)
Add Comment