ଇସଲାମାବାଦ: ପାକିସ୍ଥାନର ଘୋଟକି ଜିଲାର ଧାରକି ନାମକ ସହର ନିକଟରେ ଆଜି ଭୋର ସମୟରେ ୨ଟି ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହେବ ଫଳରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି । ସାର ସୟଦ ଏକ୍ସପ୍ରେସ ,ମିଲିଆତ ଏକ୍ସପ୍ରେସ ସହ ଏହି ଦୁର୍ଘଟଣା ଘଟିଛି । ସାର ସୟଦ ଏକ୍ସପ୍ରେସ ଟ୍ରେନ ଲାହୋର ଅଭିମୁଖେ ଯାଉଥିବା ବେଳେ ମିଲିଆତ ଏକ୍ସପ୍ରେସ କରାଚିରୁ ସାରଗୋଧା ଯାଉଥିଲା ।