ପାକିସ୍ତାନରେ ହିନ୍ଦୁ ପରିବାରର ୫ ଜଣଙ୍କୁ ହତ୍ୟା

ପାକିସ୍ତାନ: ପାକିସ୍ତାନରେ ଶୁକ୍ରବାର ଦିନ ଗୋଟିଏ ୫ ଜଣିଆ ହିନ୍ଦୁ ପରିବାର ସଦସ୍ୟମାନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି । ସେମାନଙ୍କର ତଂଟି କଟାଯାଇ ହତ୍ୟା କରାଯାଇଥିବା ଜଣାପଡିଛି । ‘ଦି ନିଉଜ୍ ଇଂଟର୍ନ୍ୟାସ୍ନାଲ୍’ ରିପୋର୍ଟ ଅନୁସାରେ, ରହିମ୍ ୟାର ଖାଁ ସହର ଠାରୁ ୧୫ କିଲୋମିଟର ଦୂରରେ ଥିବା ଆବୁ ଧାବି କଲୋନିସ୍ଥିତ ସେମାନଙ୍କ ଘରେ କୌଣସି ଧାରୁଆ ଅସ୍ତ୍ରରେ ଉକ୍ତ ପରିବାରର ୫ ଜଣ ସଦସ୍ୟଙ୍କର ତଟି କଟାଯାଇଛି । ଗୋଟିଏ ଛୁରି ଓ ଗୋଟିଏ ଫାର୍ଶା ସମେତ ଏହି ନରହତ୍ୟାରେ ବ୍ୟବହୃତ କେତେକ ଅସ୍ତ୍ର ପୋଲିସ ଜବତ କରିଛି । ରହିମ୍ ୟାର୍ ଖାଁ ସହରରେ ସାମାଜିକକର୍ମୀ ବୀରବଲ ଦାସ ‘ଦି ନିଉଜ୍ ଇଂଟର୍ନ୍ୟାସ୍ନାଲ’କୁ କହିଛନ୍ତି ଯେ, ନିହତ ବ୍ୟକ୍ତିମାନଙ୍କ ମଧ୍ୟରୁ ରାମ ଚାନ୍ଦ ନାମକ ବ୍ୟକ୍ତିଜଣକ ଥିଲେ ମେଘୱାଲ୍ ହିନ୍ଦୁ ସମ୍ପ୍ରହାୟର । ତାଙ୍କର ବୟସ ୩୫/୩୬ ହେବ । ସେ ଗୋଟିଏ ଦରଜି ଦୋକାନ କରିଥିଲେ । ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରି ଦେଇଛି । ପୋଲିସ ଅଧିକାରୀମାନେ ଏହି ନରହତ୍ୟାର ତଦନ୍ତ ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ସେମାନେ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି । ପାକିସ୍ତାନ ତଦନ୍ତ ଆରମ୍ଭ କରିଛନ୍ତି । ଖୁବ୍ ଶୀଘ୍ର ସେମାନେ ରିପୋର୍ଟ ଦାଖଲ କରିବେ ବୋଲି ଆଶା କରାଯାଉଛି । ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ସର୍ଦାର ଉସ୍ମାନ ବୁଜଦାର ଏ ଘଟଣା ସମ୍ପର୍କରେ ଅବଗତ ଦେବା ପରେ ତୁରନ୍ତ ଅପରଧୀମାନଙ୍କୁ ଗିରଫ କରିବା ଲାଗି ସମ୍ପୃକ୍ତ କର୍ତୃପକ୍ଷମାନଙ୍କୁ ନିର୍ଦେଶ ଦେଇଛନ୍ତି ।

Comments (0)
Add Comment