ସିଓଲ: କ୍ଷମତାର ଦୁରୁପଯୋଗ ଓ ଦୁର୍ନୀତି ତଥା ଲାଂଚ ଅଭିଯୋଗରେ କ୍ଷମତାଚୁ୍ୟତ ହେବା ସହ କାରାବାସ ଭୋଗୁଥିବା ଦକ୍ଷିଣ କୋରିଆର ପୂର୍ବତନ ରାଷ୍ଟ୍ରପତି ପାର୍କ ଗିଉନ୍ ହାଏଙ୍କୁ ଆଉ ୨୦ ବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ଥିବା ପାର୍କଙ୍କ ବିରୋଧରେ ୨୦୧୭ରେ ପ୍ରବଳ ଜନ ଆନେ୍ଦାଳନ ପରେ ସେ ମହାଭିଯୋଗ ପ୍ରସ୍ତାବରେ କ୍ଷମତାଚୁ୍ୟତ ହୋଇଥିଲେ । ସେହିବର୍ଷ ଅଦାଲତ ତାଙ୍କୁ ୩୦ ବର୍ଷ କାରଦଣ୍ଡାଦେଶ ଶୁଣାଇଥିଲେ । ଏହି ମାମଲାର ଚୂଡ଼ାନ୍ତ ରାୟରେ ସୁପ୍ରିମକୋର୍ଟ ପାର୍କଙ୍କ କରାବାସ ସମୟକୁ ୧୦ ବର୍ଷ ହ୍ରାସ କରିଛନ୍ତି । ନିର୍ବାଚନ ଆଇନ ଉଲ୍ଲଘଂନ କରିଥିବାରୁ ତାଙ୍କୁ ଅଧିକ ଦୁଇ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ତାଙ୍କୁ ହୋଇଥିବା ଜୋରିମାନା ରାଶିରୁ ୧୯.୫ ନିୟୁତ ଆମେରିକୀୟ ଡଲାର ହ୍ରାସ କରିଛନ୍ତି । ପାର୍କ ନିଜର ଘନିÂ ବାନ୍ଧବୀ ଚୋଇ ସୁନ୍ ସିଲଙ୍କ ମାଧ୍ୟମରେ ଉପରୋକ୍ତ ଅପରାଧ କରିଥିବା ପ୍ରମାଣିତ ହୋଇଥିଲା । ଦକ୍ଷିଣ କୋରିଆର ଅଧିକାଂଶ ରାଷ୍ଟ୍ରପତି କ୍ଷମତାରୁ ହଟିବା ପରେ କାରାଗାରରେ ଅବଶିଷ୍ଟ ଜୀବନ ବିତାଉଥିବା ଦେଖାଯାଏ । ସମ୍ପ୍ରତି ଦେଶର ଜୀବିତ ୪ ପୂର୍ବତନ ରାଷ୍ଟ୍ରପତି ଏଭଳି ଦଶା ଭୋଗିଥିବା ବେଳେ ୨୦୦୯ରେ ରୋ ମୁ ହୁ୍ୟନ୍ କାରାଗାରରେ ଆତ୍ମହତ୍ୟା କରିଥିଲେ । ଦୁଇ ଜଣ ଚୁନ୍ ଦୁ ୱାନ୍ ଏବଂ ରୋ ତାଏ ଉ’ଙ୍କୁ କିଛି କାଳ କାରାବାସ ପରେ ରାଜକ୍ଷମା ପ୍ରଦାନ କରାଯାଇଥିଲା । ପାର୍କ ମଧ୍ୟ ରାଜକ୍ଷମା ପାଇଁ ଯୋଗ୍ୟ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।