ଟ୍ବେଣ୍ଟି ୨୦ ସିରିଜ୍ ହାତେଇବା ଲକ୍ଷ୍ୟରେ ଭାରତ, ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି

ସିଡ୍‌ନୀ: ୨ୟ ଟ୍ବେଣ୍ଟି୨୦ ମ୍ୟାଚରେ ଭାରତ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି। କ୍ରମାଗତ ୨ଟି ବିଜୟ ପ‌ରେ ଭାରତୀୟ ଖେଳାଳି ଅତ୍ୟନ୍ତ ଉତ୍ସାହିତ ମନେ ହେଉଛନ୍ତି। ୨ୟ ଟ୍ବେଣ୍ଟି୨୦ ଜିତି ସିରିଜ୍ ହାତେଇବା ସହ ଦିନିକିଆ ସିରିଜ୍‌ ପରାଜୟର ପ୍ରତିଶୋଧ ନେବାକୁ ଭାରତୀୟ ଦଳ ପ୍ରୟାସ କରିବ। ଆହତଗତ ସମସ୍ୟା ଏବଂ କ୍ରମାଗତ ୨ୟ ପରାଜୟ ଯୋଗୁଁ ଅଷ୍ଟ୍ରେଲିଆର ଦୁର୍ବଳ ମନୋବଳର ଫାଇଦା ଉଠାଇବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ।

ଭାରତ ପକ୍ଷରୁ  ଦ୍ରୁତ ବୋଲର ମହମ୍ମଦା ସାମିଙ୍କୁ ବିଶ୍ରାମ ଦେଇ ତାଙ୍କ ବଦଳରେ ୟଜୁବେନ୍ଦ୍ର ଚହଲଙ୍କୁ ସାମିଲ୍ କରାଯାଇଛି। ସେହିପରି ଆଘାତ ପ୍ରାପ୍ତ ମନୀଷ ପାଣ୍ଡେଙ୍କ ବଦଳରେ ଶ୍ରେୟସ ଆୟାର ଦଳକୁ ଫେରିଛନ୍ତି।

ସେପଟେ ଆଘାତ କାରଣରୁ ଅଷ୍ଟ୍ରେଲିଆର ଦଳର  କ୍ୟାପଟେନ ଆରୋନ ଫିଞ୍ଚ ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ତାଙ୍କ ସ୍ଥାନରେ ଓ୍ୱିକେଟ କିପର ବ୍ୟାଟସମ୍ୟାନ ମାଥ୍ୟୁ ଓ୍ୱେଡ୍ ନେତୃତ୍ୱ ନେଉଛନ୍ତି। ସେହିପରି ଘରୋଇ ଦଳର ଦ୍ରୁତ ବୋଲର ଜୋଶ୍ ହାଜଲହୁଡ ବିଶ୍ରାମ ନେଇଥିବାରୁ ତାଙ୍କ ବଦଳରେ ଆଣ୍ଡ୍ର୍ୟୁ ଟାଏ ଖେଳୁଛନ୍ତି।

ଭାରତ ଖେଳିଥିବା ଗତ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଅପରାଜିତ ରହିଛି। ଭାରତ ୯ଟି ଜିତିଛି ଏବଂ ଗୋଟିଏ ବାତିଲ ହୋଇଛି। କ୍ରମାଗତ ୧୦ମ ବିଜୟ ଲକ୍ଷ୍ୟରେ ଭାରତ ରହିଛି। ପ୍ରଥମ ୨ଟି ଦିନିକିଆ ପରି ଏହି ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ସିଡ୍‌ନୀ ପିଚ୍‌ରେ ଅଧିକ ରନ୍‌ହେବା ନିଶ୍ଚିତ।

Comments (0)
Add Comment