ବେଜିଂ: ଚାଇନାର ଉହାନରୁ କରୋନା ଭାଇରସ ବ୍ୟାପିଥିବା ଅଭିଯୋଗର ତଦନ୍ତ ପାଇଁ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଉଂଟରନାଲ କମିଟି । ଜାନୁଆରୀ ପ୍ରଥମ ସପ୍ତାହରେ ଏହି ଇଂଟରନାଲ କମିଟି ବେଜିଂ ଗସ୍ତ କରିବ । ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ଉହାନରୁ କରୋନା ବ୍ୟାପିଥିବା ଜଣାପଡିଛି । ଘଟଣାର ବର୍ଷ ପରେ ଏବେ ବେଜିଂ ଯିବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଇଂଟରନାଲ କମିଟି ।
ଏହି ଟିମ୍ ବେଜିଂରେ ପହଞ୍ଚିବା ପରେ ଏକାନ୍ତବାସରେ ରହିବେ । ଏହାପରେ ଉହାନ ଗସ୍ତ କରିବେ ବୋଲି ଡକ୍ଟର ମିଚେଲ୍ ରିଆନ୍ କହିଛନ୍ତି । ଏହି ମିଶନର ଲକ୍ଷ୍ୟ ହେଉଛି ଯେଉଁଠି ମଣିଷ ଶରୀରରୁ ଏହି ଘାତକ ଭାଇରସ ବ୍ୟାପିଛି ବୋଲି କୁହାଯାଉଛି ସେଠିକାର ସ୍ଥିତି ଅନୁଧ୍ୟାନ କରିବ ଏହି ଟିମ୍ ।
ସେହିପରି ଚାଇନା ସରକାରଙ୍କ ଅଧିକାରୀ କହିଛନ୍ତି, ଅନ୍ତର୍ଜାତୀୟ ଟିମ୍ ଉହାନ ଗସ୍ତରେ ଆସିବେ । ଚାଇନା ଅଧିକାରୀ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ।